1. କୃଷି ଖବର

ଓଡ଼ିଶାରେ ମିଠା ତୁଳସୀ ଚାଷ

ଚାଲନ୍ତୁ ଜାଣିବେ ଷ୍ଟିଭିଆ ଚାଷ ବିଷୟରେ, ଷ୍ଟିଭିଆ ଔଷଧୀୟ ବୃକ୍ଷ ଯାହାକୁ କେହି କେହି ମିଠା ତୁଳସୀ ବୋଲି ମଧ୍ୟ କହିଥାନ୍ତି । ଷ୍ଟିଭିଆ ଶୁଖିଲା ପତ୍ରର ମିଠା ଅଂଶ ଚିନିଠାରୁ ପ୍ରାୟ ୪୦ ଗୁଣ ଅଧିକ । ଏହାର ବିଶେଷତ୍ବ ହେଉଛି ଏହା ଶତକଡ଼ା ଶହେ ଭାଗ କ୍ୟାଲୋରୀ ମୁକ୍ତ ମିଠା । ମେଦ ହ୍ରାସ ପାଇଁ , ଓଜନ କମାଇବା ପାଇଁ , ରକ୍ତଚାପ ନିୟନ୍ତ୍ରଣ ଔଷଧରେ ଏହା ହେଉଛି ପ୍ରଧାନ ଅଂଶ ।

Sudesna Nayak
Sudesna Nayak
Stevia farming in Odisha

Stevia farming in Odisha

କରୋନା ମହାମାରୀରେ ଦେଶରେ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବେସରକାରୀ କ୍ଷେତ୍ରରେ କାମ କରୁଥିବା ଅନେକ ଲୋକ ଏବେ ଚାକିରୀ ହରାଇ ବେକାର ହୋଇଛନ୍ତି । ତା ଭିତରେ ଅନେକ ଲୋକ ଏବେ କାମ ଅନ୍ୱେଶଣରେ ଥିବା ବେଳେ କିଛି ଲୋକ ସେମାନଙ୍କର ପାରମ୍ପାରିକ ବୃତ୍ତି କୃଷି କ୍ଷେତ୍ରକୁ ଆପଣାଇ ନେଉଥିବା ଦେଖିବାକୁ ମିଳିଛି । ହେଲେ କୃଷିକ୍ଷେତ୍ରରେ ଯଦି ଆପଣ କିଛି ନୂଆ ନକରିବେ ତେବେ ସେଥିରୁ ଲାଭବାନ ହେବା ବଡ କଷ୍ଟ ।

ତେବେ ଏହାରି ମଧ୍ୟରେ ଆମେ ଆପଣଙ୍କୁ ଏମିତି ଏକ ଚାଷ ବାବଦରେ କହିବାକୁ ଯାଉଛୁ ଯାହା ଚାଷକରି ଆପଣ ବହୁ ଲାଭ ପାଇପାରିବେ । ଯାହାକି ଅନ୍ୟ ଚାଷରେ ସମ୍ଭବ ହୋଇପାରି ନଥାଏ । ଏହି ଚାଷ ପାଇଁ ଆପଣଙ୍କୁ ବହୁ ଜମିର ଆବଶ୍ୟକତା ପଡିବ ନାହିଁ । ଏହାସହ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ ଆପଣଙ୍କୁ ସରକାରୀ ସହାୟତା ବି ମିଳିପାରିବ ।

 

ଚାଲନ୍ତୁ ଜାଣିବେ ଷ୍ଟିଭିଆ ଚାଷ ବିଷୟରେ,  ଷ୍ଟିଭିଆ ଔଷଧୀୟ ବୃକ୍ଷ ଯାହାକୁ କେହି କେହି ମିଠା ତୁଳସୀ  ବୋଲି ମଧ୍ୟ କହିଥାନ୍ତି । ଷ୍ଟିଭିଆ ଶୁଖିଲା ପତ୍ରର ମିଠା ଅଂଶ ଚିନିଠାରୁ ପ୍ରାୟ ୪୦ ଗୁଣ ଅଧିକ । ଏହାର ବିଶେଷତ୍ବ ହେଉଛି ଏହା ଶତକଡ଼ା ଶହେ ଭାଗ କ୍ୟାଲୋରୀ ମୁକ୍ତ ମିଠା । ମେଦ ହ୍ରାସ ପାଇଁ , ଓଜନ କମାଇବା ପାଇଁ , ରକ୍ତଚାପ ନିୟନ୍ତ୍ରଣ ଔଷଧରେ ଏହା ହେଉଛି ପ୍ରଧାନ ଅଂଶ ।

ଉଷ୍ମ ଆର୍ଦ୍ର ଜଳବାୟୁରେ ଷ୍ଟିଭିଆ ଚାଷ ଭଲ ହୁଏ । ମୋଟାମୋଟି ଭାବରେ ଯେଉଁ ଯାଗାରେ କଦଳୀ ଚାଷ ଭଲ ହୁଏ ସଠାରେ ଷ୍ଟିଭିଆ ଚାଷ ଭଲ ହୋଇ ପାରିବ । ଲାଲ ଓ ବାଲିଆ-ଦୋରସା ମୃତ୍ତିକା ସବୁଠାରୁ ଭଲ ।

 

ଏହା ଏକ କାର୍ବୋହାଇଡ୍ରେଡ ଶୂନ୍ୟ ପତ୍ର । ଯାହାକୁ ମଧୁମେହ ରୋଗୀମାନେ ନିଶ୍ଚିନ୍ତରେ ବ୍ୟବହାର କରିପାରିବେ । ଦେଶରେ ଏବେ ଯେଭଳି ଭାବେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ଚାଷ ଓ ଚାଷୀର ଭବିଷ୍ୟତ ଯେ ନିଶ୍ଚିତ ଭଲ ହେବ ତାହା ନିସନ୍ଦେହ । ଏହା ଚିନୀର ବିକଳ୍ପ ଭାବେ ମଧୁମେହ ରୋଗୀ ବ୍ୟବହାର କରିପାରିବେ ।

 

ଆପଣ ଗୋଟିଏ ଏକର ଜମିରେ ଯଦି ମିଠା ତୁଳସୀ ଚାଷ କରିବାକୁ ଚାହୁଁଛନ୍ତି ତେବେ ଏକ ଏକର ଜମିରେ ଆପଣ ୪୦ ହଜାର ମିଠା ତୁଳସୀର ଚାରା ଲଗାଇ ପାରିବେ । ପାଖା ପାଖି ୬ ମାସ ପରେ ଆପଣ କେବଳ ଗଛର ପତ୍ର ବିକ୍ରି କରିବାକୁ ସକ୍ଷମ ହେବେ । ଏହାସହ ଏହାକୁ ରିଫାଇନ କରୁଥିବା କମ୍ପାନୀକୁ ବିକ୍ରି କରିବାକୁ ଚାହିଁଲେ ଆପଣ ଗଛ ବି ବିକ୍ରି କରିପାରିବେ । ଏହି ଗଛର ସର୍ବାଧିକ ଉଚ୍ଚତା ୬୦-୭୦ ସେମି ପର୍ଯ୍ୟନ୍ତ ହୋଇଥିବାରୁ ବାତ୍ୟା ଓ ପବନକୁ ଭୟ ବି ନାହିଁ । ଏହି ଗଛର ପତ୍ର ଚିନୀ ଠାରୁ ପ୍ରାୟ ୨୫-୩୦ ପ୍ରତିଶତ ଅଧିକ ମିଠା । ଏହି ଚାଷ ପ୍ରଥମେ ବିଦେଶରେ ହେଉଥିବା ବେଳେ ଏବେ ଭାରତର ବେଙ୍ଗାଲୋର, ପୁଣେ, ଇନ୍ଦୋର, ରାୟପୁର ଓ ଓଡିଶାରେ ବି ଆରମ୍ଭ ହୋଇଛି । ଏହାସହ ଯଦି ଏହାକୁ ନେଇ ଆପଣ ଶିଳ୍ପ କରିବାକୁ ଚାହିଁବେ ତେବେ ଆପଣ ସର୍ବାଧିକ ଲାଭବାନ ହୋଇପାରିବେ । ଏନେଇ ଆପଣ ସ୍ଥାନୀୟ କୃଷି ବିଭାଗ ସହ ପରାମର୍ଶ କରି ସରକାରୀ ସହାୟତା ବି ପାଇପାରିବେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments