1. କୃଷି ଖବର

Somani Kanak Seedz ସହିତ କୃଷି ଜାଗରଣର MoU ସ୍ଵାକ୍ଷର

Somani Seedz ସହ MoU ସ୍ଵାକ୍ଷର .....

Tanushree Mahapatra
Tanushree Mahapatra
mou sign with Somani Kanak Seedz

mou sign with Somani Kanak Seedz

କୃଷି ଜାଗରଣ, କୃଷି ଗଣମାଧ୍ୟମ ସଂସ୍ଥା ଯାହା ଆଜି ପର୍ଯ୍ୟନ୍ତ କୃଷି ଜଗତ ସହିତ ନିଜର ନିରନ୍ତର ସେବା ଜାରି ରଖିଛି l ନୂଆ ଦିଲ୍ଲୀ ସ୍ଥିତ ଏହି ସଂସ୍ଥା ଆଜିକୁ ୨୭ ବର୍ଷ ହେବ ଚାଷୀଙ୍କ ହିତରେ କାର୍ଯ୍ୟରତ l ବିଭିନ୍ନ କୃଷି ମେଳା ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ଅନ୍ୟାନ୍ୟ କୃଷି କାର୍ଯ୍ୟକ୍ରମ ଆୟୋଜନ କରିଥାଏ l

ଗତବର୍ଷ ଅର୍ଥାତ ୨୦୨୩ କୃଷି ଜାଗରଣ ସଂସ୍ଥା ଏକ ବଳିଷ୍ଠ ପଦକ୍ଷେପ ନେଇଥିଲା l ଯାହା କୃଷି ଜଗତରେ ଆଣିଥିଲା ଏକ ବୈପ୍ଲବିକ ପରିବର୍ତ୍ତନ l ଅନେକ ଚାଷୀଙ୍କୁ ଦେଇଥିଲା ନୂଆ ପରିଚୟ l ଦେଶର କୋଣ ଅନୁକୋଣରୁ ଚାଷୀଙ୍କୁ କରିଥିଲା ସମ୍ମାନିତ l ଚାଷୀ ସମ୍ମାନିତ ହୋଇଥିବା ସେହି କାର୍ଯ୍ୟକ୍ରମର ନାମ ଥିଲା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩  " l ଯାହାର ମୁଖ୍ୟ ପ୍ରୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟର୍ସ l ୩ ଦିନ ଧରି ଚାଲିଥିଲା ପୁଶା ମେଳା ପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମ  l

ସେହିପରି ଏହି କାର୍ଯ୍ୟକ୍ରମର ୨ୟ ସଂସ୍କରଣ ମଧ୍ୟ ଚଳିତ ବର୍ଷ ଡିସେମ୍ବର ମାସ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି l ଚଳିତ ବର୍ଷ ୩୦୦ କାଟେଗୋରୀରେ ଚାଷୀଙ୍କୁ ସମ୍ମାନିତ କରିବା ପାଇଁ ପଦକ୍ଷେପ ନେଇଛି କୃଷି ଜାଗରଣ ସଂସ୍ଥା ଯେଉଁଥିରେ ସାମିଲ ରହିଛି ମୂଳାଚାଷୀ କାଟେଗୋରୀ l ନିକଟରେ ମୂଳା ଚାଷୀଙ୍କ ପାଇଁ ଏକ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ କରିଥିଲା କୃଷି ଜାଗରଣ l ଯେଉଁଥିରେ ମୂଳାର " HY RADISH X-35 " ବ୍ରିଡକୁ ଗୁରୁତ୍ତ୍ୱାରୋପ ପ୍ରଦାନ କରାଯାଇଥିଲା l SOMANI SEEDZ ଦ୍ୱାରା ପ୍ରସ୍ତୁତ ହୋଇଥିବା ମୂଳାର ଏହି ବ୍ରିଡ ଖୁବ କମ ଦିନରେ ଚାଷୀଙ୍କୁ ଅର୍ଥ ଲାଭ ଦେବ l ତେବେ ମିଲେନିୟର୍ ମୂଳା ଚାଷୀଙ୍କୁ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ପାଇଁ ନିଜକୁ ପ୍ରୟୋଜକ ଭାବେ ସାମିଲ କରିଛି Somani Kanak Seedz Pvt Ltd l

ତେବେ ଏ ନେଇ ଆଜି କୃଷି ଜାଗରଣରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି l ଯାହା କୃଷି ଜାଗରଣ ପାଇଁ ଏକ ବିଶେଷ ମୁହୂର୍ତ୍ତ ରହିଥିଲା l କୃଷି ଜାଗରଣର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ଏମ.ସି ଡୋମିନିକ ଏବଂ ଶ୍ରୀଯୁକ୍ତ କମଲ ସୋମାନି ( Managing Director Of Somani kanak Seedz )ଙ୍କ ମଧ୍ୟରେ ଏହା ସ୍ଵାକ୍ଷର ହୋଇଛି l ଚୁକ୍ତି ସ୍ଵାକ୍ଷର ହେବାପରେ ଶ୍ରୀଯୁକ୍ତ କମଲ ସୋମାନି କହିଥିଲେ ଯେ, " ମାର୍ଜିନଲ କିମ୍ବା କ୍ଷୁଦ୍ର ଚାଷୀଙ୍କ ପାଇଁ ଏହି ପଦକ୍ଷେପ ଖୁବ ଫଳପ୍ରଦ ରହିବ ବୋଲି ମୁଁ ଆଶା କରୁଛି l ମୋ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ବିହନ ପ୍ରଜାତି ମଧ୍ୟରେ ମୂଳାର HY RADISH X-35 ପ୍ରଜାତି ଚାଷୀଙ୍କୁ ଖୁବ ଲାଭବାନ କରିବ " l

୨୦ ରୁ ୩୦ ଦିନ ମଧ୍ୟରେ ଅମଳ ଦେଉଥିବା ଏହି ମୂଳା ଚାଷୀଙ୍କୁ ଖୁବ କମ ଖର୍ଚ୍ଚରେ ଅଧିକ ଅମଳ ପ୍ରଦାନ କରିବ l ଅନ୍ୟପଟେ କୃଷି ଜାଗରଣର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ଏମ.ସି ଡୋମିନିକ ଚୁକ୍ତି ସ୍ଵାକ୍ଷର ପରେ ଶ୍ରୀଯୁକ୍ତ କମଲ ସୋମାନିଙ୍କୁ ଏହି ପଦକ୍ଷେପରେ ସାମିଲ ହେବା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ତେବେ ଏହି ଚୁକ୍ତି ସ୍ଵାକ୍ଷର ସମୟରେ କୃଷି ଜାଗରଣ ସଂସ୍ଥାର ସମସ୍ତ ମୁଖ୍ୟ କର୍ମଚାରୀ ଏବଂ ସୋମାନି ସିଡ୍ସ କମ୍ପାନୀର କିଛି କର୍ମଚାରୀ ସାମିଲ ହୋଇଥିଲେ l

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ଆଗ୍ରାରେ ଚାଷୀଙ୍କ ସହ ବିଶେଷ ଆଲୋଚନା

Dragon Fruit Farming: ଏହି ଚାଷରେ ବମ୍ପର ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments