1. କୃଷି ଖବର

WEATHER ALERT: ଏଥର ଭୟଙ୍କର ହେବ ଗ୍ରୀଷ୍ମପ୍ରବାହ

ଗ୍ରୀଷ୍ମପ୍ରବାହ ୧୦ ରୁ ୨୦ ଦିନ ମଧ୍ୟରେ ରହିପାରେ ......

Tanushree Mahapatra
Tanushree Mahapatra
heat wave update of odisha, image source - pixeles

heat wave update of odisha, image source - pixeles

ରାଜ୍ୟକୁ ହିଟ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ l ଆଗକୁ ତିନିମାସ ଧରି ଗ୍ରୀଷ୍ମ ପ୍ରବାହ କଲବଲ କରିବ ଲୋକଙ୍କୁ ।

ଅସ୍ବାଭାବିକ ପାଣିପାଗ ‌ଯୋଗୁଁ ଓଡ଼ିଶା ସମେତ ମୋଟ ୮ଟି ରାଜ୍ୟରେ ଏହାର ପ୍ରଭାବ ସର୍ବାଧିକ ରହିବ ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ରିପୋର୍ଟ ଅନୁଯାୟୀ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ଯାହାକୁ ଆମେ ହିଟ୍‌ୱେଭ୍‌ କହିଥାଉ ତାହା ପ୍ରାୟତଃ ସ୍ବାଭାବିକ ଭାବେ ୫ରୁ ୮ଦିନ ପର୍ଯ୍ୟନ୍ତ ରହିଥାଏ ।

କିନ୍ତୁ ଚଳିତ ବର୍ଷ ଏହାର ଅବଧି ବଢ଼ିଯିବ ବୋଲି କୁହାଯାଉଛି । ଦେଶର ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ,ଉତ୍ତର କର୍ଣ୍ଣାଟକ, ଉତ୍ତର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେନ୍ଦ୍ରୀୟ ମହାରାଷ୍ଟ୍ରରେ ଏପ୍ରିଲ୍‌, ମଇ ଓ ଜୁନ୍‌ରେ ଗ୍ରୀଷ୍ମପ୍ରବାହ ଅର୍ଥାତ ହିଟ୍‌ୱେଭ୍‌ ୧୦ ରୁ ୨୦ ଦିନ ମଧ୍ୟରେ ରହିପାରେ । ଏହାଦ୍ବାରା ଅଂଶୁଘାତର ସମ୍ଭାବନା ମଧ୍ୟ ଅଧିକ ରହିଥିବାର ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇଛନ୍ତି ।

ରାଜ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଏପ୍ରିଲ ମାସରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ l ଏହା ସହ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ମଧ୍ୟ ଅଧିକ ରହିବ। ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବା ସମ୍ଭାବନା ରହିଛି l ଏପ୍ରିଲ ମାସରେ ଚଳିତବର୍ଷ ୩ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି ହିଟ୍‌ୱେଭ୍‌ । ସେହିପରି ଏପ୍ରିଲ ମାସରୁ ଜୁନ ମାସ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ ରୁ ୧୪ ଦିନ ପର୍ଯ୍ୟନ୍ତ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।

ଅଧିକ ପଢ଼ନ୍ତୁ:

SBI LOAN SCHEME: ଛେଳି ଚାଷପାଇଁ ଦେବ ଲୋନ

Cardamom: ବଢ଼ିଯିବ ଗୁଜୁରାତି ଦାମ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments