1. କୃଷି ଖବର

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଗୁଡ ନ୍ୟୁଜ, କେନ୍ଦ୍ର ସରକାର କଲେ ବଡ଼ ଘୋଷଣା,ଜାଣନ୍ତୁ...

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ ଜରୁରୀ ଖବର ଅଛି । ହିତାଧିକାରୀମାନଙ୍କୁ ସରକାର ଆଉ ଏକ ବଡ଼ ସୁଯୋଗ ଦେଇଛନ୍ତି । ଜାଣନ୍ତୁ...

Sudesna Nayak
Sudesna Nayak
how you can ration card link with aadhaar in minutes know step by step guide

how you can ration card link with aadhaar in minutes know step by step guide

ରାସନ କାର୍ଡ (Ration Card) ହିତାଧିକାରୀଙ୍କ ପାଇଁ ବଡ ଜରୁରୀ ଖବର ଅଛି । ହିତାଧିକାରୀମାନଙ୍କୁ ସରକାର ଆଉ ଏକ ବଡ଼ ସୁଯୋଗ ଦେଇଛନ୍ତି । ଜାଣନ୍ତୁ...

ବାସ୍ତବରେ, ରାସନ କାର୍ଡକୁ ଆଧାର ସହିତ ଯୋଡ଼ିବା (Ration Card Link With Aadhaar) ପାଇଁ ସରକାର ଶେଷ ତାରିଖ ବଢ଼ାଇ ଦେଇଛନ୍ତି । ହିତାଧିକାରୀମାନେ ବର୍ତ୍ତମାନ ଜୁନ ୩୦,୨୦୨୨ ସୁଦ୍ଧା ଆଧାର ସହିତ ସେମାନଙ୍କର ରାସନ କାର୍ଡକୁ ଲିଙ୍କ୍ କରିବାକୁ ସକ୍ଷମ ହେବେ । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ରାସନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଶୀଘ୍ର କରିନିଅନ୍ତୁ । ଖାଦ୍ୟ ଓ ସାର୍ବଜନୀନ ବିତରଣ ବିଭାଗ (Dept of Food and Public Distribution) ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି ।
କହି ରଖୁଛୁ ଯେ ଏହା ପୂର୍ବରୁ ଏହାର ଶେଷ ତାରିଖ ମାର୍ଚ୍ଚ ୩୧ ରେ ଶେଷ ହେଉଛି ।

ସୂଚନାଯୋଗ୍ୟ କି, ରାସନ କାର୍ଡ (Ration Card) ର ହିତାଧିକାରୀମାନେ କମ୍ ମୂଲ୍ୟରେ ରାସନ ପାଇବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇଥାନ୍ତି । କେନ୍ଦ୍ର ସରକାର (Central Government)'ୱାନ ନେସନ ୱାନ ରାସନ କାର୍ଡ' ଯୋଜନା (One Nation One Ration Card Scheme) ଆରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସରକାର ସାଧାରଣ ଜନତାଙ୍କୁ ଚାଉଳ, ଗହମ ସମେତ ଅନେକ ସୁବିଧା ଦେଉଛନ୍ତି ।

କୋରୋନା କାଳରେ କେନ୍ଦ୍ର ସରକାର (Central Government)ମାଗଣା ରାସନ (Free Ration) ସୁବିଧା ଆରମ୍ଭ କରିଥିଲେ ଯେଉଁଥିରେ ସମସ୍ତ ଗରିବ ଓ ଅସହାୟ ଲୋକଙ୍କୁ ମାସକୁ ୫ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ଦିଆଯାଉଛି ।

ଆଧାର କାର୍ଡ (Ration Card) କୁ ରାସନ କାର୍ଡ (Aadhar Card) ସହିତ ଯୋଡ଼ିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡ଼ିକ ହେଉଛି ଆଧାର କାର୍ଡର କପି, ରାସନ କାର୍ଡର କପି ଏବଂ ରାସନ କାର୍ଡ ଧାରକଙ୍କ ପାସପୋର୍ଟ ଆକାରର ଫଟୋ ରାସନ କାର୍ଡ କେନ୍ଦ୍ରରେ ଜମା କରିବାକୁ ହେବ । ଏହା ବ୍ୟତୀତ ଆପଣଙ୍କର ଆଧାର କାର୍ଡର ବାୟୋମେଟ୍ରିକ୍ ଡାଟା ଯାଞ୍ଚ ମଧ୍ୟ ରାସନ କାର୍ଡ କେନ୍ଦ୍ରରେ କରାଯାଇପାରେ ।

ସୂଚନାଯୋଗ୍ୟ, ସାରା ଦେଶରେ କୋରୋନା ମହାମାରୀ ବ୍ୟାପିବା ପରେ ସରକାର ମାଗଣା ରାସନ (Free Ration) ଦେବାକୁ ଘୋଷଣା କରିଥିଲେ । କୋରୋନା ମହାମାରୀରେ ସମସ୍ତଙ୍କୁ ଖାଇବା ମିଳିବା ଜାରି ରହୁ, ଏହି କାରଣରୁ ସରକାର ଏହି ସୁବିଧା ଆରମ୍ଭ କରିଥିଲେ । ଗରିବ ଓ ଅସହାୟ ଲୋକଙ୍କୁ ଖାଇବାରେ ଅସୁବିଧା ନହେବା ଉଚିତ ବୋଲି ଦୃଷ୍ଟିରେ ରଖି ସରକାର ଏହି ଯୋଜନାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ରାସନ କାର୍ଡ ତାଲିକାରୁ କଟାଯିବ ଏହି ୪ ଲକ୍ଷ ଲୋକଙ୍କ ନାମ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ

ଖୁସି ଖବର ; ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ରାସନ, ଉଠାନ୍ତୁ ଲାଭ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments