ଦେଶ ତଥା ରାଜ୍ୟରେ ବର୍ଷା ଲାଗି ରହିଛି l ଆଜିଠାରୁ ରାଜ୍ୟରେ ବର୍ଷା ଲାଗି ରହିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି l ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ l ଏଥିପାଇଁ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି l ତଳି ଅଞ୍ଚଳରେ ରହିଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l
ସୂଚନାନୁଯାୟୀ, ଏକା ସାଙ୍ଗରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଅନ୍ୟପଟେ ୨୯ ତାରିଖରୁ ଏହି ବର୍ଷାର ପରିମାଣ ମଧ୍ୟ ବଢିବ ବୋଲି କୁହାଯାଇଛି। ତେବେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ l ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି । ଏହି ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି।
ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଯାହା ଗୋଟିଏ ନୁହେଁ ଏଥର ଦୁଇଟି ଲଘୁଚାପ ସୃଷ୍ଟି ହେବ l ବିଭିନ୍ନ ଜିଲ୍ଲାରେ ଏବେ ମଧ୍ୟ ବର୍ଷାର ପରିମାଣ ଥମିବାର ନାଁ ନେଉ ନାହିଁ । ସେପଟେ ବର୍ଷା ହେବା ଯୋଗୁଁ ଫୁଲୁଛି ହୀରାକୁଦ ଡ୍ୟାମ୍ ।
ସେହିପରି ରାଜ୍ୟର ୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ସେହି ୧୪ ଜିଲ୍ଲାରେ ରହିଛି ସୋନପୁର, ଭଦ୍ରକ, ଯାଜପୁର,ବଲାଙ୍ଗିର , ନୂଆପଡା, ବାଲେଶ୍ୱର, ବରଗଡ଼, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ ସମ୍ବଲପୁର ଜିଲ୍ଲା । ଏହି ୧୪ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ l
ଅଧିକ ପଢ଼ନ୍ତୁ
Share your comments