1. କୃଷି ଖବର

ଆଇ.ସି.ଏ.ଆର-ସିଫା(ICAR-CIFA)ରେ ମହିଳା କୃଷିଜୀବି ଦିବସ ପାଳିତ

ଭୁବନେଶ୍ୱର : କୃଷି ବିଜ୍ଞାନ କେନ୍ଦ୍ର(KVK), ଖୋର୍ଦ୍ଧା ଓ ଆଇ.ସି.ଏ.ଆର-କେନ୍ଦ୍ରୀୟ ମଧୁର ଜଳ କୃଷି ଗବେଷଣା ପ୍ରତିଷ୍ଠାନ (ICAR-CIFA)କୌଶଲ୍ୟାଗଙ୍ଗର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ଗ୍ରାମରେ ମହିଳା କୃଷିଜୀବି ଦିବସ କୋଭିଡ଼୍ ଗାଇଡ଼୍ଲାଇନ୍ ଅନୁସାରେ ଗତ ୪ ତାରିଖ ଦିନ ପାଳିତ ହୋଇଯାଇଛି । କୃଷିଜିବୀ ମାନଙ୍କ ମଧ୍ୟରେ ପ୍ରାୟ ୩୦ ଶତକଡ଼ା ମହିଳା କୃଷି କ୍ଷେତ୍ରସହ ସିଧାସଳଖ ଜଡ଼ିତ ଥିବାବେଳେ ପ୍ରାୟ ଶତକଡ଼ା ୪୫ ଭାଗ ମହିଳା କୃଷି ଶ୍ରମିକ ଭାବରେ କାର୍ଯ୍ୟ କରିଥାନ୍ତି ।

KJ Staff
KJ Staff
Women in agriculture day

Women in agriculture day

ଭୁବନେଶ୍ୱର : କୃଷି ବିଜ୍ଞାନ କେନ୍ଦ୍ର(KVK), ଖୋର୍ଦ୍ଧା ଓ ଆଇ.ସି..ଆର-କେନ୍ଦ୍ରୀୟ ମଧୁର ଜଳ କୃଷି ଗବେଷଣା ପ୍ରତିଷ୍ଠାନ (ICAR-CIFA)କୌଶଲ୍ୟାଗଙ୍ଗର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ଗ୍ରାମରେ ମହିଳା କୃଷିଜୀବି ଦିବସ କୋଭିଡ଼୍ ଗାଇଡ଼୍‌ଲାଇନ୍ ଅନୁସାରେ ଗତ ୪ ତାରିଖ ଦିନ ପାଳିତ ହୋଇଯାଇଛି । କୃଷିଜିବୀ ମାନଙ୍କ ମଧ୍ୟରେ ପ୍ରାୟ ୩୦ ଶତକଡ଼ା ମହିଳା କୃଷି କ୍ଷେତ୍ରସହ ସିଧାସଳଖ ଜଡ଼ିତ ଥିବାବେଳେ ପ୍ରାୟ ଶତକଡ଼ା ୪୫ ଭାଗ ମହିଳା କୃଷି ଶ୍ରମିକ ଭାବରେ କାର୍ଯ୍ୟ କରିଥାନ୍ତି ।

କୃଷି କ୍ଷେତ୍ରରେ ମହିଳା ମାନଙ୍କ ଯୋଗଦାନ ଫଳରେ ଦାରିଦ୍ର‌୍ୟତା ଦୂର ହୋଇପାରୁଛି ଓ ଖାଦ୍ୟ ନିରାପତା ରେ ଉନ୍ନତି ହେଉଛି । ଏହାକୁ ସ୍ମରଣ କରିବାପାଇଁ ପ୍ରତିବର୍ଷ କର୍ମଜୀବି ମହିଳା ଦିବସ ପାଳିତ ହୋଇଆସୁଛି । ଏପିଇଡ଼ି ର ବିଭାଗୀୟ ମୁଖ୍ୟ ଡ଼ଃ ବି.ଆର. ପିଲାଇ ଅତିଥି ଓ ଉପସ୍ଥିତ ମହିଳା କୃଷିଜୀବିମାନଙ୍କୁ ସ୍ୱାଗତ କରି କୃଷି କାର୍ଯ୍ୟରେ ମହିଳା ମାନଙ୍କ ଅବଦାନ ର ଭୂୟସୀ ପ୍ରଶଂସା କରିଥିଲେ । ସରକାର ଓ ବିଭିନ୍ନ ବ୍ୟାଙ୍କ ମହିଳାମାନଙ୍କୁ ଯୋଗାଇଦେଉଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗ ହାସଲ କରିବା ଉଚିତ୍ ବୋଲି କହିଥିଲେ । ଜଳକୃଷି କ୍ଷେତ୍ରରେ ମହିଳା କୃଷିଜିବୀମାନେ କିପରି ଅଧିକ ସଫଳତା ହାସଲ କରିବେ ସେ ସଂପର୍କରେ ସିଫାର ପ୍ରଧାନ ବୈଜ୍ଞାନିକ ଡ଼ଃ କାନ୍ତ ଦାସମହାପାତ୍ର ପ୍ରକାଶ କରିଥିଲେ ।

ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ମଧୁର ଜଳ ରେ ମହିଳାମାନେ ମତ୍ସ୍ୟଚାଷ କରିବା ପାଇଁ ସିଫା(CIFA) ଦ୍ୱାରା ପ୍ରଣିତ ହୋଇଥିବା ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଗୁଡ଼ିକର ବିଷଦ ବିବରଣୀ ପ୍ରଦାନ କରିଥିଲେ । ବିଗତ ତିନି ଦଶନ୍ଧି ଧରି ବିଭିନ୍ନ ବାହ୍ୟସେବା ପ୍ରକଳ୍ପ ମାଧ୍ୟମରେ ବିଶେଷ କରି ମହିଳାମାନେ ଉପକୃତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସିଫାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକରେ ସମାନୁପାତରେ ମହିଳାମାନଙ୍କୁ ଅଗ୍ରାଧିକାର ଭିତିରେ ପ୍ରଶିକ୍ଷଣ, କୌଶଳ ବିକାଶ, ବୈଷୟିକ ଜ୍ଞାନ ପ୍ରଦାନ କରି ଉତ୍ସାହିତ କରାଯାଉଛି ବୋଲି କହିଥିଲେ । ବିଭିନ୍ନ ମହିଳାଗୋଷ୍ଠୀ ମାଧ୍ୟମରେ ମତ୍ସ୍ୟଚାଷ, ଜାଆଁଳ ଉତ୍ପାଦନ, ରଙ୍ଗୀନ ମାଛଚାଷ, ଗୋଷ୍ଠୀ ପୋଖରୀ ରେ ମାଛ ଚାଷ ଇତ୍ୟାଦି କାର୍ଯ୍ୟକ୍ରମ ମାଧ୍ୟମରେ ସିଫା ମହିଳା ମାନଙ୍କୁ ମାଛଚାଷ ପାଇଁ ପ୍ରୋତ୍ସାହନ ଦେଇ ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେଉଛି ଓ ମହିଳାମାନେ ଚାହିଁଲେରଙ୍ଗୀନ ମାଛ ଚାଷ ଗାଁ” କରି ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ ବୋଲି ଡ଼ଃ ସ୍ୱାଇଁ ପ୍ରକାଶ କରିଥିଲେ ।

ସେଂଟର ଫର୍ ଆକ୍ସନ୍ ରିସର୍ଚ୍ଚ ଏଣ୍ଡ ଡ଼କୁମେଂଟସନ୍ ର ନିର୍ଦ୍ଦେଶିକା ମଂଜୁ ଧଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରାଷ୍ଟ୍ର ଗଠନରେ ମହିଳାମାନଙ୍କ ଭୂମିକା ର ଗୁରୁତ୍ୱ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ରାଜସ ଗ୍ରାମ ପଂଚାୟତ ସରପଂଚ ଶ୍ରୀ ବାସୁ ଦେବ ପାଳ ସରକାରୀ ସ୍ତରରେ କୃଷି ପାଇଁ ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ଗୁଡ଼ିକ ସଂପର୍କରେ କହିଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧାର ବରିଷ୍ଠ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ଗ୍ରାମାଂଚଳରେ କାର୍ଯ୍ୟକାରୀ ହେଉଥିବା ଅଗ୍ରଣୀ ପ୍ରକଳ୍ପ ଓ ସେଥିରେ ମହିଳାମାନଙ୍କ ର ଅବଦାନ ସଂପର୍କରେ

ସୂଚନା ଦେଇଥିଲେ । ଏହି ଉତ୍ସବରେ ନିଗମ ସାରସ୍ୱତ କୃଷକ କ୍ଲବର ସଭାପତି ପ୍ରତାପ ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୩୦ ଜଣ ମହିଳା କୃଷିଜୀବି ଯୋଗଦାନ କରି ସେମାନଙ୍କର ଅନୁଭୂତି କୁ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ବୈଜ୍ଞାନିକ ଶ୍ରୀମତି ଶ୍ୱେତା ପ୍ରଧାନ ଓ ସୁକାନ୍ତି ବେହେରା ସଂଯୋଜନା କରିଥିବା ବେଳେ, ଡ଼ଃ ଉତ୍କଳ ଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments