News

Heat Wave Alert: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

୪ଦିନ ପର୍ଯ୍ୟନ୍ତ ହିଟ୍ଓ୍ବେଭ୍ ସ୍ଥିତି ......

27 April, 2024 11:59 AM IST By: Tanushree Mahapatra

ତାତିରେ ସିଝୁଛି ସାରା ଓଡ଼ିଶା ରାଜ୍ୟ । ଜାରି ରହିଛି ଅନେକ ଜିଲ୍ଲାରେ ଗ୍ରୀଷ ପ୍ରବାହ। ରାଜ୍ୟକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ପ୍ରଭାବ ଯୋଗୁଁ ଏଭଳି ସ୍ଥିତି ଲାଗି ରହିଛି । ଏହିପରି ଆହୁରି ୪ଦିନ ପର୍ଯ୍ୟନ୍ତ ହିଟ୍ଓ୍ବେଭ୍ ସ୍ଥିତି ରହିବ । କାରଣ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି କହିଛି ପାଣିପାଗ ବିଭାଗ ।

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ମୋଟ ୧୭ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ଦ୍ୱାରା ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ସିଭିୟର ହିଟ୍ଓ୍ବେଭ ପାଇଁ ମୋଟ ୨୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି l ତେବେ ଅନ୍ୟ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ବିଭାଗ ଦ୍ୱାରା ।

ସୂଚନା ଅନୁଯାୟୀ, ୩୦ ତାରିଖ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେଇପରେ ଯାହାଦ୍ୱାରା ଗରମ କମିପାରେ । ପାଣିପାଗ କେନ୍ଦ୍ର ଦ୍ୱାରା ସିଭିୟର ହିଟ୍ଓ୍ବେଭ୍ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା ହୋଇଛି ।  ଏହି ସମୟରେ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଛି ।

ଗତ କିଛି ଦିନ ହେବ କଲବଲ କରୁଛି ଗ୍ରୀଷ୍ମପ୍ରବାହ l ଆଜିଠୁ ରାଜ୍ୟରେ ତାପମାତ୍ରା ଅସମ୍ଭାଳ ହୋଇଛି । ସ୍ଥିତି ଯାହା ରହିଥିଲା, ତା'ଠାରୁ ଆହୁରି ଅଧିକ ବିଗିଡ଼ିଛି ତାତି ସ୍ଥିତି । ଟାଣ ଖରା କଲବଲ କରିବା ସହିତ ଝାଞ୍ଜିମାଡ଼ରେ ଶରୀର ଯେପରି ଝାଇଁ ହୋଇଯାଉଛି । ଏପରି ସ୍ଥିତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ କହିସାରିଛି । ସେଥିପାଇଁ ରାଜ୍ୟରେ ଅନେକ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକ ପଢ଼ନ୍ତୁ

Odisha Scheme: ଏହି ଯୋଜନାରେ ମିଳୁଛି 50 ଲକ୍ଷର ସବସିଡ଼ି! କରନ୍ତୁ ଆବେଦନ

lemon: ପ୍ରତିଦିନ ବ୍ୟବହାର କରନ୍ତୁ ଲେମ୍ବୁ, ଦୂର ହେଉଛି ଅନେକ ରୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)