1. କୃଷି ଖବର

ଆଗକୁ ଭାରତରେ ତୀବ୍ର ହେବ ମହଙ୍ଗା ମାଡ଼

ନିକଟରେ ଦେଶରେ ଅଭାବ ଦେଖିବାକୁ ମିଳିଛି ଖାଦ୍ୟଶସ୍ୟରେ l ଗହମ ଏବଂ ଚାଉଳ ଭଳି ପ୍ରମୁଖ ଖାଦ୍ୟ ଶସ୍ୟର ଅଭାବ ଘଟିଥିବା ଯୋଗୁଁ ବଜାରରେ ଏବେ ଦର ବୃଦ୍ଧି ଘଟୁଛି। ବର୍ତ୍ତମାନ ପନିପରିବା ଦର ମଧ୍ୟ ଅଧିକ ରହିଛି ଯାହା ଆସନ୍ତା ମାସରେ କେତେକାଂଶରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

Tanushree Mahapatra
Tanushree Mahapatra
Hsbcs report on foodgrain shortages, image source - pexels.com

Hsbcs report on foodgrain shortages, image source - pexels.com

ନିକଟରେ ଦେଶରେ ଅଭାବ ଦେଖିବାକୁ ମିଳିଛି ଖାଦ୍ୟଶସ୍ୟରେ l ଗହମ ଏବଂ ଚାଉଳ ଭଳି ପ୍ରମୁଖ ଖାଦ୍ୟ ଶସ୍ୟର ଅଭାବ ଘଟିଥିବା ଯୋଗୁଁ ବଜାରରେ ଏବେ ଦର ବୃଦ୍ଧି ଘଟୁଛି। ବର୍ତ୍ତମାନ ପନିପରିବା ଦର ମଧ୍ୟ ଅଧିକ ରହିଛି ଯାହା  ଆସନ୍ତା ମାସରେ କେତେକାଂଶରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏବେ ଦେଶରେ ଟମାଟୋ ଦର ବୃଦ୍ଧି ହେଵା ବଡ଼ ସମସ୍ୟା ନୁହେଁ। 

ଘରୋଇ କ୍ଷେତ୍ରରେ ଚାଉଳ ଏବଂ ଗହମ ଅଭାବ ଯୋଗୁଁ ଏହାର ଦର ବଢ଼ିବାରେ ଲାଗିଛି । ଏଚ୍‌ଏସ୍‌ବିସି ହୋଲ୍ଡିଂ ପିଏଲ୍‌ସିର ଏକ ରିପୋର୍ଟ ଅନୁଯାୟୀ ,ଖାଦ୍ୟଭାବ ଜନିତ ସ୍ଥିତି ଭାରତରେ ଆଗାମୀ ଦିନରେ ମହଙ୍ଗା ମାଡ଼କୁ ତୀବ୍ରତ୍ତର କରାଇବ l

ଏହି ରିପୋର୍ଟରେ ଏଚ୍‌ଏସ୍‌ବିସି ପକ୍ଷରୁ ଉଲ୍ଲେଖ କରାଯାଇଥିବା ଅନୁଯାୟୀ, ଆସନ୍ତା ଵର୍ଷ ୨୦୨୪ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ୫ ପ୍ରତିଶତ ରହିବ । ଯଦି ଏହା ପରେ ଖାଦ୍ୟ ଶସ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟେ, ତେବେ ମୁଦ୍ରାସ୍ଫୀତି ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଏହି ପରିସ୍ଥିତିକୁ ଭଲ ଭାବରେ ଆକଳନ କରିବା ପାଇଁ ବିଶେଷଜ୍ଞଙ୍କ ନଜର ଆଗାମୀ ସପ୍ତାହରେ ହେବାକୁ ଥିବା ବର୍ଷା ଏବଂ ଧାନ ଚାଷ ଉପରେ ରହିଛି । ଏ ଵର୍ଷ ମୌସୁମୀରେ ଦେଶର ଦକ୍ଷିଣ ଏବଂ ପୂର୍ବାଞ୍ଚଳ କ୍ଷେତ୍ରରେ ଭଲ ବର୍ଷା ହୋଇନାହିଁ ଏ ପର୍ଯ୍ୟନ୍ତ । ଏଥିପାଇଁ ଭାରତର ଚାଉଳ ରପ୍ତାନି ଦେଶରେ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି । ତେବେ ଚାଉଳ ଉତ୍ପାଦନ ପ୍ରଭାବିତ ହେଲେ   ଏଥିଯୋଗୁ ଗହମ ମୂଲ୍ୟ ବଢ଼ିପାରେ l ଯାହାକି କେତେକ କ୍ଷେତ୍ରରେ ଚାଉଳର ବିକଳ୍ପ ଭାବେ ବ୍ୟବହୃତ ହୋଇଥାଏ । ଚାଉଳ ଅଭାବକୁ ଦୃଷ୍ଟିରେ ରଖି ଚାଉଳ ରପ୍ତାନି ଉପରେ ମଧ୍ୟ ରୋକ ଲଗାଯାଇଛି l

ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ l ଆଉ ଏବେ ଦର ବୃଦ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ମୁଦ୍ରାସ୍ଫୀତି ମୁକାବିଲା କରିବା ପାଇଁ ସରକାର ନିକଟରେ ଧଳା ଅଣ-ବାସମତି ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ଚଳିତବର୍ଷ ପନିପରିବା ଏବଂ ଡାଲି ମୂଲ୍ୟରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏଡାଛଡା ବର୍ଷ ଆରମ୍ଭରୁ ଟମାଟୋ ମୂଲ୍ୟ ୪୦୦%ରୁ ଅଧିକ ବୃଦ୍ଧି ଘଟିଛି ଯାହା ଖାଉଟିଙ୍କୁ ହୈରାନରେ ପକାଇଛି । ଅର୍ଥନୀତିଜ୍ଞମାନେ କହିବା ଅନୁଯାୟୀ, ବଜାରରେ ଟମାଟୋ ମୂଲ୍ୟରେ ବୃଦ୍ଧି ଅଧିକ ସମୟ ଧରି ଜାରି ରହିବନାହିଁ । ଏହା ଦୁଇ ମାସ ମଧ୍ୟରେ ଏହା ହ୍ରାସ ପାଇବ। 

ସେହିପରି ଭାରତ ସରକାର ୨୦ ଜୁଲାଇରେ ଅଣ ବାସୁମତୀ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଥିଲେ । ଏହାପରେ ଅନ୍ୟାଦେଶ ତଥା ଆମେରିକା, ଅଷ୍ଟ୍ରେଲିଆ, କାନାଡା ପରି ଦେଶରେ ଚାଉଳ କ୍ରୟ ଲାଗି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏବେ ଭାରତର ଏହି ପ୍ରତିବନ୍ଧକ ଉପରେ ଆଇଏମଏଫ୍ କହିଛି ଏପରି ନିଷ୍ପତ୍ତି ସାରା ବିଶ୍ୱ ଉପରେ କ୍ଷତିକାରକ ପ୍ରଭାବ ପକାଇବ । ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏମଏଫ୍ ର ମୁଖ୍ୟ ଅର୍ଥଶାସ୍ତ୍ରୀ କହିଛନ୍ତି ଭାରତର ଏହିପ୍ରକାର ପ୍ରତିବନ୍ଧ ଅନ୍ୟ ଦେଶମାନଙ୍କରେ ଖାଦ୍ୟପଦାର୍ଥର ମୂଲ୍ୟରେ ଅସ୍ଥିରତା ଆଣିବ । ଯେଉଁଥିପାଇଁ କିଛି ଦେଶରେ ଦର ବୃଦ୍ଧିରେ ଆଉ ଲଗାମ ରହିବ ନାହିଁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments