News

ହିମାଂଶୁ ପାଠକ ହେଲେ ଭାରତୀୟ କୃଷି ଆନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ

ଭାରତୀୟ କୃଷି ଆନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ବୈଜ୍ଞାନିକ ହିମାଂଶୁ ପାଠକ । ଏହାସହିତ କୃଷି ଅନୁସନ୍ଧାନ ଓ ଶିକ୍ଷା ବିଭାଗ(DARE)ର ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ ହିମାଂଶୁ ।

29 July, 2022 3:24 PM IST By: Shuvanshu Kar

ଭାରତୀୟ କୃଷି ଆନୁସନ୍ଧାନ ପରିଷଦ Indian Council of Agriculture Research(ICAR)ର ମହାନିର୍ଦ୍ଦେଶକ(DG) ନିଯୁକ୍ତ ହୋଇଛନ୍ତି ବରିଷ୍ଠ ବୈଜ୍ଞାନିକ ହିମାଂଶୁ ପାଠକ(Himanshu Pathak) । ଏହାସହିତ ହିମାଂଶୁ ପାଠକଙ୍କୁ କୃଷି ଅନୁସନ୍ଧାନ ଓ ଶିକ୍ଷା ବିଭାଗ(DARE)ର ସଚିବ ଭାବରେ ମଧ୍ୟ ନିଯ଼ୁକ୍ତି ମିଳିଛି । ଏନେଇ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ସୂଚନା ।

ବରିଷ୍ଠ ବୈଜ୍ଞାନିକ ହିମାଂଶୁ ପାଠକ ଏବେ ମହାରାଷ୍ଟ୍ରର ବାରାମତିରେ ଆଇସିଏଆର-ରାଷ୍ଟ୍ରୀୟ ଅଜୈବିକ ଷ୍ଟ୍ରେସ ପରିଚାଳନା ସଂସ୍ଥାନର ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ ରହିଛନ୍ତି । ନିଯୁକ୍ତି କମିଟି ହିମାଂଶଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ଦେଇଥିବା କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତାଙ୍କ ନିଯୁକ୍ତି ପଦଭାର ଗ୍ରହଣ ଦିନଠାରୁ 60 ବର୍ଷ ବୟସ ପର୍ଯ୍ୟନ୍ତ ରହିବ ।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର), କୃଷି ଅନୁସନ୍ଧାନ ଓ ଶିକ୍ଷା ବିଭାଗ(ଡିଏଆରଆଇ) ହେଉଛଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅନ୍ତର୍ଗତ ସ୍ବୟଂଚାଳିତ ସଂଗଠନ । ଏହା ସମଗ୍ର ଦେଶରେ ଉଦ୍ୟାନକୃଷି, ମତ୍ସ୍ୟପାଳନ ଓ ପଶୁ ବିଜ୍ଞାନ ସହିତ କୃଷରେ ଅନୁସନ୍ଧାନ ଓ ଶିକ୍ଷାର ସମନ୍ବୟ, ମାର୍ଗ ଦର୍ଶନ ଓ ପ୍ରବନ୍ଧନର ସର୍ବୋଚ୍ଚ ସଂସ୍ଥା ।

ଜଳବାୟୁ ପରିବର୍ତ୍ତନ, ମୁଦ୍ରା ବିଜ୍ଞାନ ଅନୁସନ୍ଧାନରେ ବିଶେଷ ରୁଚି ରଖନ୍ତି ଡ. ହିମାଂଶୁ ପାଠକ । ମହାରାଷ୍ଟ୍ରର ବାରାମତିରେ ଆଇସିଏଆର-ରାଷ୍ଟ୍ରୀୟ ଅଜୈବିକ ଷ୍ଟ୍ରେସ ପରିଚାଳନା ସଂସ୍ଥାନର ନିର୍ଦ୍ଦେଶକ ଥିବା ପାଠକ ଏହା ପୂର୍ବରୁ ଭାକୃଅନୁପ-ଏନଆରଆରଆଇ, କଟକର ନିର୍ଦ୍ଦେଶକ ଥିଲେ ।

2001ରୁ 06 ଯାଏଁ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ, ନୂଆଦିଲ୍ଲୀରେ ପାଠକ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଥିଲେ । ଭାରତୀୟ-ଗାଙ୍ଗେତ୍ୟ ଜମି ପାଇଁ ଧାନ-ଗହମ କନସୋର୍ଟିୟମ୍ (RWC),2006ରୁ 09 ଆନ୍ତର୍ଜାତୀୟ ଧାନ ଅନୁସନ୍ଧାନ ପ୍ରତିଷ୍ଠାନ (IRRI)ନୂଆଦିଲ୍ଲୀ, 2009ରୁ 2016 ଯାଏଁ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ, 2013ରୁ 2016 ଯାଏଁ ପରିବେଶ ବିଜ୍ଞାନ ଅନୁଶାସନ, ନୂଆଦିଲ୍ଲୀରେ ପ୍ରଫେସର ଭାବରେ ଦାୟିତ୍ବ ତୁଲାଇସାରିଛନ୍ତି ।

ICAR ରିପୋର୍ଟ: ଚାଷୀଙ୍କ ଆୟରେ 125-272% ବୃଦ୍ଧି

ଆଇ.ସି.ଏ.ଆର-ସିଫା(ICAR-CIFA)ରେ ମହିଳା କୃଷିଜୀବି ଦିବସ ପାଳିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)