1. କୃଷି ଉପକରଣ

Mahindra Tractors: ବିକ୍ରି କଲା ୪୦ ଲକ୍ଷ ଟ୍ରାକ୍ଟର

୪୦ ଲକ୍ଷ ଟ୍ରାକ୍ଟର ବିକ୍ରି କରି ଏକ ମାଇଲ୍ଖୁଣ୍ଟ ସ୍ଥାପନ କଲା କମ୍ପାନୀ .....

Tanushree Mahapatra
Tanushree Mahapatra
mahindra tractors sale of 40 lakh tractor

mahindra tractors sale of 40 lakh tractor

ମାର୍ଚ୍ଚ ୨୦୨୪ ରେ ରପ୍ତାନି ସମେତ ୪୦ ଲକ୍ଷ ଟ୍ରାକ୍ଟର ବିକ୍ରୟ କରି ବିଶ୍ୱର ସର୍ବବୃହତ ଟ୍ରାକ୍ଟର ଉତ୍ପାଦନ ବ୍ରାଣ୍ଡ ମହିନ୍ଦ୍ରା ଟ୍ରାକ୍ଟର ଏକ ମାଇଲଖୁଣ୍ଟ ହାସଲ କରିଛି । ମହିନ୍ଦ୍ରା ଟ୍ରାକ୍ଟରଗୁଡିକ ମହିନ୍ଦ୍ରା ଗୋଷ୍ଠୀର କିମ୍ବା ଗ୍ରୁପର ଏକ ଅଂଶ l

ଏହି ମାଇଲଖୁଣ୍ଟ କମ୍ପାନୀର ପରବର୍ତ୍ତୀ ପିଢ଼ି କିମ୍ବା ଜେନେରେସନ ୟୁଭୋ ଟ୍ରାକ୍ଟର ପ୍ଲାଟଫର୍ମରେ ନିର୍ମିତ ମହିନ୍ଦ୍ରା ୟୁଭୋ ଟେକ୍ ପ୍ଲସ୍ ର ଶୁଭାରମ୍ଭ ଦ୍ୱାରା ପରିଚିତ l ମହିନ୍ଦ୍ରା ଟ୍ରାକ୍ଟରରେ ପ୍ରଦାନ କରାଯାଇଥିବା ସୁବିଧା, ଯାହାକି ଏହାର ନୂତନ ଟ୍ରାକ୍ଟର ସୁବିଧା ଏବଂ ମହିନ୍ଦ୍ରା ଟ୍ରାକ୍ଟର ପାଇଁ ଏକ ବିଶ୍ୱ ଉତ୍ପାଦନ କେନ୍ଦ୍ର ଭାବେ ପରିଚୟ କରାଏ l

୪୦ ଲକ୍ଷ ଟ୍ରାକ୍ଟର ବିକ୍ରିକରି ଏକ ମାଇଲ୍ଖୁଣ୍ଟ ସ୍ଥାପନ :- 

ଆମେରିକୀୟ କମ୍ପାନୀ ଇଣ୍ଟରନ୍ୟାସନାଲ ହାର୍ଭେଷ୍ଟର୍ ଇଙ୍କ ସହଭାଗିତା ମାଧ୍ୟମରେ ମହିନ୍ଦ୍ରା ଟ୍ରାକ୍ଟର ୧୯୬୩ ମସିହାରେ ଏହାର ପ୍ରଥମ ଟ୍ରାକ୍ଟର ଲଞ୍ଚ କରିଥିଲା ​​ଏବଂ ୨୦୦୪ ରେ ଏକ ମିଲିୟନ୍ ଟ୍ରାକ୍ଟର ୟୁନିଟ୍ ଉତ୍ପାଦନ ଲକ୍ଷ୍ୟ ହାସଲ କରିଥିଲା । ଏହା ପରେ ୨୦୦୯ ରେ ଏହା ଦୁନିଆର ସର୍ବଶ୍ରେଷ୍ଠ ବିକ୍ରି ହୋଇଥିବା ଫାର୍ମ ଟ୍ରାକ୍ଟର ଉତ୍ପାଦକଙ୍କ ଆଖ୍ୟା ଦାବି କଲା ବଜାରରେ l ଏହାର ଠିକ ୯ ବର୍ଷ ପରେ, ମହିନ୍ଦ୍ରା ୨୦୧୩ ମସିହାରେ ୨୦ ଲକ୍ଷ ୟୁନିଟ୍ ଉତ୍ପାଦନର ମାଇଲଖୁଣ୍ଟ ହାସଲ କରିଥିଲେ ଏବଂ ତା’ପରେ ୨୦୧୯ ରେ ୩୦ ଲକ୍ଷ ମାର୍କ ହାସଲ କରିବା ସହିତ ଠିକ୍ ୫ ବର୍ଷ ପରେ ଆର୍ଥିକ ବର୍ଷ ୨୦୨୪ ରେ ମହିନ୍ଦ୍ରା ଟ୍ରାକ୍ଟର ଗର୍ବର ସହିତ ଏହାର ୪୦ ଲକ୍ଷ ଟ୍ରାକ୍ଟର ବିକ୍ରି କରିଛି l ଯାହା କମ୍ପାନୀ ପାଇଁ ଏକ ଗର୍ବର ବିଷୟ ଅଟେ l

ମହିନ୍ଦ୍ରା ଟ୍ରାକ୍ଟରର କମ୍ପାନୀକୁ ୬୦ ବର୍ଷ ପୂର୍ତ୍ତି ଉତ୍ସବ ଧୁମଧାମରେ ପାଳନ :-

ହେମନ୍ତ ସିକ୍କା, ସଭାପତି Farm Equipment Sector, Mahindra & Mahindra Ltd କହିଛନ୍ତି, “ଆମ ଦେଶର କୃଷି ପରିବର୍ତ୍ତନ ଏବଂ ଜୀବନକୁ ଅଧିକରୁ ଅଧିକ ସମୃଦ୍ଧ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡ କିମ୍ବା କମ୍ପନୀ ଆମର ୪୦ ଲକ୍ଷ ମହିନ୍ଦ୍ରା ଟ୍ରାକ୍ଟର ବିକ୍ରୟ କରି ଅତ୍ୟଧିକ ଗର୍ବିତ ଅନୁଭବ କରାଇଛି l ଆଜି ଆମେ ୪୦ ଲକ୍ଷ ଟ୍ରାକ୍ଟର ବିକ୍ରି ମାଇଲଖୁଣ୍ଟ ସହିତ ମହିନ୍ଦ୍ରା ଟ୍ରାକ୍ଟରର ୬୦ ବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ମଧ୍ୟ ପାଳନ କରିଛୁ l ମୁଁ ଆମର ଗ୍ରାହକ, ପ୍ରତ୍ୟେକ ଦିନ ଆମକୁ ପ୍ରେରଣା ଦେଉଥିବା ଚାଷୀ ଭାଇ ଭଉଣୀମାନେ, ଏବଂ ଆମର ଅଂଶୀଦାର କର୍ମଚାରୀ ଏବଂ ଆମ ଦଳକୁ ମୋର କୃତଜ୍ଞତା ଜଣାଇବାକୁ ଚାହେଁ, କାରଣ ଏକତ୍ର ଆମେ ଏହି ପରିବର୍ତ୍ତନ ଯାତ୍ରା ଆରମ୍ଭ କରୁଛୁ l

ବିକ୍ରମ ୱାଗ( Chief Executive Officer of Mahindra Tractors ) କହିଛନ୍ତି ଯେ “ମହିନ୍ଦ୍ରା ଫାର୍ମ ଡିଭିଜନରେ ଏହା ଆମ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା " । ୪୦ ଲକ୍ଷ ଟ୍ରାକ୍ଟର ବିତରଣ ହେଉଛି ବିଶ୍ୱାସର ଏକ ଦୃଢ଼ ପ୍ରମାଣ ଯାହା ଗ୍ରାହକଙ୍କ ଆମର ବ୍ରାଣ୍ଡ ଉପରେ ବିଶ୍ୱାସ ଏବଂ ନୂଆ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଭାରତୀୟ ଚାଷ ବିଷୟରେ ଆମକୁ ଗଭୀର ବୁଝାମଣା ପ୍ରଦାନ କରେ l ବିଗତ ୫ ବର୍ଷ ଚମତ୍କାର ହୋଇଥିବାବେଳେ, ଆମେ ଆମର ବ୍ୟାପକ ପୋର୍ଟଫୋଲିଓ ସହିତ ଆମ ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତାକୁ ଜବାବ ଦେବାରେ ସଫଳ ମଧ୍ୟ ହୋଇଛି ଯାହାକୁ ଜାରି ରଖିବୁ ଭବିଷ୍ୟତରେ l ବିଶ୍ୱସ୍ତରୀୟ ପ୍ରଥମ ପ୍ରଯୁକ୍ତିବିଦ୍ୟା ଏବଂ ତୁଳନାତ୍ମକ ନିର୍ଭରଯୋଗ୍ୟତା ପ୍ରଦାନ କରି କୃଷକମାନଙ୍କୁ ଅଧିକରୁ ଅଧିକ ସଶକ୍ତ କରିବୁ l

୧୨୦୦ରୁ ଅଧିକ ଡିଲରଙ୍କ ଦୃଢ଼ ନେଟୱାର୍କ :-

ବିଗତ ୬୦ ବର୍ଷ ମଧ୍ୟରେ ମହିନ୍ଦ୍ରା ୩୯୦ ରୁ ଅଧିକ ଟ୍ରାକ୍ଟର ମଡେଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାର ଉତ୍ପାଦ ପରିସରକୁ ବିସ୍ତାର କରିଛି l ଏହି ଅବଧି ମଧ୍ୟରେ, ମହିନ୍ଦ୍ରା ଟ୍ରାକ୍ଟର ସମଗ୍ର ଭାରତରେ ୧୨୦୦ ରୁ ଅଧିକ ଡିଲର ପାର୍ଟନରଙ୍କ ସହିତ ଏକ ଶକ୍ତିଶାଳୀ ନେଟୱାର୍କ ସ୍ଥାପନ କରିବାରେ ସଫଳ ହୋଇଛି l ଏହାର ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରଥମେ ନଜରରେ ରଖି, ଏହି ନେଟୱାର୍କ ବ୍ରାଣ୍ଡକୁ ୪୦ ଲକ୍ଷ ମହିନ୍ଦ୍ରା ଟ୍ରାକ୍ଟର ଗ୍ରାହକଙ୍କ କ୍ରମାଗତ ବଢ଼ୁଥିବା ଚାହିଦା ଆଧାରକୁ ବିକ୍ରୟ, ସେବା ଏବଂ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ଅନୁମତି ଦେଇଛି l

୪୦ ଲକ୍ଷ ଗ୍ରାହକଙ୍କ ଖୁସି ଏବଂ ୬୦ ବର୍ଷର ଅଖଣ୍ଡ ବିଶ୍ୱାସ :-

ମହିନ୍ଦ୍ରା ଟ୍ରାକ୍ଟରର ୪୦ ଲକ୍ଷ ଗ୍ରାହକଙ୍କ ପ୍ରଶଂସା କରି କମ୍ପାନୀ ଏହାର ଉତ୍ପାଦ ଏବଂ ସେବା ଉପରେ ନୂତନ ଅଫର ସହିତ '୪୦ ଲକ୍ଷ ଗ୍ରାହକଙ୍କ ଖୁସି ଏବଂ ୬୦ ବର୍ଷ ବ୍ରାଣ୍ଡର ଅଖଣ୍ଡ ବିଶ୍ୱାସ 'ଶୀର୍ଷକ ସହ ଏକ ନୂତନ ଡିଜିଟାଲ ଭିଡିଓ କମର୍ସିଆଲ୍ ( DVC) ଲଞ୍ଚ କରିଛି । ଏହା ସହିତ ନିଜ ଉତ୍ପାଦ ଓ ସେବା ଉପରେ ନୂଆ ଅଫର ମଧ୍ୟ ପ୍ରଦାନ କରୁଛି l ଯାହା ସମୃଦ୍ଧିର ପ୍ରତୀକ ହୋଇଛି l ମହିନ୍ଦ୍ରା ଟ୍ରାକ୍ଟର ୨୦୨୪ ରେ ଥାଇଲ୍ୟାଣ୍ଡରୁ ଆରମ୍ଭ ହୋଇ ୨୦୨୫ ରେ ୟୁରୋପରେ ବିସ୍ତାର କରିବ ନିଜ ଉତ୍ପାଦକୁ ଯାହା OJA ସହିତ ASEAN ରେ ଡେବ୍ୟୁ କରିବ l ଯାହାକି ମହିନ୍ଦ୍ରା ଟ୍ରାକ୍ଟରଗୁଡ଼ିକୁ ବିଶ୍ୱ ଟ୍ରାକ୍ଟର ବଜାରରେ ଶୀର୍ଷ ଟ୍ରାକ୍ଟର ବ୍ରାଣ୍ଡ ଭାବରେ ନିଜର ସ୍ଥିତି ବଜାୟ ରଖିବାରେ ସାହାଯ୍ୟ କରିବ l

ଅଧିକ ପଢ଼ନ୍ତୁ

Mahindra 265 DI: 33hp ରେ ଦେଶର ସବୁଠାରୁ ଲୋକପ୍ରିୟ ଟ୍ରାକ୍ଟର

MFOI, VVIF Kisan Bharat Yatra: ଆଗ୍ରାରେ ଚାଷୀଙ୍କ ସହ ବିଶେଷ ଆଲୋଚନା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments