News

ପଶ୍ଚିମା ଝଡ଼ ପ୍ରଭାବ : ସକାଳୁ ସକାଳୁ ଘଡଘଡି ସହ ବର୍ଷା

ଶନିବାର ଦିନ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା । ବର୍ତ୍ତମାନ ମଧ୍ଯ ବର୍ଷା ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ହିଁ ବାଲେଶ୍ୱର ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା,କେନ୍ଦୁଝର ଜିଲ୍ଲା, କଟକ ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା ର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି ।

01 April, 2023 10:55 AM IST By: Sudesna Nayak

ଶନିବାର ଦିନ (Saturday)ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା (heavy rain)। ବର୍ତ୍ତମାନ ମଧ୍ଯ ବର୍ଷା (rain)ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ହିଁ ବାଲେଶ୍ୱର ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା,କେନ୍ଦୁଝର ଜିଲ୍ଲା, କଟକ ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା ର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା (heavy rain) ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଅସରାଏ ବର୍ଷା (rain) ବର୍ଷିଥିଲା । କିଛି ସମୟ ପରେ ଛାଡିଯାଇଥିଲା । କିନ୍ତୁ ଆଜି ଶନିବାର ଦିନ (Saturday) ସକାଳୁ ସକାଳୁ ଅଧିକ ସମୟ ବର୍ଷା (rain) ହୋଇଛି । ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବର (BHUBANESWAR)ରାଜରାସ୍ତା ଶୂନଶାନ ହୋଇଯାଇଛି । ଆଜି ଶନିବାର ଦିନ (Saturday) ୧୭ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା (heavy rain) ହେବା ନେଇ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) କହିଛି । ଏଥିପାଇଁ ୟେଲୋ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ।

ଜାଣି ରଖନ୍ତୁ ଯେ, ପୂର୍ବରୁ ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲା ତଥା ଓଡ଼ିଶା (odisha) ଦିବସରେ କେତେକ ଜିଲ୍ଲାରେ ପଶ୍ଚିମା-ଝଡ଼ ସର୍ବାଧିକ ପ୍ରଭାବ ପକାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ସୂଚନା ଦେଇଥିଲା । ଯାହାକୁ ନେଇ ପ୍ରବଳ ବର୍ଷା (heavy rain) ହୋଇଛି ।

ପ୍ରକାଶ ଥାଉ ଯେ, ଗତକାଲି ଶୁକ୍ରବାର (FRIDAY) ରାତି ସାରା ବର୍ଷା (rain)ବନ୍ଦ ଥିବାବେଳେ ପୁଣି ପଶ୍ଚିମା ଝଡ ପ୍ରଭାବରେ ଶନିବାର ଦିନ (Saturday) ଆଜି ସକାଳୁ ପ୍ରବଳ ବର୍ଷା (rain)ଲାଗି ରହିଛି ।

ସତର୍କ ସୂଚନା ! ଆଜି ରାଜ୍ୟରେ ପ୍ରବଳ ବର୍ଷିବ,ୟେଲୋ ୱାର୍ଣ୍ଣିଂ ଜାରି

ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)