1. କୃଷି ଖବର

MFOI, VVIF Kisan Bharat Yatra: ଗୁଜୁରାଟ ରୋଡ୍ ସୋରେ କ’ଣ ଥିଲା ବିଶେଷ!

ଗୁଜୁରାଟରେ ପହଁଚିଲା 'MFOI, VVIF କିସାନ ଭାରତ ଯାତ୍ରା.....

Tanushree Mahapatra
Tanushree Mahapatra
mfoi vvif kisan bharat yatra reached Gujarat

mfoi vvif kisan bharat yatra reached Gujarat

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ କୃଷି ଜାଗରଣ ଦ୍ୱାରା ଆୟୋଜିତ 'MFOI, VVIF କିସାନ ଭାରତ ଯାତ୍ରା' ଗୁଜୁରାଟରେ ପହଞ୍ଚିଛି । ଗୁଜୁରାଟର ସୁରଟରେ ଥିବା ନାଭସାରି କୃଷି ବିଶ୍ୱବିଦ୍ୟାଳୟର କେ.ଭି.କେ.ରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା ।

ଏହି ଅବଧି ମଧ୍ୟରେ, କେ.ଭି.କେ ବୈଜ୍ଞାନିକ ତଥା ଗୁଜୁରାଟର ପ୍ରଗତିଶୀଳ କୃଷକମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଗୁଜୁରାଟର ଗାଁ ଦେଇ ଯାଉଥିବା 'MFOI, VVIF କିସାନ ଭାରତ ଯାତ୍ରା' ବିଷୟରେ l ଯାତ୍ରାରେ କ’ଣ  କ’ଣ ବିଶେଷ ଥିଲା ?

KVK ବୈଜ୍ଞାନିକ ଏବଂ କୃଷକଙ୍କ ସମର୍ଥନ :-

ବରିଷ୍ଠ ବୈଜ୍ଞାନିକ ଡକ୍ଟର ଆର.କେ ପଟେଲ ଯାତ୍ରାକୁ ସଫଳତାର ନୂତନ ଉଚ୍ଚତାକୁ ନେଇ 'MFOI, VVIF କିସାନ ଭାରତ ଯାତ୍ରା' ପାଇଁ ମାର୍ଗଦର୍ଶନର ଉଦାହରଣ ଭାବରେ ସହଯୋଗ ପ୍ରଦାନ କରିଥିଲେ । ଏହି ସମୟରେ ଡକ୍ଟର ପଟେଲଙ୍କ ସହ କୃଷି ଜାଗରଣ ଟିମ କୃଷକ ଅମାନ ସିଂ ପାଟିଲ, ଛଟୁ ମାଦାମିକ, ଋଷିକେଶ ଚୌଧରୀ ଏବଂ ବିନୋଦ ଚୌଧରୀଙ୍କୁ ଭେଟି କୃଷି କ୍ଷେତ୍ରରେ କରିଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଗୁଜୁରାଟରେ ଭାରୁଚ, ସିନର ,ତାପି ଏବଂ ବଡଦରାରେ ଧର୍ମେଶ ଭୋଇ ପଟେଲ, ନିରଂଜନ ଭୋଇ ପଟେଲ, ରାଠୋର ରଣଜିତ ସିଂ ଏବଂ ଗୁଜୁରାଟର ରାହୁଲ ସି ଅମିନଙ୍କ ପରି କୃଷକଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇଥିଲା MFOI, VVIF କିସାନ ଭାରତ ଯାତ୍ରା' ।

କୃଷକଙ୍କ ପାଇଁ ଏକ ପ୍ଲାଟଫର୍ମ

କୃଷି ଜାଗରଣ ଦ୍ୱାରା ଆରମ୍ଭ ହୋଇଥିବା 'MFIO, VVIF କିସାନ୍ ଭାରତ ଯାତ୍ରା' କୃଷକମାନଙ୍କୁ ସଶକ୍ତ କରିବା ତଥା ଦେଶର କୃଷି ଦୃଷ୍ଟିକୋଣର ଚାଷୀଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ ସାମୂହିକ ପ୍ରୟାସ କରୁଛି l ଏହି ରୋଡ୍ ସୋ ମାଧ୍ୟମରେ କୃଷି ଜାଗରଣ ଟିମ କୃଷକମାନଙ୍କୁ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର' ବିଷୟରେ ଅବଗତ କରାଉଛି । MFOI କିସାନ ଭାରତ ଯାତ୍ରାର ଶୁଭାରମ୍ଭ ଭାରତରେ ଥିବା କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଚିହ୍ନିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଯାହା ଦେଶରେ ଚାଷ ଜଗତରେ ଆଣିବ ବୈପ୍ଲବିକ ପରିବର୍ତ୍ତନ l

ଏହି ଦେଶବ୍ୟାପୀ  ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ। ଏତେ ପରିମାଣରେ କୃଷକମାନଙ୍କ ସହିତ ସଂଯୋଗ କରି ଯାତ୍ରା ସେମାନଙ୍କର ସଫଳତାର କାହାଣୀକୁ ବିଶ୍ୱକୁ ଆଣିବ ଯାହା ଚାଷୀଙ୍କୁ ନୂଆ ପରିଚୟ ଦେବ l

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ସାମିଲ ହେଲେ ପ୍ରଗତିଶୀଳ ଚାଷୀ

MFOI, VVIF Kisan Bharat Yatra: ପ୍ରଗତିଶୀଳ ଚାଷୀଙ୍କ ମିଳିଲା ସହଯୋଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments