1. କୃଷି ଖବର

ପ୍ରବଳ ବର୍ଷା ଆଶଙ୍କା, ଆଗାମୀ 5 ଦିନ ଚାଷୀଙ୍କୁ ହାଇ ଆଲର୍ଟ

ଆସନ୍ତା 5 ଦିନ ପାଇଁ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ଭିତ୍ତିକ କୃଷି ପରାମର୍ଶଦାତାଙ୍କ ଅନୁଯାୟୀ ଚାଷୀମାନେ ଯଥାଶୀଘ୍ର ଫସଲ ପରିଚାଳନା(Crop Management) କାର୍ଯ୍ୟ କରିବା ଉଚିତ ।

Shuvanshu Kar
Shuvanshu Kar
Heavy Rain Predicted For   Several states, Frmers  must take precaution till   17 july

Heavy Rain Predicted For Several states, Frmers must take precaution till 17 july

ଜୁଲାଇ ମାସ ବର୍ଷା ଆଣିଛି ଖରିଫ ଫସଲ(Kharif Crop) ଚାଷ ପାଇଁ ଖୁସି । ହେଲେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆସନ୍ତା ପାଞ୍ଚ ଦିନର ପୂର୍ବାନୁମାନ (Weather Forecast)ଅନୁଯାୟୀ ଚାଷୀମାନଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ । କାରଣ ଆସନ୍ତା 5 ଦିନ ପାଇଁ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ଭିତ୍ତିକ କୃଷି ପରାମର୍ଶଦାତାଙ୍କ ଅନୁଯାୟୀ ଚାଷୀମାନେ ଯଥାଶୀଘ୍ର ଫସଲ ପରିଚାଳନା(Crop Management) କାର୍ଯ୍ୟ କରିବା ଉଚିତ ।

ଗତ କିଛି ଦିନ ହେବ ଉତ୍ତର ଭାରତରେ ବର୍ଷାର ଅନିଶ୍ଚିତତା ଲାଗିରହିଥିବାବେଳେ ମହାରାଷ୍ଟ୍ରରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେତୁ ଚାଷୀଙ୍କ ସମସ୍ୟା ବଢୁଛି । ଏଭଳି ପରିସ୍ଥିତିରେ ଉତ୍ତର ଭାରତର ଚାଷୀମାନେ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, ଯାହାଫଳରେ ସେମାନଙ୍କ ଫସଲ ନଷ୍ଟ ହେବାରୁ ବଞ୍ଚିବ ।

ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ବିହାରରେ ପାଗ ଭଲ ରହିପାରେ । ଏହିପରି ପାଗରେ ଖରାପ ହେଲେ ଫଲସ ନଷ୍ଟ ହେବାର ସମ୍ଭାବନା ରହିଛି । ଯେଉଁ ଚାଷୀମାନେ ନିଜ କ୍ଷେତରେ ଖରିଫ ଫସଲ ବୁଣିବା କାର୍ଯ୍ୟ କରିଛନ୍ତି, ସେମାନେ କ୍ଷେତରେ ଡ୍ରେନେଜ୍ କାମ କରିବା ଉଚିତ୍, ଯାହା ଫଳରେ ଚାଷ ଜମିରେ ପାଣି ନିଷ୍କାସନ ହୋଇଯିବ ।

ଜମିରେ ପାଣି ରହିଲେ ଫସଲ ନଷ୍ଟ ହୋଇଯାଏ ଏବଂ ରୋଗ ସହିତ ପରଜୀବୀ ମଧ୍ୟ ବଢିବାରେ ଲାଗନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଧାନ କ୍ଷେତରୁ ଅଧିକ ପାଣି ବାହାର କରନ୍ତୁ, ଯେପରି ପ୍ରବଳ ବର୍ଷା ହେତୁ ଧାନ ବିହନ ନଷ୍ଟ ନହୁଏ । ଡାଲି ଜାତୀୟ ଫସଲ ଚାଷ କରୁଥିବା ଚାଷୀ ଏହି ସମୟରେ ବିହନ ବୁଣିବା ବନ୍ଦ କରିବା ଉଚିତ ଏବଂ ସେମାନଙ୍କ ଅଞ୍ଚଳ ପାଇଁ ଉପଯୁକ୍ତ ଅନ୍ୟ କିଛି ଫସଲ ଲଗାଇବା ଆବଶ୍ୟକ । ଏଥିସହ ଯେଉଁ ଚାଷୀମାନେ ଡାଲି ଜାତୀୟ ବିହନ ବୁଣିଛନ୍ତି, ସେମାନେ ଜମିରେ ଡ୍ରେନେଜ୍ କାମ କରିବା ଉଚିତ୍ ଏବଂ ପାଣି ଜମିବା ଉପରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେତୁ ଅନେକ ରାଜ୍ୟର ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ରତ୍ନଗିରି ଏବଂ ପାଲଘରର ଚାଷୀଙ୍କ ଫସଲ ପ୍ରବଳ ବର୍ଷା କାରଣରୁ ନଷ୍ଟ ହୋଇଥିବାବେଳେ ଆସାମରେ ବନ୍ୟା ପରିସ୍ଥିତି ଯୋଗୁଁ ଚାଷୀଙ୍କ ଜୀବିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଅନ୍ୟ ରାଜ୍ୟରେ ଚାଷକୁ ସତର୍କତାର ସହ କରିବାକୁ ପଡିବ, ଯାହାଫଳରେ ଫସଲ ସଠିକ ଭାବରେ ଉତ୍ପାଦନ ହୋଇପାରିବ ।

ଗର୍ଜୁଛି ବାଦଲ, ଅଧା ଭାରତରେ ଜଳପ୍ରଳୟ

ବର୍ଷା ଦାଉରୁ ଫସଲକୁ କେମିତି କରିବେ ରକ୍ଷା ? ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments