1. କୃଷି ଖବର

କେମିତି କରିବେ ଅଦା ଚାଷ ??

ଓଡ଼ିଆ ଘରର ତରକାରୀ ମସଲା ହେଉ ବା ଆୟୁର୍ବେଦିକ ଔଷଧ ହେଉ ଅଦାର ଆଦର ସବୁଠି ଆଗରେ l ବର୍ତ୍ତମାନ ବର୍ଷ ଋତୁ ଆରମ୍ଭ ସମୟ l ଏହା ହେଉଛି ଅଦା ଲଗାଇବାର ଉପଯୁକ୍ତ ସମୟ l ଆସନ୍ତୁ ଆଜି ଏହି ଅଦା ଚାଷର କିଛି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Ginger Farming

Ginger Farming

ଓଡ଼ିଆ ଘରର ତରକାରୀ ମସଲା ହେଉ ବା ଆୟୁର୍ବେଦିକ ଔଷଧ ହେଉ ଅଦାର ଆଦର ସବୁଠି ଆଗରେ l ବର୍ତ୍ତମାନ ବର୍ଷ ଋତୁ ଆରମ୍ଭ ସମୟ l ଏହା ହେଉଛି ଅଦା ଲଗାଇବାର ଉପଯୁକ୍ତ ସମୟ l ଆସନ୍ତୁ ଆଜି ଏହି ଅଦା ଚାଷର କିଛି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଆଲୋଚନା କରିବା l 

ଆମ ରାଜ୍ୟର ଜଳବାୟୁ ଓ ମାଟି ଅଦା ଚାଷ ପାଇଁ ବେଶ୍ ଉପଯୁକ୍ତ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତିବର୍ଷ ଅଦା ଚାଷ କରାଯାଏ । ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିରେ ମଧ୍ୟ ଏହା ଚାଷ ହୋଇପାରିବ । ବାଲିଆ ବା ଦୋରସା ମାଟିରେ ଏହା ଭଲ ହୁଏ । ମାତ୍ର ନିଗିଡ଼ା ଜମି ଏହି ଫସଲ ପାଇଁ ନିତାନ୍ତ ଦରକାର । ବର୍ଷାଦିନେ ପହିଲି ବର୍ଷା ପରେ ଜମିକୁ ୫/୬ ଓଡ଼ ଚାଷ କରି ମାଟି ଗୁଣ୍ଡ କରାଯାଏ । ଏହାପରେ ତିନି ଫୁଟ ଓସାର ଛଅ ଇଞ୍ଚ ଉଚ୍ଚ ଓ ସୁବିଧା ଅନୁସାରେ ଲମ୍ବ ରଖି ପଟାଳିମାନ କରାଯାଏ । ଦୁଇ ପଟାଳି ମଧ୍ୟରେ ୧ ଫୁଟ ଦୂରତା ରଖାଯାଏ । ଉଭୟ ଅପ୍ରେଲ ଓ ମେ ମାସରେ ଅଦା ଲଗା ଯାଇପରେ । ମାତ୍ର ଅଧିକ ଅମଳ ପାଇବା ପାଇଁ ଅପ୍ରେଲ ମାସରେ ପ୍ରଥମାର୍ଦ୍ଧ ହେଉଛି ଅଦା ଲଗାଇବାର ଉପଯୁକ୍ତ ସମୟ । ଏକ ଏକର ଜମିରେ ଲଗାଯିବା ପାଇଁ ପ୍ରାୟ ୬ କୁଇଣ୍ଟାଲ ଅଦାଖଣ୍ଡ ଦରକାର ହୁଏ । ଏହି ଖଣ୍ଡଗୁ ଡ଼ିକୁ ୨– ୩ ଟି ଆଖୁ ଥାଇ ପ୍ରାୟ ୧୫ ଗ୍ରାମ୍ ଓଜନ ରଖି କଟାଯାଏ । ଲଗାଇବା ପୂର୍ବରୁ ଖଣ୍ଡୁଗଡ଼ିକୁ ଶତକଡ଼ା ୦.୧ ଭାଗ କାର୍ବେଣ୍ଡାଜିମ୍, ୦.୩ ଭାଗ କ୍ଵିନାଲଫସ୍ ଓ ୦.୨ ଶକଡ଼ା ମାଙ୍କାଢେବ ଦ୍ରବଣରେ ପ୍ରାୟ ଅଧଘଣ୍ଟାଏ । ବୁଡ଼ାଇ ରଖି ବିଶୋଧନ କରାଯାଏ । ଏହାପରେ ଖଣ୍ଡଗୁଡ଼ିକୁ ଛାଇରେ ଶୁଖାଯାଏ । ଖଣ୍ଡଗୁଡ଼ିକୁ ଧାଡ଼ି ଧାଡ଼ି କରି ୧୦ ଇଞ୍ଚ ଓ ଗଛକୁ ଗଛ ୮ ଇଞ୍ଚ ଦୂରତା ରଖି ୨ ଇଞ୍ଚ ଗଭୀରରେ ପୋତା ଯାଏ । ଲଗାଇବା ପରେ ପଟାଳିକୁ ଡାଳପତ୍ର ବା ଘାସଦ୍ଵାରା ଘୋଡ଼ାଇ ଦିଆଯାଏ । ପ୍ରତିଥର କୋଡ଼ାଖୁସା କରି ହୁଡ଼ା ଟେକିବା ପରେ ଡାଳପତ୍ରକୁ ପୁଣି ଘୋଡ଼ାଇ ଦିଆଯାଏ । ଆମ ରାଜ୍ୟରେ ସୁପ୍ରଭା, ସୁରୁଚି, ସୁରଭି କିସମରୁ ଅଧିକ ଅମଳ ମିଳି ପାରୁଛି ଓ ଏଥିରେ ଅଳ୍ପ ତନ୍ତୁ ତଥା ଅଧିକ ବାସନା ରହିଥାଏ । ଶେଷ ଓଡ଼ ଚାଷ କରି ଅଦାଖଣ୍ଡ ଲଗାଇଲା ବେଳେ ଏକର ପିଛା ପ୍ରାୟ ୫ ଗାଡ଼ି ଖତ ଦିଆଯାଏ ।

ଅଦା ଲଗାଇଲା ବେଳେ ସିଆରରେ ଏକର ପିଛା ୪୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ ସାର ପ୍ରୟୋଗ କରାଯାଏ । ଲଗାଇବାର ୪୫ ଦିନ ପରେ ଏକର ପିଛା ୨୫ କି.ଗ୍ରା. ଯବକ୍ଷାର ଜାତୀୟ ସାର ଦେଇ ହୁଡ଼ା ଟେକି ଦେବାକୁ ହୁଏ । ଲଗାଇବାର ତିନିମାସ ପରେ ଏକର ପିଛା ୨୫ କି.ଗ୍ରା. ଯବକ୍ଷାର ଓ ୨୦ କି.ଗ୍ରା. ପଟାସ ସାର ଦେଇ ହୁଡ଼ା ଟେକାଯାଏ । କଫି, ଆମ୍ବ, ପିଜୁଳି ଇତ୍ୟାଦି ବଗିଚା ମାନଙ୍କରେ ଅଦାକୁ ମଧ୍ୟ ଅନ୍ତଃ ଫସଲ ହିସାବରେ ଚାଷ କରାଯାଇପାରିବ । ଅଦା ଫସଲରେ ସାଧାରଣତଃ ପତ୍ରଦାଗ ରୋଗ, କାଣ୍ଡ ବିନ୍ଧା ଓ ଶୋଷକ ପୋକ ଲାଗି ଫସଲରେ କ୍ଷତି କରିଥାଆନ୍ତି । ପତ୍ରଦାଗ ରୋଗ ସାଧାରଣତଃ ସେପ୍ଟେମ୍ବର ମାସରେ ଫସଲରେ ଦେଖାଯାଏ । ୧୫ ଦିନ ଛଡ଼ାରେ ଶତକଡ଼ା ୧ ଭାଗ ବୋର୍ଡୋମିକଶଚର ବା ୦.୨ ଶତାଂଶ ଥିରାମ ସ୍ପ୍ରେ କଲେ ରୋଗ ଆୟତ୍ତ ହୋଇଥାଏ।  କାଣ୍ଡ ବିନ୍ଧା ପୋକ ପାଇଁ ୦.୦୫ ଶତାଂଶ ଫାମିଡନ୍ ଓ ଶୋଷକ ପୋକ ପାଇଁ ୦.୦୫ ଶତାଂଶ ମାଲାଅନ୍ ସ୍ପ୍ରେ କରିବା ଉଚିତ୍ । ଏହା ଛଡ଼ା ପତ୍ରକୁ ଖାଉଥିବା କ୍ଷିପ୍ର ପ୍ରଜାପତିକୁ ଦମନ କରିବା ପାଇଁ ଶତକଡ଼ା ୦.୦୫ ହାରରେ ୫ କିଲୋଗ୍ରାମ୍ ଇକାଲକସ ପକାଇ ଦମନ କରାଯାଇପାରେ । ଅଦା ଲଗାଇବାର ୭ ରୁ ୮ ମାସ ପରେ ଏହା ଖୋଳାଯାଏ । ଏକର ପିଛା ୮୦ ରୁ ୧୨୦ କୁଇଣ୍ଟାଲ ପର୍ଯ୍ୟନ୍ତ କଞ୍ଚା ଅଦା ମିଳିଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments