1. କୃଷି ଖବର

RAIN ALERT: ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା

୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି.....

Tanushree Mahapatra
Tanushree Mahapatra
Heavy thundershowers are likely in the odisha, image source - pixeles

Heavy thundershowers are likely in the odisha, image source - pixeles

ରାଜ୍ୟରେ ମାର୍ଚ୍ଚ ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ । ଏହାଫଳରେ ତାପମାତ୍ରାରେ ମଧ୍ୟ ସାମାନ୍ୟ ହ୍ରାସ ହେବ । ରାଜ୍ୟରେ ମାର୍ଚ୍ଚ ମାସ ୧୯ ଏବଂ ୨୦ ତାରିଖରେ ବଡ ପ୍ରଭାବ ପଡ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ହେବା ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି l ଅନ୍ୟପଟେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ବିଭାଗ ତରଫରୁ ।

ସତର୍କତା ଜାରି କରାଯାଇଥିବା ଜିଲ୍ଲାରେ ୭୦ ରୁ ୧୧ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ l  ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ରାଜ୍ୟରେ । ଏହାସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋପାରେ । ତେଣୁ ଏ ସମସ୍ତ ସୂଚନାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି ।

ଅପରପକ୍ଷେ ୨୦ ତାରିଖରେ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି l ରାଜ୍ୟର ଅନ୍ୟ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ଗୁରୁଚାପବଳୟ ସକ୍ରିୟ ରହିଛି ଯାହାଦ୍ୱାରା ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟରେ । ଏହି ନିୟାମକ ଅନୁଯାୟୀ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ବର୍ଷା ହେଉଛି । ବର୍ଷାର ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଭାବ ରହିବ ରାଜ୍ୟର କିଛି କିଛି ଜିଲ୍ଲାରେ । ବର୍ଷା ଯୋଗୁଁ ରାଜ୍ୟରେ ଗରମରୁ ରକ୍ଷା ପାଇଛନ୍ତି ଲୋକେ l

IMD ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୭ ରୁ ୨୧ ଯାଏଁ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଅନ୍ୟପଟେ ୧୯ ମାର୍ଚ୍ଚରେ କୁଆପଥର ହେବାର ସମ୍ଭାବନା ରହିଛି । ସେହିପରି ମାର୍ଚ୍ଚ ୧୭ ରୁ ୧୯ ତାରିଖ ମଧ୍ୟରେ ମଧ୍ୟପ୍ରଦେଶ ଓ ଛତିଶଗଡରେ ହାଲୁକାରୁ  ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି l ତେବେ ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଅମଳ କ୍ଷତିଗ୍ରସ୍ତ ହୋଇଛି l

କପା ମୂଲ୍ୟରେ ବୃଦ୍ଧି: କ୍ୱିଣ୍ଟାଲ ପିଛା ୮୦୦୦/-

Salary Hike: କର୍ମଚାରୀଙ୍କୁ ବମ୍ପର ବୋନସ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments