1. କୃଷି ଖବର

ବିନା ମାଟିରେ ଚାଷ କରି ଚର୍ଚ୍ଚାରେ ଜଗତସିଂହପୁରର ଆଶିଷ

ଭୁବନେଶ୍ୱର/ଜଗତସିଂହପୁର : ଓଡ଼ିଶା ଭଳି ରାଜ୍ୟରେ ବିନା ମାଟିରେ ହାଇଡ୍ରୋପୋନିକ୍ ପ୍ରଣାଳୀରେ ପ୍ରଥମ ପାଇଁ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁରର ଯୁବଚାଷୀ ଆଶିଷ ମହାନ୍ତି ।ଚାକିରି ଛାଡ଼ି ନିଜେ ନିଜକୁ ସ୍ୱାବଲମ୍ବୀ ହେବାପାଇଁ ଓଡିଶାରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ସାଧାରଣ ଲୋକମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜର ସ୍ୱତନ୍ତ୍ର ବଗିଚା କରି ବାହାରୁ ଆମଦାନି ହେଉଥିବା ଲିଫି ଭେଜିଟେବୁଲ୍ ଓଡ଼ିଶାରେ କରିବାରେ ସଫଳ ହୋଇଛନ୍ତି ।

KJ Staff
KJ Staff

ଭୁବନେଶ୍ୱର/ଜଗତସିଂହପୁର : ଓଡ଼ିଶା ଭଳି ରାଜ୍ୟରେ ବିନା ମାଟିରେ ହାଇଡ୍ରୋପୋନିକ୍ ପ୍ରଣାଳୀରେ ପ୍ରଥମ ପାଇଁ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁରର ଯୁବଚାଷୀ ଆଶିଷ ମହାନ୍ତି ।ଚାକିରି ଛାଡ଼ି ନିଜେ ନିଜକୁ ସ୍ୱାବଲମ୍ବୀ ହେବାପାଇଁ ଓଡିଶାରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ସାଧାରଣ ଲୋକମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜର ସ୍ୱତନ୍ତ୍ର ବଗିଚା କରି ବାହାରୁ ଆମଦାନି ହେଉଥିବା ଲିଫି ଭେଜିଟେବୁଲ୍ ଓଡ଼ିଶାରେ କରିବାରେ ସଫଳ ହୋଇଛନ୍ତି । ନିଜେସ୍ୱଲମ୍ବୀ ହେବା ସହ ଅନ୍ୟ ଯୁବ ଚାଷୀ ମାନଙ୍କୁ ଆତ୍ମନିର୍ଭଶୀଳ ହେବାକୁ ସଚେତନ କରାଉଛନ୍ତି ଆଶିଷ ।ଜଗତସିଂହପୁର ପୌରାଞ୍ଚଳ ଅଧିନସ୍ଥ ସୁଜଙ୍ଗ ଗ୍ରାମରେ ଆଶିଷଙ୍କ ଘର । ପିତା ନରୋତ୍ତମ ମହାନ୍ତି ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ମାତା କିରଣବାଳା ମହାନ୍ତି ଜଣେ ଗୃହିଣୀ ଅଟନ୍ତି । ଭଉଣୀ ମାନଙ୍କଙ୍କ ମଧ୍ୟରେ ସବୁଠାରୁ ସାନ ଆଶିଷ । ସେ ଜଗତସିଂହପୁରଜିଲ୍ଲାର ପ୍ରତିଷ୍ଠିତ ଏସ୍‌ଭିଏମ୍ କଲେଜରେ ଯୁକ୍ତ ତିନି ବିଜ୍ଞାନ ବିଭାଗରେ କୃତିତ୍ୱର ହେବା ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସ୍‌ଏସ୍‌ୟୁଟି) ରସାୟନ ବିଜ୍ଞାନରେ ଏମ୍‌ଏସି କଲାପରେ ହାଇଦ୍ରାବାଦ୍‌ରେ ଏକ ଏସିଆନ୍ ପେଣ୍ଟ କମ୍ପାନିରେ ପ୍ରଡକ୍ସନ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । କିନ୍ତୁ କିଛି ନା କିଛି ତାଙ୍କ ମନ ଭିତରେ ନିଜେ କାର୍ଯ୍ୟକରିବାର ଆଗ୍ରହ ।ସେ ସବୁବେଳେ ଚିନ୍ତା କରୁଥିଲେ ଓଡିଶା ମାଟିରେ କିଛି ନା କିଛି କରିବା ପାଇଁ । ସେ ଚିନ୍ତା କରୁଥିବା ସମୟରେ ହାଇଡ୍ରୋପୋନିକ୍‌( ବିନା ମାଟିରେ ଚାଷ) ହେଉଥିବା ଜାଣି ବାକୁ ପାଇ ସେ ଦିଗରେ ତତ୍ପରତା ଦେଖାଦେଇଥିଲା ।

ହାଇଡ୍ରୋପୋନିକ୍‌( ବିନା ମାଟିରେ ଚାଷ)ସମ୍ପର୍କରେ ୟୁଟୁବ୍‌ରେ କେମିତି ଚାଷ ହେଉଛି ସମସ୍ତ ତଥ୍ୟକୁ ଭଲଭାବେ ପ୍ରଣାଳୀକୁ ଦେଖିଥିଲେ । ହାଇଦ୍ରାବାଦ୍‌ରେ ଜଣେ ବନ୍ଧୁ ପ୍ରଜ୍ଞା ପାରମିତା ସାହୁଙ୍କ ସହ ବିଧିବଦ୍ଧ ଭାବେ ଟ୍ରେନିଂ ନେବା ପରେ କମ୍ପାନିଂରୁ ଛୁଟି ଆଣି ଘରକୁ ଆସି ଚାଷ ପାଇଁ ଖସଡା ଆରମ୍ଭ କରିଥିଲେ । ୨୦୧୯ ମସିହା ଶୀତ ଦିନେ ପ୍ରଥମ ଥର ପାଇଁ ନିଜର ଛାତ ଉପରେ ୮୦୦ ସ୍କୋୟାର୍ ଫୁଟ୍‌ରେ ୨୪୦୦ ଲିଫି ଭେଜିଟେବୁଲ୍ ଏବଂ ଏକ୍‌ଜୋଟିକ୍ ଭେଜିଟେବୁଲ୍ ଗଛ ରୋପଣ କରିଥିଲେ । ଏଥିରେ ଲିଫି ଭେଜିଟେବୁଲ୍‌- ଲାଟୁସ୍‌, ସିଲେରୀ, କେଲ୍‌, ପକ୍‌ଚୟ, ବେସିଲ୍ ଏବଂ ଏକ୍‌ଜୋଟିକ୍ ଭେଜିଟେବୁଲ- ବେଲ୍ ପେପର, ବ୍ରୋକଲି ଓ ଚେରିଟମାଟୋ ଚାଷ କରିଥିଲେ । ତେବେ ଚାଷରେ ମଧ୍ୟ ସଫଳହୋଇଥିଲେ । ବଜାରରେ ଚାହିଦା୍ୱଧ୍ୟ ଆଶିଷଙ୍କୁ ଆଗକୁ ବଢ଼ିବା ପାଇଁ ବାଟ ଦେଖାଇଥିଲା । ଏହାପରେ ଚାକିରି ଛାଡ଼ି ନିଜର ସ୍ୱତନ୍ତ୍ର ଫାର୍ମ ହାଇଡ୍ରୋ ଭ୍ୟାଲୀ ପ୍ରସ୍ତୁତ କରିଥିଲେ । ଏବେ ନିଜ ଘର ପରିସରରେ ପଲ୍ଲୀ ହାଉସ୍ (ଶୀତ ତାପ ନିୟନ୍ତ୍ରିତ ଘର) ତିଆରି କରି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ୨୩୦ ସ୍କୋୟାର ମିଟର ସ୍ଥାନରେ ୫ ହଜାର ଗଛ ଲଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଫାର୍ମରେ ଭର୍ଟିକାଲି ବର୍ତ୍ତମାନ ପ୍ରାୟ ୩ ହଜାରରୁ ଅଧିକ ଗଛ ଫାର୍ମରେ ରହିଛି ।

ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି କମ୍ ସ୍ଥାନରେ ଓ (୯୦ ପ୍ରତିଶତ) କମ୍ ପାଣି ଏବଂ ବିନା କେମିକାଲ ଓ ବିନା ପେଷ୍ଟିସାଇଡ୍‌ରେ ଚାଷ କରାଯାଉଛି । କେବଳ ପାଣିରେ ଚାଷ ହେଉଥିବାରୁ ଏଥିରେ ଆର୍‌ଓ ୱାଟରର ବ୍ୟବହାର କରାଯାଉଛି । ଚାଷ ପରେ ନିଜର ସାମଗ୍ରୀକୁ ବିକ୍ରି କରିବା ପାଇଁ ଅନ୍‌ଲାଇନ୍ ଅର୍ଡର ବି ନେଉଛନ୍ତି । ଜଗତସିଂହପୁର ସମେତ ଓଡିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଅର୍ଡର ନେଇ ସପ୍ଲାଇ ଦେଉଛନ୍ତି । ତେବେ ଓଡିଶାରେ ପ୍ରଥମ ଥର ପାଇଁ ଚାଷ ହେଉଛି ସେଥିପାଇଁ ଆଶିଷଙ୍କ ବଗିଚାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଗିଚାରେ ନିଜେ ଆଶିଷ ଚାଷ କାର୍ଯ୍ୟକୁ ଯତ୍ନନେଉଥିବାବେଳେ ବନ୍ଧୁ ପ୍ରଜ୍ଞା ପାରମିତା ମାର୍କେଟିଂ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ତେବେ କମ୍ ତାପ ମାତ୍ରା ଥିବା ରାଜ୍ୟ ଗୁଡ଼ିକରେ ଏପରି ଚାଷ କରାଯାଏ । ବନ୍ୟା, ବାତ୍ୟା ପ୍ରଭାବିତ ଉପକୂଳ ଓଡ଼ିଶାର ଜୟବାୟୁ ଉପଯୁକ୍ତ ନଥିବା ସତ୍ତ୍ୱେ ନିକର ଦୃଢ ଇଚ୍ଛା ଶକ୍ତି ଯୋଗୁଁ ଆଶିଷ ଅଧିକ ଖର୍ଚ୍ଚରେ ପଲ୍ଲୀ ହାଉସ୍ କରି ଚାଷ କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ମଧ୍ୟ ସଚେତନତା କରୁଛନ୍ତି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments