News

19 ଅଗଷ୍ଟରେ ଆଉ ଏକ ଲଘୁଚାପ; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଆସୁଛି ଆଉ ଏକ ଲଘୁଚାପ । ଫଳରେ ଅଗଷ୍ଟ 19 ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

16 August, 2022 10:21 AM IST By: Sudesna Nayak

ଆସୁଛି ଆଉ ଏକ ଲଘୁଚାପ (low pressure) । ଫଳରେ ଅଗଷ୍ଟ 19 ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଅଗଷ୍ଟ 19 ତାରିଖରେ ବର୍ଷା (Rain)ର ପରିମାଣ ବଢ଼ିବା ସହ ଆଭ୍ୟନ୍ତରୀଣ ଓଡିଶା (Odisha)ରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହୋଇପାରେ । ଯାହାର ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଛି ।

ତେବେ ଅଗଷ୍ଟ 18 ତାରିଖରୁ ପୁଣି ଉପକୂଳରେ ବର୍ଷା (Rain)ଆରମ୍ଭ ହୋଇଯିବ । ଫଳରେ ଏବେ ଉପକୂଳ ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ଅଧିକ ଉତ୍କଟ ହୋଇପାରେ ବୋଲି ଜଣାପଡୁଛି । ଯାହାକୁ ନେଇ କିଛି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

ତେବେ, ଆସନ୍ତା ୨୪ ଘଣ୍ଟା ମଧରେ 16 ତାରିଖ ମଙ୍ଗଳବାର (Tuesday) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା, ବରଗଡ଼ ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (Rain) ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, ଭୁବନେଶ୍ୱର (Bhubaneswar) ଓ କଟକ (Cuttack)ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା (Rain)ହୋଇପାରେ ବୋଲି ସୂଚନା ମିଳିଛି ।

ଅବପାତର ରୂପ ନେଲା ଲଘୁଚାପ

ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)