1. କୃଷି ଖବର

ଜୁଲାଇ ୧୬ ଯାଏଁ ଭୀଷଣ ବର୍ଷିବ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଏବେ ଉଭୟ ଲଘୁଚାପ ଓ ‌ମୌସୁମୀଜନିତ ବର୍ଷା ଜାରି ରହିଛି । ଆଜି ବୁଧବାର ରାଜ୍ୟର ୧୬ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

Sudesna Nayak
Sudesna Nayak
heavy rain warning

heavy rain warning

ରାଜ୍ୟରେ ଏବେ ଉଭୟ ଲଘୁଚାପ (Low Pressure)ଓ ‌ମୌସୁମୀଜନିତ ବର୍ଷା (RAIN)ଜାରି ରହିଛି । ଆଜି ବୁଧବାର (Wednesday)ରାଜ୍ୟର ୧୬ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ (Tuesday)ରାଜ୍ୟର କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମା‌ଳ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN) ହୋଇଯାଇଛି ।

ଆଜି ବୁଧବାର (Wednesday) ମଧ୍ୟ ରାଜ୍ୟର ୧୬ ଜିଲ୍ଲାରେ ପ୍ରବଳ ବର୍ଷା (RAIN)ର ଆଶଙ୍କା ରହିଛି । ବି‌ଶେଷ କରି ବଲାଙ୍ଗୀର ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ଦେବଗଡ଼‌ ଜିଲ୍ଲାରେ ପ୍ରବଳ ବର୍ଷା (RAIN)ର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ (Yellow Warning)ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)। ୧୪ ରୁ ୧୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN)ର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷ (IMD)ରୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ର (IMD) କହିଛି ଯେ ୧୪ ତାରିଖ ଦିନ ପୁରୀ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କଟକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ସୋନପୁର ଜିଲ୍ଲା ଓ ବରଗଡ଼ ଜିଲ୍ଲା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN) ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି ହୋଇଛି । ଏଥିସହ ବାଲେଶ୍ବର ଜିଲ୍ଲା, ‌ଭଦ୍ରକ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଜପତି ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ଦେବଗଡ଼ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ସେଦିନ ପ୍ରବଳ ବର୍ଷା (RAIN) ହେବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

ସେହିଭଳି ୧୫ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN) ପାଇଁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଏବଂ ଅନୁଗୁଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଜନିତ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି ହୋଇଛି ।

ପ୍ରକାଶ ଥାଉ ଯେ, ୧୬ ତାରିଖ ଦିନ ମଧ୍ୟ ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାରେ ଭୀଷଣ ବର୍ଷା (RAIN) ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଜାରି ହୋଇଛି । ଭୁବନେଶ୍ବର (Bhubaneswar) ଓ ଏହାର ଆଖପାଖ ଅଞ୍ଚଳରେ ଆଜି ପାଗ ମେଘୁଆ ରହିଥିଲା । ମଝିରେ ମଝିରେ ବର୍ଷା (RAIN)ମଧ୍ୟ ହୋଇଥିଲା । ଆସନ୍ତାକାଲି ମଧ୍ୟ ରାଜଧାନୀର ପାଗ ଏହି ଭଳି ରହିବ । ମଝିରେ ମଝିରେ ବର୍ଷା (RAIN)ହେବ ।

୧୪ ଓ ୧୫ରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ମୌସୁମୀ ସକ୍ରିୟ, ଆହୁରି ୫ ଦିନ ଯାଏଁ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments