
Healthy organic and balanced food ragi
ମାଣ୍ଡିଆ ( millets )ଶହଶହ ବର୍ଷ ଧରି ଗ୍ରାମାଞ୍ଚଳ ତଥା ମାଳ-ଅଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ୟ ରୂପେ ପରିଚିତି ହାସଲ କରି ସାରିଛି। ଏଥିରେ ଅନ୍ତତଃ ଚାରି ପ୍ରକାର ଅତ୍ୟାବଶ୍ୟକୀୟ ଆମିନୋଏସିଡ ସହିତ ମାନବ ଶରୀର ପାଇଁ ଆବଶ୍ୟକୀୟ ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର, କ୍ୟାଲସିୟମ୍( calcium ), ଲୌହ, ଭିଟାମିନ୍-ବି(vitamin-B ), ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ ଭଳି ଖଣିଜ ଲବଣ, ଫସଫରସ ଓ ତନ୍ତୁ ଜାତୀୟ ଖାଦ୍ୟଗୁଣ ଭରପୂର ରହିଛି । ଗ୍ଲୁଟେନ୍ ଆଲର୍ଜି ଥିବା ଲୋକଙ୍କ ପାଇଁ ମଧ୍ୟ ମିଲେଟ ଉପାଦେୟ। ଏଣୁ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ଭୋଜନ ଦେବାକୁ କୁହାଯାଏ। ବହୁମୂତ୍ର ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେୟ ଖାଦ୍ୟ ।
ମାଣ୍ଡିଆ ଗଛକୁ ସବୁଜ ଅବସ୍ଥାରେ ଘାସଭଳି କାଟି ମାଟି ତଳେ ସାଇଲେଜରେ ସାଇତି ରଖାଯାଇପାରେ ଓ ପରେ ଗୋ-ଖାଦ୍ୟ ( animal food ) )ରୂପେ ବ୍ୟବହାର କରାଯାଇ ପାରେ। ମାତ୍ର ୪୦-୬୦ ସେ.ମି ଜଳ ଆବଶ୍ୟକ କରୁଥିବା ମାଣ୍ଡିଆ ଫସଲ ମରୁଡ଼ି ସହିପାରେ। ଧାନଫସଲ କିନ୍ତୁ ଆବଶ୍ୟକ କରେ ପ୍ରାୟ ଅଢ଼େଇ ଗୁଣ ଅଧିକ ଜଳ। ଚାଉଳ ଏବଂ ଗହମ ଅପେକ୍ଷା ମିଲେଟସ୍ ପାଞ୍ଚ ଗୁଣ ଅଧିକ ପୁଷ୍ଟିକର ବୋଲି ଖାଦ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ମିଲେଟକୁ ନେଇ ନୂତନ ଆଗ୍ରହ ଓ ଚର୍ଚ୍ଚା। ଏହାର ଉଚ୍ଚ ପୁଷ୍ଟିଗୁଣ ସ୍ୱାସ୍ଥ୍ୟ ସଚେତନ ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଛି ଆଗ୍ରହ ।
ବର୍ଷର ସବୁ ଋତୁରେ ମାଣ୍ଡିଆ ଚାଷ କରାଯାଇ ପାରେ । ମିଲେଟ କହିଲେ ଆମେ ଓଡ଼ିଶାରେ ମୁଖ୍ୟତଃ ମାଣ୍ଡିଆ, ବାଜରା, କୋଦ ଓ ସୁଆଁକୁ ବୁଝୁ । ଶସ୍ୟ ଜାତୀୟ ସମସ୍ତ ଛୋଟ ମଞ୍ଜି ମଞ୍ଜି ଥିବା ଫସଲକୁ ମିଲେଟ କୁହାଯାଏ |ଏହା ବିଶ୍ୱ ର ଜନଜାତି ଅଞ୍ଚଳରେ ଖୁବ ପ୍ରସିଦ୍ଧ ମାତ୍ର ଏହାର ବଜାରରେ ଚାହିଦା କମ |ସ୍ୱାସ୍ଥ୍ୟକର ହୋଇଥିବାରୁ ଏବେ ପୁର୍ନବାର ଏହାର ଚାହିଦା ବଢିବାର ଲାଗିଛି | ଏବେ ମିଲେଟ ର ଚାହିଦା ବଢ଼ିବାରୁ ଭାରତ ଏବଂ ଅନ୍ୟ ରାଷ୍ଟ୍ର ମାନଙ୍କରେ ମିଲେଟ ଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଉଛି |ପ୍ରକାରାନ୍ତରେ ଭାରତ ଦ୍ୱିତୀୟ ମଧୁମେହ ରାଷ୍ଟ୍ର ଭାବେ ନାମ୍ନୀ !ତେଣୁ ଏହି ଦିଗରେ ମଧ୍ୟ ମିଲେଟ ବେଶ ଉପକାରୀ |ଏଥିରେ ପ୍ରଚୁର ମାତ୍ରାରେ ତନ୍ତୁ ,ମ୍ୟାଗନେସିଅମ,ଫସଫରସ ,ଲୌହ ,କ୍ୟାଲସିଅମ ,ଆଇରନ ,ପୋଟାସ ଇତ୍ୟାଦି ଭରି ରହିଥାଏ |
ଏବେ ଖୁବ ଶୀଘ୍ର ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) (Odisha Tourism Development Corporation)ରେ ମିଳିବ ମାଣ୍ଡିଆର ମଣ୍ଡା, କାକରା ଏବଂ ସୁପ, କାଙ୍ଗୁର ଉପମା ଏବଂ ଇଟିଲି, ସୁଆଁର ଦୋସା ଏବଂ ବରା ଭଳି ମିଲେଟ୍ ରେ ତିଆରି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ କିନ୍ତୁ ପୁଷ୍ଟିକର ଖାଦ୍ୟ । ମିସନ ଶକ୍ତିର ସହାୟତାରେ ମିଲେଟର କେକ୍, ମିକ୍ସଚର, ନିମ୍କି, ଲଡ଼ୁ, ଛତୁଆ ସମେତ ବିଭିନ୍ନ ପ୍ରକାର ଜଳଖିଆ ପ୍ରସ୍ତୁତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ ଆଉଟ୍ଲେଟ ଖୋଲିଛି । ୧ ଏକର ପିଛା ୧୦ରୁ ୧୫ କ୍ବିଣ୍ଟାଲ ମିଲେଟ ଉତ୍ପାଦନ ହୋଇପାରେ। ଧୀରେ ଧୀରେ ମାଣ୍ଡିଆ ତଥା ମିଲେଟ ରୁ ଅନେକ କିଛି ଖାଦ୍ୟ ପ୍ରସ୍ତୁତ ହେଉଛି l
ପୁଷ୍ଟିକର ମାଣ୍ଡିଆରୁ ରସଗୋଲା ( rasogola ), ଗୋଲାପଜାମୁନ, ବରା, ପକଡ଼ି, ଲଡୁ, କେକ୍, ପିଠା, ହାଲୁଆ, ସରବତ ଆଦି ପ୍ରସ୍ତୁତ ହେଉଛି। ‘‘ମାଣ୍ଡିଆରେ ପୋଷଣ ଶକ୍ତି ଭରି ରହିଛି । ଖୁସିର କଥା ଯେ, ଏଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟର ଦିନକୁ ଦିନ ଆଦର ବଢୁଛି । ପିଠା, ବରା ଓ କଟଲେଟ୍ ସାଙ୍ଗକୁ ଖିରି, ପକୁଡି ମଧ୍ୟ ଏଥିରୁ ପ୍ରସ୍ତୁତ କରାଯାଉଛି । ଜଙ୍କପୁଡ୍ ବଦଳରେ ମାଣ୍ଡିଆରେ ପ୍ରସ୍ତୁତ ସୁସ୍ୱାଦ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି ରାଜ୍ୟବାସୀ । ତେବେ ଏହା ଆଗକୁ ଆହୁରି ବିଶ୍ୱ ରେ ଲୋକଲୋଚନକୁ ଆଣିବା ପାଇଁ ନଭେମ୍ୱର ମାସରେ ପାଳିତ ହେବାକୁ ଯାଉଛି ବିଶ୍ୱ ମିଲେଟ ମିଶନ l
ମିଲେଟ ଉପରେ ପ୍ରସ୍ତୁତ ହେବ e-book ! ମନ କୀ ବାତରେ ପରାମର୍ଶ ମାଗିଲେ ମୋଦି
Share your comments