1. କୃଷି ଖବର

Weather Update: କାଳବୈଶାଖୀ ଭୟ !

୫ ଦିନ ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

Tanushree Mahapatra
Tanushree Mahapatra
heavy rain alert warning update, image source - pexels

heavy rain alert warning update, image source - pexels

ରାଜ୍ୟକୁ ଶୀଘ୍ର ଆସିବ ମୌସୁମୀ l ଶୀଘ୍ର ମୌସୁମି ଆଣିଛି ବାତ୍ୟା ‘ରେମାଲ’ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୫ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମି ବାୟୁ । ବାତ୍ୟା ପରେ ରାଜ୍ୟରେ ଅନୁକୂଳ ରହିଛି ପାଣିପାଗ । ଅନ୍ୟପଟେ କାଲିଠାରୁ ରାଜ୍ୟରେ ଶୁଖିଲା ପାଗ ରହିବା ସହିତ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା ।

ସେହିପରି ନିର୍ଦ୍ଧାରିତ ସମୟରେ ମୌସୁମି ବାୟୁ ପ୍ରବେଶ କରିବ । ପୂର୍ବାନୁମାନ କରି ପାଣିପାଗ ବିଭାଗ ଏହା ସୂଚନା ପ୍ରଦାନ କରିଛି । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ଏ ନେଇ କହିଛନ୍ତି ଯେ, ଜୁନ୍‌ ପହିଲା ସୁଦ୍ଧା କେରଳ ଛୁଇଁବ ମୌସୁମି ବାୟୁ ।

ବାତ୍ୟା ରେମାଲର ପ୍ରଭାବ ପାଗ ଅନୁକୂଳ କରିଛି । କିଛି ଦିନ ପୂର୍ବରୁ ହେଉଥିବା ତାପମାତ୍ରାରେ ପଡିଛି ବ୍ରେକ l ୫ ଦିନ ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାକୁ ବି ଏଥର ସଠିକ୍ ସମୟରେ ମୌସୁମି ବାୟୁ ପ୍ରବେଶ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା କାଲିଠୁ ପୁଣି ଥରେ ବଢିବ ଦିନ ତାତି । ପ୍ରାୟତଃ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି କୁହାଯାଉଛି । ୩୧ ତାରିଖ ପର୍ଯ୍ୟନ୍ତ ଏହିପରି ସ୍ଥିତି ଜାରି ରହିବ । ଏହା ସହ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଚାଷୀଙ୍କ ପାଇଁ ଖୁସି ଖବର କାରଣ ଚଳିତ ବର୍ଷ ବର୍ଷା ଅଧିକ ହେବ ଯାହା ଚାଷୀଙ୍କ ପାଇଁ ନିହାତି ଏକ ବଡ ଖବର l ମୌସୁମୀର ଆକଳନ ଅନୁଯାୟୀ, କୃଷି କାର୍ଯ୍ୟ ହେଉଥିବା ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଓଡ଼ିଶା ରାଜ୍ୟ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନରେ ଭଳି ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ର‌ଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶର କିଛି ଅଂଶରେ ମୌସୁମୀ ସମୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ଆଶା କରାଯାଉଛି । ସେପଟେ ଜୁନ୍‌ ମାସରେ ସମ୍ପୁର୍ଣ୍ଣ ଦେଶରେ ମୌସୁମୀ ଜନିତ ବର୍ଷା ସ୍ବାଭାବିକ ହେବ ।

World Seed Congress 2024: 100 ବର୍ଷର ଅଭିନବ ଉତ୍ସବ ପାଳନ

କୃଷି କ୍ଷେତ୍ରର ଉନ୍ନତି ପାଇଁ ପ୍ରମୁଖ ଶାସନ ସଚିବଙ୍କ ୬ ସୂତ୍ରୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ