1. କୃଷି ଖବର

କେମିତି ଚାଲିଛି ଗହମ ବ୍ୟବସାୟ, ଆସନ୍ତୁ ଜାଣିବା ସବିଶେଷ ବିବରଣୀ !!

ଦିନକୁ ଦିନ ବିଶ୍ୱରେ ଭାରତୀୟ ଗହମର ଚାହିଦା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱର ଗହମର ଉତ୍ପାଦନ ହ୍ରାସ ପାଇଛି। ଯେଉଁଥି ପାଇଁ ଭାରତୀୟ ଗହମର ଚାହିଦା ବୃଦ୍ଧି ପାଇଛି l ଭାରତ ରପ୍ତାନୀ କରୁଥିବା ଗହମ ଉପରେ ଅନେକ ଦେଶ ନିର୍ଭରଶୀଳ ହେଉଛନ୍ତି।

Sugyan Kumar Nayak
Sugyan Kumar Nayak

ଦିନକୁ ଦିନ ବିଶ୍ୱରେ ଭାରତୀୟ ଗହମର ଚାହିଦା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱର ଗହମର ଉତ୍ପାଦନ ହ୍ରାସ ପାଇଛି। ଯେଉଁଥି ପାଇଁ ଭାରତୀୟ ଗହମର ଚାହିଦା ବୃଦ୍ଧି ପାଇଛି l ଭାରତ ରପ୍ତାନୀ କରୁଥିବା ଗହମ ଉପରେ ଅନେକ ଦେଶ ନିର୍ଭରଶୀଳ ହେଉଛନ୍ତି। ଭାରତରେ ବହୁ ପରିମାଣରେ ଗହମ ଉତ୍ପାଦନ ହେତୁ ବିଶ୍ୱରେ ଭାରତ ଏକ ପ୍ରମୁଖ ଗହମ ଯୋଗାଣକାରୀ ଭାବରେ ଗଣା ହେଉଛି।  ସର୍ବଭାରତୀୟ ସ୍ତରରେ ଗହମର ଚାହିଦା ହେତୁ ଏହାର ମୂଲ୍ୟ ବୃଦ୍ଧି ପାଇଛି। ଯାହା ଫଳରେ ଗହମ ଚାଷୀମାନେ ଭଲ ଲାଭବାନ ହୋଇଥାନ୍ତି। ଭାରତ ପକ୍ଷରୁ ଅନ୍ୟ ଦେଶକୁ କେତେ ପରିମାଣର ଗହମ ରପ୍ତାନି ହେଉଛି ତାହା ଆକଳନ ହୋଇଛି।

ଏଗ୍ରି ଇଣ୍ଡିଆର ନିତିନ ତ୍ୟାଗୀଙ୍କ କହିବା ଅନୁଯାୟୀ, ଏହି ବର୍ଷ ୨୫ ରୁ ୩୦ ଲକ୍ଷ ଟନ ଗହମ ରପ୍ତାନି ହେବାର ବ୍ୟବସ୍ଥା ରହିଛି।  ଏପର୍ଯ୍ୟନ୍ତ ୧.୫ ମିଲିୟନ ଟନ୍ ଗହମ ବିଶ୍ୱ ବଜାରକୁ ରପ୍ତାନି ହୋଇଛି। ବିଶ୍ବରେ ଗହମ ଉତ୍ପାଦନ କମ୍  ହେବା ହେତୁ ବଜାରରେ ଭାରତୀୟ ଗହମର ଚାହିଦା ବୃଦ୍ଧି ପାଇଛି। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ (ଆପେଡା) ର ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଗହମ ରପ୍ତାନି ୧.୧ ମିଲିୟନ ଟନ୍ ହୋଇଥିଲା।  ଏହାର ମୂଲ୍ୟ ୨,୧୪୨ କୋଟି ଟଙ୍କା ଥିଲା। ଏକ ବର୍ଷ ପୂର୍ବେ ୦.୧୧ ନିୟୁତ ଟନ୍ ରପ୍ତାନୀ ହୋଇଥିଲା ଯାହାର ମୂଲ୍ୟ ଥିଲା ୨୩୪ କୋଟି ଟଙ୍କା।

ଗତ ବର୍ଷ ରପ୍ତାନି

ଗତ ବର୍ଷର ଗହମ ରପ୍ତାନୀରେ ଭାରତ ରେକର୍ଡ ଭାଙ୍ଗିଛି । ୨୦୧୪-୧୫ ଆର୍ଥିକ ବର୍ଷରେ ୨.୯ ନିୟୁତ ଗହମ ସର୍ବାଧିକ ରପ୍ତାନି ହୋଇଥିଲା। ପଶ୍ଚିମ ଏସିଆର ଦେଶଗୁଡ଼ିକୁ ସର୍ବାଧିକ ପରିମାଣର ଗହମ ରପ୍ତାନି କରାଯାଉଛି। ଯେଉଁଥିରେ ଇଣ୍ଡୋନେସିଆ, ଆରବ ଏମିରେଟ୍ସ, କାତାର ସମେତ ଅନେକ ଦେଶ ଅନ୍ତର୍ଭୁକ୍ତ। ଗହମ ରପ୍ତାନୀ ବାଣିଜ୍ୟ ଯୋଗୁଁ ବିଶ୍ବର ଅନେକ ଦେଶ ଭାରତ ସହ ସମ୍ପର୍କ ମଜଭୁତ କରୁଛନ୍ତି ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments