News

ଲଘୁଚାପ ସକ୍ରିୟ,୧୭ ଯାଏଁ ଅତି ପ୍ରବଳ ବର୍ଷା

ଓଡିଶାର ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ ।

14 July, 2022 9:53 AM IST By: Sudesna Nayak

ଓଡିଶାର ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ସୁଦୃଶ୍ୟ ଲଘୁଚାପ (Low Pressure) ପ୍ରଭାବରେ ପ୍ରବଳ ବର୍ଷା (RAIN)ହେବ । ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏଁ ବର୍ଷା ଲାଗି ରହିବ ।
ଉତ୍ତର ଓ ଦକ୍ଷିଣ ଓଡ଼ିଶା (Odisha)ରେ ଅଧିକ ବର୍ଷିବ ।

ସୂଚନା ଅନୁଯାୟୀ, ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN)ହୋଇପାରେ । ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଜିଲ୍ଲାରେ ୪୪.୨ ମିଲିମିଟର ବର୍ଷା (RAIN) ରେକର୍ଡ ହୋଇଛି । ଭୁବନେଶ୍ୱରରେ ୨୪.୨, ଖୋର୍ଦ୍ଧା ଜିଲ୍ଲାରେ ୨୨, ବାରିପଦା ଜିଲ୍ଲାରେ ୨୧, ଅନୁଗୁଳ ଜିଲ୍ଲାରେ ୧୯.୬, ସମ୍ବଲପୁର ଜିଲ୍ଲାରେ ୧୯.୪, ବୌଦ୍ଧ ଜିଲ୍ଲାରେ ୧୭.୪, ନୟାଗଡ଼ ଜିଲ୍ଲାରେ ୧୭ ଓ ଯାଜପୁର ଜିଲ୍ଲାରେ ୧୭ ମିଲିମିଟର ବର୍ଷା (RAIN)ରେକର୍ଡ ହୋଇଛି ।

ତଥ୍ୟ ଅନୁସାରେ, ବରପାଲିରେ ୯୪ ମିଲିମିଟର, ଘସିପୁରାରେ ୮୧.୧, ଭଞ୍ଜନଗରରେ ୮୧, ସିନାପାଲିରେ ୭୮, ଟିଟିଲାଗଡ଼ରେ ୭୭.୨, ଗୋଲାମୁଣ୍ଡାରେ ୭୪, ବିଜେପୁରରେ ୭୩, ଆନନ୍ଦପୁରରେ ୬୨, ହାଟଡ଼ିହିରେ ୫୮, ଆଠମଲ୍ଲିକରେ ୫୧ ଓ କେସିଙ୍ଗାରେ ୭୦ ମିଲିମିଟର ବର୍ଷା (RAIN) ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ଏଚ୍‌ଆର ବିଶ୍ୱାସ କହିଛନ୍ତି, ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଅଧିକ ବର୍ଷା (RAIN) ଜାରି ରହିବ । ୧୪ ତାରିଖରେ ବରଗଡ଼ ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (RAIN)ସମ୍ଭାବନା ରହିଛି ।

ପ୍ରକାଶ ଥାଉ ଯେ, ୧୫ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN) ଏବଂ ୧୬ ତାରିଖରେ ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କଟକ ଜିଲ୍ଲା ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN) ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୭ରେ ମଧ୍ୟ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା (RAIN) ସମ୍ଭାବନା ରହିଛି ।

ଜୁଲାଇ ୧୬ ଯାଏଁ ଭୀଷଣ ବର୍ଷିବ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

୧୪ ଓ ୧୫ରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)