News

Rain Warning: ୨୧ ଓ ୨୨ ରେ କାଳବୈଶାଖୀ ବର୍ଷା

୨୫ ତାରିଖରୁ ପୁଣି ଥରେ ବଢ଼ିବ ଦିନ ପାରଦ .....

20 April, 2024 9:30 AM IST By: Tanushree Mahapatra

ସାରା ରାଜ୍ୟରେ ତାତିର ପ୍ରକୋପ l ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପ୍ରାୟତଃ ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେଉଛି l ଦିନତମାମ ଟାଣ ଖରାରେ ରାଜ୍ୟବାସୀ କଲବଲ ହେଉଛନ୍ତି l  ତାତିରୁ ନିସ୍ତାର ପାଉ ନାହାନ୍ତି ଲୋକେ ।

ଅନ୍ୟପଟେ ଏଭଳି ପରିସ୍ଥିତି ଆସନ୍ତାକାଲି ମଧ୍ୟ ରହିବା ନେଇ କୁହାଯାଉଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ  ଏଭଳି ପରିସ୍ଥିତି ରହିବା ପରେ ରାଜ୍ୟ ପାଣି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । ତେବେ କାଳବୈଶାଖୀ ପ୍ରଭାବରୁ ତାପମାତ୍ରା  ହ୍ରାସ ପାଇପାରେ। କିନ୍ତୁ ୨୫ ତାରିଖରୁ ପୁଣି ଥରେ ବଢ଼ିବ ଦିନ ପାରଦ ତଥା ତାପମାତ୍ରା ।

ସେପଟେ ସବୁ ରେକର୍ଡ ଭାଙ୍ଗି ଦେଇଛି ତାତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୪ ଡ଼ିଗ୍ରୀ ଛୁଇଁଥିବା ଦେଖିବାକୁ ମିଳିଛି । ସେହିପରି ୪୪.୩ ଡିଗ୍ରୀ ସହ ବୌଦ୍ଧ ଜିଲ୍ଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଥିଲା l ୪୪.୨ ଡିଗ୍ରୀ ସହ ବାରିପଦା ଜିଲ୍ଲାର ତାପମାତ୍ରା ଦ୍ୱିତୀୟ ସର୍ବାଧିକ ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟର ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ମୋଟ ୧୦ଟି ସହରରେ ୪୩ ଡ଼ିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟେ ୨୦ ତାରିଖ ଅର୍ଥାତ ଶନିବାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୂଆପଡ଼ା, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ,ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ‌ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୨୦ ତାରିଖରେ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିପାରେ ପୁଣି ଥରେ l ସେହିପରି ଅନ୍ୟ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର କରିପାରେ l ଗ୍ରୀଷ୍ମ ପ୍ରବାହରୁ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୬ ଡିଗ୍ରୀ ଅଧିକ ରହିବାର ମଧ୍ୟ ସମ୍ଭାବନା ନେଇ ସୂଚନା ଦେଇଛି ବିଭାଗ ।

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ଗୁଜୁରାଟ ରୋଡ୍ ସୋରେ କ’ଣ ଥିଲା ବିଶେଷ!

MFOI, VVIF Kisan Bharat Yatra: ସାମିଲ ହେଲେ ପ୍ରଗତିଶୀଳ ଚାଷୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)