1. କୃଷି ଖବର

HEAVY RAIN: ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Tanushree Mahapatra
Tanushree Mahapatra
heavy rainfall in twin city, image source - pixeles

heavy rainfall in twin city, image source - pixeles

ରାଜ୍ୟରେ କିଛି ଦିନ ହେବ ଦେଖାଦେଇଛି କାଳବୈଶାଖୀ ପ୍ରାଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ସହିତ ବିଜୁଳି ସହ ଜାରି ରହିଛି ବର୍ଷା । ଭିଜୁଛି ରାଜ୍ୟର ଅନେକ ଜିଲ୍ଲା l ଲଗାଣ ବର୍ଷା ଯୋଗୁଁ ହଇରାଣ ହୋଇଛନ୍ତି ଜିଲ୍ଲାବାସୀ l ଏଥିପାଇଁ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ଅନେକ ଜିଲ୍ଲାରେ  ।

ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କତା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।  ଗୁରୁଚାପ ବଳୟ କ୍ରମାଗତ ଭାବରେ ତିନିରୁ ଚାରି ଦିନ ହେବ ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଏହା। ବାୟୁମଣ୍ଡଳର ମଧ୍ୟ ଭାଗରୁ ଉପରି ଭାଗ ପର୍ଯ୍ୟନ୍ତ ଏକ ନିମ୍ନଚାପରେଖା ରାଜ୍ୟରେ ସକ୍ରିୟ ହେବାର ସମ୍ଭାବନା ରହିଛି । ରାଜ୍ଯରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି ଯାହାଦ୍ୱାରା ବର୍ଷା ଜୋର ଲଗାଣ ଜାରି ରହିଛି ।

ତେବେ ରାଜ୍ୟର ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଜ୍ରପାତ ସମ୍ଭାବନା ଥିବା ଜିଲ୍ଲାଗୁଡିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ମଧ୍ୟରେ ରହିଛନ୍ତି ବାଲେଶ୍ୱର, ଭଦ୍ରକ ,ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଯାଜପୁର, କେନ୍ଦ୍ରପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ । ଅନ୍ୟପଟେ କୋରାପୁଟ,ରାୟଗଡା, କନ୍ଧମାଳ, ଢେଙ୍କାନାଳ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଆକଳନ କରାଯାଉଛି । କିଛି ଜିଲ୍ଲାରେ ୩୦ ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ । ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାରେ କୁଆପଥର ବର୍ଷା  ହେବାର ମଧ୍ୟ ସମ୍ଭାବନା ରହିଛି । ଏ ନେଇ କାଳବୈଶାଖୀ ସତର୍କ ସୂଚନା  ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ମାର୍ଚ୍ଚ ୨୨ ତାରିଖ ଠାରୁ ରାଜ୍ୟ ତାପମାତ୍ରା ଧିରେଧିରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

MFOI, VVIF Kisan Bharat Yatra: ନଗୌରରେ କ'ଣ ରହିଥିଲା ଖାସ ?

MFOI, VVIF Kisan Bharat Yatra: ଶ୍ରୀ-ଗଙ୍ଗାନଗର ଚାଷୀ ହେଲେ ଉତ୍ସାହିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments