1. କୃଷି ଖବର

Heat Wave: ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ!

୨୬ ଓ ୨୭ ତାରିଖରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ

Tanushree Mahapatra
Tanushree Mahapatra
heat wave warning, image source - pixeles

heat wave warning, image source - pixeles

ଗ୍ରୀଷ୍ମ ତାତିରେ ଲାଗୁନି ବ୍ରେକ୍ । କାଲିଠୁ ପୁଣି ଥରେ ରାଜ୍ୟରେ ଜାରି ରହିବ ହିଟ୍ ୱେଭ । ତେବେ ୨୬ ଓ ୨୭ ତାରିଖରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି  । ଏ ନେଇ ପାଣିପାଗ ବିଭାଗ କହିଛି- ଉପକୂଳ ସହ କିଛି ଜିଲ୍ଲାରେ ହୋଇପାରେ କାଳବୈଶାଖୀ ବର୍ଷା ।

ଗତ କିଛିଦିନ କାଳବୈଶାଖୀ ବର୍ଷା ସତ୍ତ୍ୱେ ରାଜ୍ୟରେ କମୁନି ତାପମାତ୍ରା । କାଲିଠୁ ପୁଣି ରାଜ୍ୟରେ ପୁଣି ଥରେ ହିଟୱେବ୍ ୱାର୍ଣ୍ଣ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପୁଣି ଖରା ଓ ଗରମ କରିବ ରାଜ୍ୟ ପାଣିପାଗକୁ ଅଣାୟତ୍ତ । ଝାଞ୍ଜି ପବନ ରାଜ୍ୟବାସୀଙ୍କୁ କରିବ କଲବଲ ।

ରାଜ୍ୟରେ ପ୍ରବଳ ଗରମ ଦେଖିବାକୁ ମିଳିବ l ସେହିପରି କିଛି ଜିଲ୍ଲା ମଧ୍ୟରେ ରହିଛି ବାଲେଶ୍ଵର, ଭଦ୍ରକ, ମୟୁରଭଂଜ,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେ଼ଙ୍କାନାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି l ଏହି ଜିଲ୍ଲାଗୁଡିକରେ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ରହିଛି । ଏହାସତ୍ତ୍ୱେ ଆସନ୍ତାକାଲିଠୁ ରାଜ୍ୟରେ ଦେଖିବାକୁ ମିଳିବ ହିଟ୍ ୱେଭ ପରିସ୍ଥିତି । କିଛି କିଛି ଜିଲ୍ଲା ଯେପରି ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦୁଝର, ଜଗତସିଂହପୁର, ବାଲେଶ୍ଵର, ନୂଆପଡ଼ାରେ ହିଟ୍ ୱେଭ  ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବଳକା ଥିବା ଜିଲ୍ଲା ଗୁଡ଼ିକରେ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା କମିପାରେ l

ଅନ୍ୟପଟେ ୨୬ ତାରିଖରେ ୧୧ଟି ଜିଲ୍ଲା ଏବଂ ୨୭ ତାରିଖରେ ୧୭ଟି ଜିଲ୍ଲାକୁ ସିଭିୟର୍ ହିଟୱେଭ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ତେବେ ପଶ୍ଚିମ-ଉତ୍ତର ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ପ୍ରବାହ ପ୍ରବେଶ କରୁଛି ଯାହାଦ୍ୱାରା ତାପମାତ୍ରା ବଢ଼ୁଚି ରାଜ୍ୟରେ । ଆଗକୁ ଏହା ଅଧିକ ବଢିବ । ଫଳରେ ପ୍ରବଳ ଗରମ ଅନୁଭୂତ ହେବା ସହିତ ଓ ଗ୍ରୀଷ୍ମପ୍ରବାହ ସ୍ଥିତି ମଧ୍ୟ ଉପୁଜିବ।

ଅଧିକ ପଢ଼ନ୍ତୁ

SONALIKA DI 60: ବଜାରରେ ସୋନାଲିକାର ବେଷ୍ଟ ଟ୍ରାକ୍ଟର

Punganur Cow: କାହିଁକି ଅଧିକ ପ୍ରସିଦ୍ଧ ଏହି ଗାଈ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments