1. କୃଷି ଖବର

ପଶ୍ଚିମ ଓଡ଼ିଶାରେ ଆଉ ୫ଦିନ ହେବ ନିଆଁବର୍ଷା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ତାପମତ୍ରା ଅଧିକ ହେବାରୁ ଲୋକେ ଘରେ ରହିବା ଯେପରି ଅସମ୍ଭାଳ ହୋଇଗଲାଣି l ସେପଟେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏଥର ମାଉସୀ ମଧ୍ୟ ବିଳମ୍ବିତ ସମୟରେ ପ୍ରବେଶ କରିବ ରାଜ୍ୟରେ l

Tanushree Mahapatra
Tanushree Mahapatra
Heat waves in western odisha , image source - @mcbbsr

Heat waves in western odisha , image source - @mcbbsr

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ତାପମତ୍ରା ଅଧିକ ହେବାରୁ ଲୋକେ ଘରେ ରହିବା ଯେପରି ଅସମ୍ଭାଳ ହୋଇଗଲାଣି l ସେପଟେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏଥର ମାଉସୀ ମଧ୍ୟ ବିଳମ୍ବିତ ସମୟରେ ପ୍ରବେଶ କରିବ ରାଜ୍ୟରେ l

ସେଥିମଧ୍ୟରୁ ଅଧିକାଂଶ ଜିଲ୍ଲା ପଶ୍ଚିମ ଓଡ଼ିଶାର । ସବୁଠୁ ଅଧିକ ତାତି ସମ୍ବଲପୁର ଜିଲ୍ଲାରେ ଅନୁଭୂତ ହୋଇଥିଲା । ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ ହୋଇଛି ।

ସେହିପରି ଗତକାଲି ଅନ୍ୟ ଜିଲ୍ଲା ତଥା ବୌଦ୍ଧରେ ୪୩ ଡିଗ୍ରି, ହୀରାକୁଦରେ ୪୨.୬ ଡିଗ୍ରି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ଠାରେ ୪୨.୫ ଡିଗ୍ରି, ସୋନପୁରରେ ୪୨.୩ ଡିଗ୍ରି, ବରଗଡ଼ରେ ୪୨.୨ ଡିଗ୍ରି, ଅନୁଗୁଳରେ ୪୨.୧ ଡିଗ୍ରି ରହିଥିବାବେଳେ  ବଲାଙ୍ଗୀର, ତାଳଚେର ଓ ରାଉରକେଲାରେ ୪୨ ଡିଗ୍ରି ଲେଖାଏଁ ରେକର୍ଡ କରାଯାଇଛି ।

ତେବେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାବାସୀ ପ୍ରବଳ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେବେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଅନ୍ୟପଟେ ବିଶେଷକରି ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ସମେତ ଅନୁଗୁଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦେଇ କୁହାଯାଇଛି ।

ସେହିପରି ଅପରପକ୍ଷେ ସୋମବାର ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବାର ନଜର ଆସିଥିଲା । କିଛି ସ୍ଥାନରେ କୁଆପଥର ବି ପଡିଥିବାର ନଜର ଆସିଛି । ଆଗକୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହିପରି କିଛି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ରାଜ୍ୟରେ । କିନ୍ତୁ ରାଜ୍ୟର ତାପମାତ୍ରା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏପଟେ ଆଜି ତଥା ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳ ପାଗ ଆଂଶିକ ମେଘୁଆ ରହିବ ବୋଲି ଆକଳନ କରାଯାଉଛି । ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ ବୋଲି ଆଶା କରାଯାଉଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments