1. କୃଷି ଖବର

ସତର୍କ ସୂଚନା ! ଆଜି ରାଜ୍ୟରେ ପ୍ରବଳ ବର୍ଷିବ,ୟେଲୋ ୱାର୍ଣ୍ଣିଂ ଜାରି

ଆଜି ଗୁରୁବାର ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଯାହାକୁ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଶୁକ୍ରବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Sudesna Nayak
Sudesna Nayak
rainfall likely in 15 districts of odisha

rainfall likely in 15 districts of odisha

ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା (rain) ହେଉଛି । ଆଜି ଗୁରୁବାର (thursday) ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (rainfall) ସମ୍ଭାବନା ରହିଛି । ଯାହାକୁ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଭାଗ (IMD)।

ସୂଚନା ଅନୁଯାୟୀ, ଆଜି ଗୁରୁବାର (thursday) ୧୫ ଜିଲ୍ଲା ପାଇଁ ପାଣିପାଗ ବିଭାଗ (IMD)ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି । ଜିଲ୍ଲା ହେଉଛି ସମ୍ବଲପୁର ଜିଲ୍ଲା , ସୁନ୍ଦରଗଡ଼ ଜିଲ୍ଲା , କେନ୍ଦୁଝର ଜିଲ୍ଲା , ମୟୂରଭଞ୍ଜ ଜିଲ୍ଲା , ଦେବଗଡ଼ ଜିଲ୍ଲା , ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ,ଅନୁଗୁଳ ଜିଲ୍ଲା , ନୂଆପଡ଼ା ଜିଲ୍ଲା , ବରଗଡ଼ ଜିଲ୍ଲା , ଝାରସୁଗୁଡ଼ା ଜିଲ୍ଲା , ବଲାଙ୍ଗିର ଜିଲ୍ଲା , ସୋନପୁର ଜିଲ୍ଲା , ଢେଙ୍କାନାଳ ଜିଲ୍ଲା , ଯାଜପୁର ଜିଲ୍ଲା । ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା (rainfall) ସମ୍ଭାବନା ରହିଛି । ଆସନ୍ତାକାଲି ଶୁକ୍ରବାର (FRIDAY) ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (rain) ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (IMD) ଆକଳନ କରିଛି ।

ଜାଣିରଖନ୍ତୁ ଯେ, ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମାର୍ଚ୍ଚ ୩୧ ସକାଳ ୮ ଟା ୩୦ ରୁ ଏପ୍ରିଲ ୧ ସକାଳ ୮ ଟା ୩୦ ମଧ୍ୟରେ ଯାଜପୁର ଜିଲ୍ଲା , ଅନୁଗୁଳ ଜିଲ୍ଲା , ଢେଙ୍କାନାଳ ଜିଲ୍ଲା , କେନ୍ଦ୍ରାପଡ଼ା ଜିଲ୍ଲା , ଝାରସୁଗୁଡ଼ା ଜିଲ୍ଲା , ସୁନ୍ଦରଗଡ଼ ଜିଲ୍ଲା , କେନ୍ଦୁଝର ଜିଲ୍ଲା , ମୟୂରଭଞ୍ଜ ଜିଲ୍ଲା , ବାଲେଶ୍ବର ଜିଲ୍ଲା , ଭଦ୍ରକ ଜିଲ୍ଲା , ଓ କଟକ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ପ୍ରବଳ ବର୍ଷା (rainfall) ହେବ।

ପ୍ରକାଶ ଥାଉ ଯେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ (IMD) ଆକଳନ କରିଛି । ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲା ତଥା ଓଡ଼ିଶା (odisha) ଦିବସରେ କେତେକ ଜିଲ୍ଲାରେ ପଶ୍ଚିମା-ଝଡ଼ ସର୍ବାଧିକ ପ୍ରଭାବ ପକାଇବ ।

ସତର୍କ ସୂଚନା ! ଆଜି ରାଜ୍ୟରେ ପ୍ରବଳ ବର୍ଷିବ

ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments