1. କୃଷି ଖବର

୨୪ ଘଣ୍ଟା ମଧ୍ୟରେ ହେବ ରାଜ୍ୟରେ ବଡ଼ ବର୍ଷା

ଗତମାସ ରାଜ୍ୟରେ ଅତ୍ୟଧିକ ବର୍ଷା ହୋଇଥିବା ଯୋଗୁଁ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇଥିଲେ l କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମଧ୍ୟ ମିଳିନଥିଲା l ସେହିପରି ରାଜ୍ୟର ଆଉ କେତେକ ସ୍ଥାନରେ ବର୍ଷା ନ ହେବା ଯୋଗୁଁ ମରୁଡି ଭଳି ପରିସ୍ଥିତି ମଧ୍ୟ ଦେଖିଅକୁ ମିଳିଥିଲା l ତେବେ ଏବେ ରାଜ୍ୟରେ ପ୍ରାୟ ଦୁଇ ସପ୍ତାହ ଧରି ନିୟମିତ ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି l

Tanushree Mahapatra
Tanushree Mahapatra
Heavy rainfall expected in odisha due to low pressure, image source - pexels.com

ଅନ୍ୟପଟେ ଆସନ୍ନ ଲଘୁଚାପ ବର୍ଷାର ଆଶା ମଧ୍ୟ ବଢ଼଼ାଇଛି ଏହା । ସେପଟେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି କୁହାଯାଉଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍‌‌ ଯୋଗେ ମଧ୍ୟ ସୂଚନା ଦିଆଯାଇଛି । 

ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ପ୍ରାୟ ୩ ତାରିଖରୁ ପାଗର ପରିବର୍ତ୍ତନ ଆସିପାରେ । ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଥିବା ହେତୁ ରାଜ୍ୟରେ ୩ ତାରିଖରୁ ବର୍ଷାର ବିସ୍ତୃତି ବଢ଼଼ିବ ବୋଲି କୁହାଯାଉଛି । ତେବେ ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଯଦିଓ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ ସେନେଇ ପାଣିପାଗ କେନ୍ଦ୍ର କୌଣସି ସ୍ପଷ୍ଟ କରି ନାହିଁ l ତେଣୁ କିଛି ଜିଲ୍ଲାରେ ଭଲ ବର୍ଷା ନେଇ ଆକଳନ ମଧ୍ୟ କରାଯାଉଛି । ଯାହା ଚାଷୀଙ୍କୁ ଆଗାମୀ ଦିନରେ ତାଙ୍କ ଚାଷ ପାଇଁ ଆବଶ୍ୟକ ହୋଇପାରେ l

ସେପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ଦିନ ତଥା ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସିହତ ବର୍ଷା ସମ୍ଭାବନା ରହିଛି। 

ସେହିପରି ଶନିବାର କିଛି କିଛି ଜିଲ୍ଲାରେ ବର୍ଷା ବଢ଼଼ିବା ସହିତ ରବିବାରଠାରୁ ବର୍ଷାର ବିସ୍ତୃତି ସହିତ କିଛି କିଛି ଅଞ୍ଚଳରେ  ବର୍ଷା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରି ସତର୍କ ସୂଚନା ଜାରି କରିଛି । ସେହିପରି ଗୁରୁବାର ପ୍ରକାଶ ପାଇଥିବା ଆକଳନରେ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ରହିଛି l ଏହା ସହିତ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments