ବିଲୁପ୍ତ ହେଉଥିବା ଔଷଧୀୟ ବୃକ୍ଷର ନଜ ରଖିବ ଡିଜିଟାଲ ଲାଇବ୍ରେରୀ ଆପ୍ l ଭାରତକୁ ଔଷଧୀୟ ବୃକ୍ଷଲତାର ଏକ କେନ୍ଦ୍ର ବୋଲି ବିବେଚନା କରାଯାଏ। ଭାରତରେ ୪୯ ହଜାର ପ୍ରକାରର ଔଷଧ ବୃକ୍ଷ ଦେଖାଯାଏ ଯାହାକି ବିଶ୍ବ ପ୍ରସିଦ୍ଧ। ସେହି ଔଷଧୀୟ ଗଛରୁ ୧୬ ହଜାର ଫୁଲ ପ୍ରଜାତିର। ଏହି ସମସ୍ତ ଗଛ ବିଜ୍ଞାନ ସମ୍ବନ୍ଧୀୟ। ଏହା ମଧ୍ୟ ପାରମ୍ପରିକ ଉପଚାରରେ ବ୍ୟବହୃତ ହୁଏ, କିନ୍ତୁ ଏହା ଏବେ ହଜିଯିବାକୁ ବସିଲାଣି।
ଯାହା ଜଣା ପଡ଼ିଛି ବାସସ୍ଥାନ ବୃଦ୍ଧି, ରାସାୟନିକ ସାର, ମାଟି, ଜଳ ବାୟୁ ପ୍ରଦୂଷିତ ପାଇଁ ଏହା ବିଲୁପ୍ତ ହେବାକୁ ବସିଛି। ଏହି ପରିସ୍ଥିତିରେ ସେଗୁଡ଼ିକର ସୁରକ୍ଷା ପାଇଁ, ବିଏଚୟୁ ଏକ ଆପ୍ ଲଞ୍ଚ କରିଛି। ଯାହାକି ଗଛର ପ୍ରାକୃତିକ ଅବସ୍ଥା ଉପରେ ନଜର ରଖିବ। ଏହାର ନାମ ହେଉଛି ହାଇପରସ୍ପେକ୍ଟ୍ରାଲ୍ ଡିଜିଟାଲ୍ ଲାଇବ୍ରେରୀ ଆପ୍ l ଏହା ହେଉଛି ଦେଶର ପ୍ରଥମ ଡିଜିଟାଲ୍ ଆପ୍। ଯେଉଁଥିରେ ମୋବାଇଲ୍ ଫୋନରେ ସଠିକ୍ ତଥ୍ୟ ପ୍ରଦାନ କରିବ।ଏହା ସହ ଗଛର ସ୍ୱାସ୍ଥ୍ୟର ତଥ୍ୟ ନେବା ସହ ଠିକ୍ ଭାବେ ଯତ୍ନ ନିଆଯାଇ ପାରିବ। ଏହି ଆପ୍ ହିମାଳୟରେ ଗଛ ସଂରକ୍ଷଣ କରିବାରେ ସହାୟକ ହେବ।
ଗଛ ଗୁଡିକର ଲାଇବ୍ରେରୀ ନିର୍ମାଣ କରିବାକୁ ତିନି ବର୍ଷ ସମୟ ନେଇଥିଲେ। ଏହି ଲାଇବ୍ରେରୀ ନିର୍ମାଣ ପାଇଁ ପ୍ରାୟ ତିନି ବର୍ଷ ସମୟ ଲାଗିଥାଏ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ହିମାଳୟ ଅଧ୍ୟୟନ ମିଶନ ଦ୍ବାରା ଏହି ଆପକୁ ବିକାଶ କରାଯାଇଛି। ଏହାକୁ ବାଙ୍ଗାଲୋରର ସିଏସଆର ବୈଜ୍ଞାନିକ ବିନୋଦ କୁମାର ଗୌଡ଼ ଉଦ୍ଘାଟନ କରିଥିଲେ।
ହାଇପରସ୍ପେକ୍ଟ୍ରାଲ୍ ଡିଜିଟାଲ୍ ଲାଇବ୍ରେରୀ ଆପରୁ ଅନେକ ଲାଭ ମିଳିପାରିବ l ହାଇପରସ୍ପେକ୍ଟ୍ରାଲ୍ ଡିଜିଟାଲ୍ ଲାଇବ୍ରେରୀ ଆପ୍ ସାହାଯ୍ୟରେ ଦେଶର ବୈଜ୍ଞାନିକମାନେ ଔଷଧୀୟ ଉଦ୍ଭିଦ ସନ୍ଧାନରେ ପାଇଁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଏହି ଆପ୍ ମାଧ୍ୟମରେ ଗଛମାନଙ୍କର ତଦାରଖ କରାଯାଇ ପାରିବ l ଯାହା ଫଳରେ ଉଭୟ ଟଙ୍କା ଓ ସମୟ ସଞ୍ଚୟ ହୋଇପାରିବ।
Share your comments