1. କୃଷି ଖବର

Heat wave: ମାଘ ମାସରେ ବୈଶାଖ ଭଳି ତାତି

ରାଜ୍ୟରେ ଧୀରେ ଧୀରେ ବଢୁଛି ତାତି l ବର୍ଷା ହେବାର ସମ୍ଭାବନା ନାହିଁ l

Tanushree Mahapatra
Tanushree Mahapatra
heat wave in odisha , image source - pexels.com

heat wave in odisha , image source - pexels.com

ଧୀରେ ଧୀରେ ରାଜ୍ୟରୁ ଗାଏବ ହେଲା ଶୀତ । ରାଜ୍ୟରେ ଆରମ୍ଭ ହେଲା ତାତି । ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ଉପରମୁହାଁ ପାରଦ । ସେହିଭଳି ଆଜି ୧୩ ସହରର ତାପମାତ୍ରା ୩୩ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି କିଛି କିଛି ଜିଲ୍ଲାରେ । ପାରଳାଖେମୁଣ୍ଡି ଏବଂ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି କିଛିଦିନ ମଧ୍ୟରେ ।

ସୂଚନା ଅନୁଯାୟୀ ଉଭୟ ସହରର ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଟିଟଲାଗଡ ଏବଂ ମାଲକାନଗିରିରେ ୩୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତକାଲି ରାଜଧାନୀ ଭୁବନେଶ୍ୱରରେ ୩୪.୪ ଡ଼ିଗ୍ରୀ ଏବଂ କଟକରେ ୩୩ ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୨ ରୁ ୫ ଡିଗ୍ରୀ ବଢିଛି ପାରଦ । ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୩ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ଦିନର ତାତି । ତେବେ ଏହଁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଜାରି ରହିବା ନେଇ ବିଭାଗ ସୂଚନା ଦେଇଛି । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟ କିରଣ ପାଇଁ ଦିନ ତାତି ବଢିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ବଢିବା ପରେ ରାଜ୍ୟରେ ଲୋକେ ଅଧିକ ଗରମ ଅନୁଭବ କରୁଛନ୍ତି l

ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଏଭଳି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଣିପାଗ ଶୁଖିଲା ଓ ଖରାଟିଆ ରହିବ । କହୁଡ଼ି ଯୋଗୁଁ ଟାଣ ଖରା ହେବା ନେଇ ସୂଚନା ରହିଛି । ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ ତେଣୁ ଗରମ ଆହୁରି ବଢିବା ଅନୁମାନ କରାଯାଉଛି । ଫଳରେ ଗରମ ଅନୁଭବ ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବତ୍ତର୍ନର ସମ୍ଭାବନା ନାହିଁ ।  ଏ ନେଇ ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି l ଆଜି ଅର୍ଥାତ ଗୁରୁବାର ରାଜଧାନୀ ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳର ତାତି ସମାନ ରହିବ । ଅନ୍ୟପଟେ ଆଜି ଅପରାହ୍ନ ସମୟରେ ପାଗ ଆଂଶିକ ମେଘୁଆ ହୋଇପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ରହିବା ନେଇ ଆକଳନ ହୋଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments