1. କୃଷି ଖବର

Heavy Rainfall: ୭ ଦିନ ପ୍ରବଳ ବର୍ଷା!

ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ଦ୍ୱାରା ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି

Tanushree Mahapatra
Tanushree Mahapatra
heavy rainfall 7 more days, image source - pixeles

heavy rainfall 7 more days, image source - pixeles

ଏପ୍ରିଲରେ ପ୍ରବଳ ତାତି ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ୪୦ ଡିଗ୍ରୀ ପାର କରିଛି ତାପମାତ୍ରା l ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି ସାଧାରଣ ଲୋକଙ୍କ ପାଇଁ l ଦେଶର ଅନେକ ରାଜ୍ୟରେ ବର୍ଷା, ଝଡ ଏବଂ ପ୍ରବଳ ବର୍ଷା ସମ୍ପର୍କରେ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଯାହାଫଳରେ ଉତ୍ତରପ୍ରଦେଶର ଲୋକମାନେ ଆରାମ ପାଇବାର ସମ୍ଭାବନା ରହିଛି ତାତିରୁ । ତେବେ ପାଣିପାଗ ବିଭାଗ ଅନୁଯାୟୀ, ୧୧ ରୁ ୧୨ ଏପ୍ରିଲ ଲକ୍ଷ୍ନୗରେ ଖୁବ ଜୋର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଅର୍ଥାତ ଗତକାଲି ଠାରୁ ପୂର୍ବ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିଲା ଯାହା କିଛି କିଛି ସ୍ଥାନରେ ବର୍ଷା ହେବାର ଦେଖିବାକୁ ମଧ୍ୟ ମିଳିଥିଲା ।

ଏଥି ସହିତ, ଏପ୍ରିଲ୍ ୮ ତାରିଖରୁ ଏପ୍ରିଲ୍ ୧୩ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହୋଇପାରେ । ସେହିପରି IMD ଅନୁଯାୟୀ, ଦିଲ୍ଲୀରେ ଚଳିତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୭ ଦିନ ପଶ୍ଚିମବଙ୍ଗ, ସିକ୍କିମ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ଆସାମ, ମେଘାଳୟ, ତ୍ରିପୁରାରେ ପ୍ରବଳ ପବନ ହେବା ସହିତ ବଜ୍ରପାତ ଏବଂ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ କାଳ‌ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବ l ପାରଦ ୨ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମିଥିବା ରେକର୍ଡ କରାଯାଇଛି । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି । ଆଜି ଅର୍ଥାତ ମଙ୍ଗଳବାର ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, ନୟାଗଡ଼,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି । ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି ସୂଚନା ପ୍ରଦାନ କରିଛି ।

ଅଧିକ ପଢ଼ନ୍ତୁ

Paddy reaper: ଦେଶର ସବୁଠାରୁ Best ଧାନ କାଟିବା ଯନ୍ତ୍ର, କାମ ହେଉଛି ଅଧିକ ସହଜ

Renewable energy: Electric ଗାଡ଼ି କୃଷିକ୍ଷେତ୍ରରେ ଆଣିବ ବୈପ୍ଲବିକ ପରିବର୍ତ୍ତନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments