1. କୃଷି ଖବର

ପୁନର୍ଜନ୍ମ ପାଇଲା ଚାଷ ଜମି …

ପୁନର୍ଜନ୍ମ ପାଇଲା ଚାଷ ଜମି …

KJ Staff
KJ Staff

ଲଘୁଚାପ ପ୍ରଭାବ ରେ ପ୍ରବଳ ବର୍ଷା
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଟି ରାଜ୍ୟରେ ପ୍ରବଳ ବରଷିବ
ହସୁଛି ଧାନ କ୍ଷେତ ସେପଟେ ଉବୁଟୁବୁ ମାଲକାନଗିରି

ବଙ୍ଗୋପସାଗରରେ ଲଘୁଚାପ ଏବେ ସକ୍ରିୟ ଥିଲା ବେଳେ ଏହାର ପ୍ରଭାବ ରେ ଦୁଇଦିନ ପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ |ଦ୍ଵିତୀୟ ଲଘୁଚାପ ହେଲେ ଏହାର ପ୍ରଭାବରେ ୩୧ ତାରିଖ ସକାଳୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ|୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ |ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ,କନ୍ଧମାଳ ମାଲକାନଗିରି ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହିତ ୯ ଟି ଜିଲା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି |

ଗତକାଲି ଠାରୁ ଦକ୍ଷିଣ ,ଉତ୍ତର ଏବଂ ଆଭ୍ୟନ୍ତରୀଣ ଜିଲାରେ ବର୍ଷା ହେଉଛି |ତିନିଦିନ ଧରି ମାଲକାନଗିରି ଜିଲାରେ ଲଗାନା ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ହେତୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି |ମାଲକାନଗିରି ରୁ କୋରୁକୋଣ୍ଡା ଯିବା ରାସ୍ତା ଏମ ଭି ୧୧ ଓ କୋରୁକୋଣ୍ଡା ନାଳ ଉପରେ ଥିବା ପୋଲରେ ୪ ଫୁଟ ପାଣି ପ୍ରଭାହିତ ହେଉଥିଲାବେଳେ ଦୀର୍ଘ ଦିନ ରଶୁଖିଲା ପାଗ ପରେ ବର୍ଷା ର ଆଗମନ ରେ ହସୁଛି ଚାଷ ଜମି |ଚଳିତ ବର୍ଷା ମୌସୁମୀ ବର୍ଷା ର ମାତ୍ରା କମ ରହିଥିବାରୁ ରାଜ୍ୟରେ ମରୁଡି ହେବାର ର ସମ୍ଭାବନ ରହିଥିଲା କିନ୍ତୁ ଗତ ୩ ଦିନ ର ବର୍ଷା ରେ ଏବେ ଧାନ କ୍ଷେତ ଖୁବ ଉତ୍ଫୁଲ୍ଲିତ ହୋଇ ଉଠିଛି |

ଅନ୍ୟପକ୍ଷେ ଭାରତୀୟ ପାଣିପାଗ ବିଭାଗ ର ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ ଗୋଆ ମହାରାଷ୍ଟ୍ର ପୂର୍ବ ରାଜେଶଥାନ ସମେତ ୧୫ ଟି ରାଜ୍ୟରେ ପ୍ରବଳ ବର୍ଷା ର ସମ୍ଭାବନ ରହିଛି |ସତର୍କ ସୂଚନା ରେ କୁହାଯାଇଛି ଯେ ଅତିପ୍ରବଳ ବର୍ଷା ସହ ଆରବ ସାଗରରେ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି ବେଗ ରେ ପବନ ବୋହିବାର ସମ୍ଭାବନ ରହିଛି|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ