1. କୃଷି ଖବର

କିପରି ଉଠାଇବେ E-Shram କାର୍ଡରେ ଲାଭ ?

ଇ-ଶ୍ରମ କାର୍ଡ , ଯେଉଁଥିରେ ରୋଜଗାର ପାଉନଥିବା ଲୋକଙ୍କୁ ସରକାରଙ୍କ ଦ୍ୱାରା ରୋଜଗାରର ପନ୍ଥା ଯୋଗାଇ ଦେଉଛନ୍ତି l କିଛି ବର୍ଷ ପୂର୍ବେ ଦେଶର ସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଛନ୍ତି ।

Tanushree Mahapatra
Tanushree Mahapatra
How to get benefits through e-shram card

How to get benefits through e-shram card

ଇ-ଶ୍ରମ କାର୍ଡ , ଯେଉଁଥିରେ ରୋଜଗାର ପାଉନଥିବା ଲୋକଙ୍କୁ ସରକାରଙ୍କ ଦ୍ୱାରା ରୋଜଗାରର ପନ୍ଥା ଯୋଗାଇ ଦେଉଛନ୍ତି l  କିଛି ବର୍ଷ ପୂର୍ବେ ଦେଶର ସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଏହି ସ୍କିମରେ ଯୋଡ଼ି ହେଲେ ଦେଶରେ ଥିବା ଅନେକ  ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅନେକ ଫାଇଦା ମିଳିଥାଏ । ଏଥିସହିତ ମାଗଣାରେ ବୀମା ସୁବିଧା ମଧ୍ୟ ମିଳିଥାଏ ଏହି ସ୍କିମରେ ।

ସାଧାରଣ ବର୍ଗ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ଏକ ଭଲ ଯୋଜନା ଯାହାର ଫାଇଦା ଉଠାଇପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୮ କୋଟିରୁ ଅଧିକ ଲୋକ ପଞ୍ଜିକୃତ ହୋଇ ସାରିଥିବା ନେଇ ନଜିର ରହିଛି । ଆଉ ଏବେ ଏହାକୁ ଆହୁରି ସହଜ କରିଥିଲେ ସରକାର ,ଦେଶରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ବିସ୍ତୃତ ଜାତୀୟ ଡାଟାବେସ ନିର୍ମାଣରେ ସହାୟକ ହେବା ପାଇଁ ଏକ  ପୋର୍ଟାଲ ର ଶୁଭାରମ୍ଭ କରିଥିଲେ l ରାଷ୍ଟ୍ରର ଇତିହାସରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ଏହା ସରକାରଙ୍କ ଏକ ପ୍ରକାର  ଚେଷ୍ଟା , ୩୮ କୋଟିରୁ ଅଧିକ ଶ୍ରମିକ ଗୋଟିଏ ପୋର୍ଟାଲରେ ସେମାନଙ୍କ ପଞ୍ଜୀକରଣ କରିପାରିବେ ଏହି ପୋର୍ଟାଲରେ  l ଏହି ପୋର୍ଟାଲରେ ପଞ୍ଜୀକରଣ ହେବ ସମ୍ପୂର୍ଣ୍ଣ ମାଗଣା ଏବଂ ଶ୍ରମିକମାନଙ୍କୁ ଏଥିପାଇଁ କିଛି ଅର୍ଥ ଦେବାକୁ ପଡ଼ିବ ନାହିଁ l ଯାହା ତାଙ୍କ ପାଇଁ ସହଜ l

ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରାଯାଇଛି ଯେଉଁଥିରେ ୩୮ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ପଞ୍ଜୀକରଣ କରିପାରିବେ । ଏଥିରେ ଶ୍ରମିକମାନେ କେବଳ ନିଜର ପଞ୍ଜୀକରଣ କରିପାରିବେ ନାହିଁ ବରଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ ବୋଲି ଶ୍ରମ ମନ୍ତ୍ରୀ କହିଥିଲେ । ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହେଉଥିବା ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମଞ୍ଜୁର କରାଯିବ l ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଥିବା ପ୍ରତ୍ୟେକ ଶ୍ରମିକଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ପୀଡ଼ିତ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଆଂଶିକ ରୂପରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କାର ବୀମା ପାଇପାରିବେ। ସରକାର ସବୁବେଳେ ଶ୍ରମିକମାନଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ଏହି ପୋର୍ଟାଲ ରେ ପଞ୍ଜୀକରଣ କରିବା ପରେ ଶ୍ରମିକମାନଙ୍କୁ ଏକ ଇ-ଶ୍ରମ କାର୍ଡ ( e-shram card ) ଦିଆଯାଇଥାଏ  ଯେଉଁଥିରେ ଏକ ଅଭିନବ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ରହିଛି । ଏହି କାର୍ଡ ଜରିଆରେ ଶ୍ରମିକମାନେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାରିବେ। ଏଥିରେ ଶ୍ରମିକମାନେ କେବଳ ନିଜର ପଞ୍ଜୀକରଣ କରିପାରିବେ ନାହିଁ ବରଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ l ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିଜ ନିଜର ରେଜିଷ୍ଟ୍ରେସନ ଇ-ଶ୍ରମ ପୋର୍ଟାଲରେ କରିପାରିବେ ଏହା କଲା ପରେ ତାଙ୍କୁ ଶ୍ରମ କାର୍ଡ ଦିଆଯିବ । ସମସ୍ତ ରେଜିଷ୍ଟ୍ରେସନ କରିବା ପରେ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ଯୋଜନାର ଲାଭ ପ୍ରଦାନ କରାଯାଇଥାଏ । ଏହି ପୋର୍ଟାଲ ତଥା ଏହି ଯୋଜନା ଦ୍ୱାରା ଶ୍ରମିକଙ୍କୁ ୨ ଲକ୍ଷର ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଶ୍ରମିକଙ୍କୁ ବୀମା ସୁବିଧା ଯୋଗାଇ ଦିଆଯାଇଥାଏ ।

ସବୁଠାରୁ ଭଲ କଥା ହେଉଛି ଏହି ଯୋଜନାରେ ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ବା ସେ ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ଏହି ଯୋଜନା ମାଧ୍ୟମରେ । ଯଦି ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ତାଙ୍କୁ ୧ ଲକ୍ଷ ଟଙ୍କାର ବୀମା ଭଳି ସୁବିଧା ମଧ୍ୟ ମିଳିଥାଏ । ଆପଣ ଏହି ଇ-ଶ୍ରମ ପୋର୍ଟାଲରେ ନିଜକୁ ରେଜିଷ୍ଟ୍ରେସନ କରିବା ପାଇଁ ଆଧାର କାର୍ଡ ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ଆବଶ୍ୟକ ପଡିଥାଏ  । ଯେଉଁ ବ୍ୟକ୍ତିଙ୍କର  ମୋବାଇଲ ନମ୍ବର ଆଧାର କାର୍ଡ ସହିତ ଲିଙ୍କ ହୋଇନଥିବ, ସେ ନିକଟସ୍ଥ ସିଏସସି କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ ନଚେତ ଏହାର ସୁବିଧା ତାଙ୍କୁ ମିଳି ପାରିବ ନାହିଁ  । ସବୁଠାରୁ ବଡ କଥା ହେଉଛି ଯଦି ଜଣେ ପିଏମ କିଷାନ ଯୋଜନାର ଲାଭାର୍ଥୀ ହୋଇଥିବେ ତେବେ ତାଙ୍କୁ ଏହି ଇ-ଶ୍ରମ ସ୍କିମରେ ଅର୍ଥ ମିଳିବ ନାହିଁ । ତେବେ ୧୬-୫୯ ବର୍ଷର ଅସଂଗଠିତ କ୍ଷେତ୍ରର ଲୋକମାନେ ଇ-ଶ୍ରମ ପୋର୍ଟାଲ  https://www.eshram.gov.in/ ରେ ରେଜିଷ୍ଟ୍ରେସନ କରିପାରିବେ ।

ରାସନ କାର୍ଡଧାରୀଙ୍କୁ ମିଳିଲା ବଡ଼ ରିହାତି !

ଜାରି ଧାନ କ୍ରୟ ରୁ 1 କୋଟିରୁ ଅଧିକ ଚାଷୀ ଲାଭବାନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments