1. କୃଷି ଖବର

MFOI, VVIF Kisan Bharat Yatra: ପ୍ରଗତିଶୀଳ ଚାଷୀଙ୍କ ମିଳିଲା ସହଯୋଗ

ଏହି ଯାତ୍ରାରେ ସଫଳ ଚାଷୀଙ୍କ ମିଳିଥିଲା ସମର୍ଥନ.....

Tanushree Mahapatra
Tanushree Mahapatra
mfoi vvif kisan bharat yatra in indore

mfoi vvif kisan bharat yatra in indore

ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ କୃଷି ଜାଗରଣ ଦ୍ୱାରା ଆୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର ୨୦୨୩' ଅନୁକୂଲ୍ୟରେ 'MFOI, VVIF କିସାନ୍ ଭାରତ ଯାତ୍ରା ' ଆରମ୍ଭ ହୋଇଛି l ଏହି ରୋଡ୍ ସୋ  ରେ STIHL ମଧ୍ୟ ନିଜର ସହଯୋଗ ପ୍ରଦାନ କରିଛି l ସମ୍ପ୍ରତି କେନ୍ଦ୍ରୀୟ ଏବଂ ପଶ୍ଚିମ ଅଞ୍ଚଳ ଦେଇ ଭ୍ରମଣ କରୁଥିବା ଏହି କୃଷି ରୋଡ୍ ସୋ ଦେଶର କୃଷକଙ୍କ ଉତ୍ସର୍ଗୀକୃତ ଏବଂ ପରିଶ୍ରମର ପ୍ରମାଣ ଅଟେ l

ଏହି ଯାତ୍ରା ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲା ଦେଇ ଗତି କରୁଛି l ସେହିଭଳି ରାଜ୍ୟର ପ୍ରଗତିଶୀଳ କୃଷକମାନେ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଉଛନ୍ତି । ସମ୍ପ୍ରତି 'MFOI, VVIF କିସାନ ଭାରତ ଯାତ୍ରା' ମଧ୍ୟପ୍ରଦେଶର ଇନ୍ଦୋରର ମାଚାଲ, ଉମରିଆ ଖୁରଦ, ଶିବନଗର ଏବଂ ବନେଡିଆ ଭଳି ଗ୍ରାମରେ ଚାଷୀଙ୍କୁ ଉତ୍ସାହିତ କରିଥିଲା l

ଏହି ଯାତ୍ରା ପ୍ରତ୍ୟେକ ଷ୍ଟପ୍‌ରେ 'MFOI ପୁରସ୍କାର' ବିଷୟରେ ସଚେତନତା ପ୍ରସାର କରୁଛି ଏବଂ STIHL ସହିତ ଚାଷ କ୍ଷେତ୍ରରେ ଅତ୍ୟାଧୁନିକ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରୁଛି  l

ଏହାର ଆଧୁନିକ କୃଷି ଉପକରଣର ପରିସର ସହିତ, STIHL କୃଷକମାନଙ୍କୁ ସେମାନଙ୍କର ଚାଷ ଅଭ୍ୟାସରେ ଉତ୍ପାଦନ ଏବଂ ଦକ୍ଷତା ବୃଦ୍ଧି କରିବାକୁ ସଶକ୍ତ କରୁଛି l ଏହି ଯାତ୍ରାର ସଫଳତାରେ ଗଜାନନ୍ଦ ଖାଡି, ଆନନ୍ଦ ସିଂ ଏବଂ ମାଖନ ସିଂଙ୍କ ସହ ଗ୍ରାମ ସେବା ଆୟୋଗର ରାଜେଶ ବରୋଦଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କୃଷି କ୍ଷେତ୍ର ପ୍ରତି ତାଙ୍କର ପ୍ରତିବଦ୍ଧତା ସ୍ଥିରତା ଏବଂ ନିଷ୍ଠା ଉଦାହରଣ ଦେଇଥାଏ ଯାହା ଭାରତର କୃଷି ସମ୍ପ୍ରଦାୟକୁ ବ୍ୟାଖ୍ୟା କରେ l

MFOI କିସାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭାରତ ଯାତ୍ରା ୨୦୨୩-୨୪ ରେ ଗ୍ରାମଗୁଡିକର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଚି ଯେଉଁଥିରେ ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ । ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ ଏହି ଯାତ୍ରା l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ :-

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଚିହ୍ନିବା ଦିଗରେ ଏବଂ ନୂଆ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଏତେ ପରିମାଣରେ କୃଷକମାନଙ୍କ ସହିତ ସଂଯୋଗ କରି ଯାତ୍ରାରେ ସେମାନଙ୍କର ସଫଳତାର କାହାଣୀକୁ ବିଶ୍ୱକୁ ଆଣିବା ପାଇଁ ପ୍ରତିଶୃତିବଦ୍ଧ କୃଷି ଜାଗରଣ ଟିମ l

ଅଧିକ ପଢ଼ନ୍ତୁ

Mahindra Tractors: ବିକ୍ରି କଲା ୪୦ ଲକ୍ଷ ଟ୍ରାକ୍ଟର

Somani Kanak Seedz ସହିତ କୃଷି ଜାଗରଣର MoU ସ୍ଵାକ୍ଷର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments