1. କୃଷି ଖବର

ଗୁଡନ୍ୟୁଜ ; ମାତ୍ର ₹1ରେ ଘରକୁ ନିଅନ୍ତୁ ସ୍କୁଟି, ମାର୍ଚ୍ଚ ୧୧ ଯାଏଁ ଅଛି ଅଫର

ଯଦି ଆପଣ ସ୍କୁଟି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । କେବଳ ଟଙ୍କାଏ ଡାଉନ୍ ପେମେଣ୍ଟ ଦେଇ ଆପଣ ନିଜ ଘରକୁ ସ୍କୁଟି ନେଇ ପାରିବେ ।

Sudesna Nayak
Sudesna Nayak
Hero motocorp offer on two wheeler for international women day 2022 eve

Hero motocorp offer on two wheeler for international women day 2022 eve

ଯଦି ଆପଣ ସ୍କୁଟି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । କେବଳ ଟଙ୍କାଏ ଡାଉନ୍ ପେମେଣ୍ଟ ଦେଇ ଆପଣ ନିଜ ଘରକୁ ସ୍କୁଟି ନେଇ ପାରିବେ । ମଙ୍ଗଳବାର ଆନ୍ତର୍ଜାତୀୟ ମହିଳା ଦିବସ (International Women's Day) ଅବସରରେ ଦେଶର ପ୍ରସିଦ୍ଧ ଦୁଇ ଚକିଆ କମ୍ପାନୀ ହିରୋ ମୋଟୋକର୍ପ ଏହି ବଡ଼ ଘୋଷଣା କରିଛି ।

ସୂଚନା ଅନୁଯାୟୀ, ହିରୋ ମୋଟୋକର୍ପ (Hero motocorp)ଙ୍କ ଅନୁଯାୟୀ, କେବଳ ସୀମିତ ସହରରେ କମ୍ପାନୀର ଏକ ଟଙ୍କିଆ ଡାଉନ ପେମେଣ୍ଟ ଅଫର ଆରମ୍ଭ ହୋଇଛି । ଏହି ସୁଯୋଗ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ଆପଣ ଯେକୌଣସି ନିକଟସ୍ଥ ହିରୋ ସୋ’ରୁମ୍ ଭିଜିଟ କରି କମ୍ପାନୀର ସ୍କୁଟି କିମ୍ବା ସ୍କୁଟର କିଣିପାରିବେ । ମାତ୍ର ଏକ ଟଙ୍କା ଡାଉନ୍ ପେମେଣ୍ଟ ସୁବିଧା ସହିତ ନଗଦ ବୋନସ୍ ଅଫର ମଧ୍ୟ ଆରମ୍ଭ କରାଯାଇଛି ବୋଲି କମ୍ପାନୀ ଦାବି କରିଛି ।

Maestro Edge 125, Destini 125 ଏବଂ Pleasure Plus କିଣିବା ସମୟରେ ମହିଳାମାନଙ୍କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ବୋନସ୍ ମଧ୍ଯ ଦିଆଯାଉଛି । ଏହା ସହିତ, Destini 125 ବାଇକ୍ କିଣିଲେ ୨୦୦୦ ଟଙ୍କାର ଏକ ଲୟାଲିଟି ବୋନସ୍ ମଧ୍ୟ ଉପଲବ୍ଧ ହେଉଛି । କମ୍ପାନୀ କହିଛି ଯେ, ଯଦି ପରିବାରର ମହିଳାମାନଙ୍କ ନାମରେ ବୁକିଂ ହୋଇଛି, ତେବେ ତାଙ୍କୁ ଏହି ଅଫର ଦିଆଯିବ ।

କେଉଁ ସ୍କୁଟରର ଦାମ କେତେ?ଜାଣନ୍ତୁ...

-Maestro Edge 125- 73,450 ଟଙ୍କା

-Maestro Edge 110- 66,820 ଟଙ୍କା

-Destini 125- 70,400 ଟଙ୍କା

-Pleasure Plus- 74,900 ଟଙ୍କା

ଗୁଡ ନ୍ୟୁଜ ; ଟ୍ରାକ୍ଟର କିଣିବାକୁ ମିଳିବ ୫୦ ପ୍ରତିଶତ ସବସିଡି, ଫାଇଦା ଜାଣନ୍ତୁ...

କୃଷକଙ୍କ କାର୍ଯ୍ୟ ହେଲା ସହଜ ; ଲଞ୍ଚ ହେଲା VEER 20 ଟ୍ରାକ୍ଟର, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments