News

'I am a Chinese, not a terrorist': କାହିଁକି କୋର୍ଟରେ ଏମିତି କହିଲେ Huawei India ସିଇଓ ?

ଶାହରୁଖ ଖାନଙ୍କ ଅଭିନିତ ଚଳଚ୍ଚିତ୍ରର ଡାଏଲଗ ସହ ମେଳଖାଉଥିବା ବାକ୍ୟାଂଶକୁ ଅଦାଲତରେ କହିଛନ୍ତି Huawei India ସିଇଓ ଲି ଜିଓଙ୍ଗଓ୍ବାଇ । ହୁଓ୍ବେଇ ସିଇଓଙ୍କ ଉପରେ ଟ୍ୟାକ୍ସ ଚୋରୀର ଅଭିଯୋଗ ରହିଛି ।

13 August, 2022 3:16 PM IST By: Shuvanshu Kar

'ମୁଁ ଜଣେ ଚୀନୀ, ହେଲେ ଆତଙ୍କବାଦୀ ନୁହେଁ' । ଶାହରୁଖ ଖାନଙ୍କ ଅଭିନିତ ଚଳଚ୍ଚିତ୍ରର ଡାଏଲଗ ସହ ମେଳଖାଉଥିବା ଏହି ବାକ୍ୟାଂଶକୁ ଅଦାଲତରେ କହିଛନ୍ତି Huawei India ସିଇଓ ଲି ଜିଓଙ୍ଗଓ୍ବାଇ । ହୁଓ୍ବେଇ ଇଣ୍ଡିଆ ସିଇଓଙ୍କ ଉପରେ ଟ୍ୟାକ୍ସ ଚୋରୀର ଅଭିଯୋଗ ରହିଛି ।

ହୁଓ୍ବେଇ ଉପରେ ଭାରତରେ ଟିକସ ଠକେଇର ଅଭିଯୋଗ ରହିଛି । ଏହାକୁ ନେଇ ଆୟକର ବିଭାଗ ଚଢାଉ ମଧ୍ୟ କରିସାରିଛି । ଏହି ଚଢାଉରେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଓ ଟିକସ ଠକେଇକୁ ନେଇ ପ୍ରମାଣ ଆୟକର ବିଭାଗ ହାତରେ ଲାଗିଥିବା ରିପୋର୍ଟରୁ ଜଣାପଡିଛି । ଆଉ ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଜାରି ରହିଛି ।

ମାମଲା ପରେ ହୁଓ୍ବେଇ ଇଣ୍ଡିଆ ସିଇଓ ଲି ଜିଓଙ୍ଗଓ୍ବେଇ ଦେଶ ଛାଡି ପଳାୟନ କରିବାର ଆଶଙ୍କାକୁ ଏଡାଇବା ପାଇଁ ତାଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ ନୋଟିସ । ଏହି ଲୁକ ଆଉଟ ନୋଟିସକୁ ରଦ୍ଦ କରିବା ପାଇଁ Huawei India ସିଇଓ ଲି ଜଓଙ୍ଗଓ୍ବେଇଙ୍କ ଓକିଲ ବିଜୟ ଅଗ୍ରଓ୍ବାଲ ଏଚ ଯାଚିକା ଦାଏର କରିଛନ୍ତି ।

ଅନ୍ୟପକ୍ଷେ ଆୟକର ବିଭାଗ ଏକ ଆବେଦନ ପତ୍ର ଦାଖଲ କରି କୋର୍ଟଙ୍କୁ ଜଣାଇଛି ଯେ, ଭାରତ ଓ ଚୀନ ମଧ୍ୟରେ ପ୍ରତ୍ୟାର୍ପଣ ସନ୍ଧି ନାହିଁ । ଯଦି Huawei India ସିଇଓ ଭାରତରୁ ପଳାୟନ କରନ୍ତି, ତାହେଲେ ମକଦମା ଚଳାଇବା ପାଇଁ ତାଙ୍କୁ ପୁଣି ଭାରତ ଫେରାଇ ଆଣଇବା ଅତ୍ୟନ୍ତ କଠିନ ହେବ ।

ଦିଲ୍ଲୀ କୋର୍ଟ ମୌଖିକ ଭାବରେ କହିଛନ୍ତି ଯେ Huawei India ସିଇଓ ଲି ଜଓଙ୍ଗଓ୍ବେଇଙ୍କୁ ନିଶ୍ଚିତ କରିବାକୁ ପଡିବ ଯଦି ତାଙ୍କୁ ଚୀନ୍ ଯାତ୍ରା କରିବାକୁ ଅନୁମତି ଦିଆଯାଏ ତେବେ ସେ ଭାରତକୁ ଫେରିବେ। ଏହା ସହିତ କୋର୍ଟ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ସେ ଚୀନ୍ ଯିବା ପରେ ଯଦି ନ ଫେରନ୍ତି, ତାହେଲେ କଣ ହେବ ?

ଏହା ସହିତ କୋର୍ଟ Huawei India ସିଇଓଙ୍କ ବାର୍ଷିକ ଦରମା ବିଷୟରେ ସୂଚନା ଦେବାକୁ ଲି ଜଓଙ୍ଗଓ୍ବେଇଙ୍କ ଓକିଲଙ୍କୁ ମଧ୍ୟ କହିଛନ୍ତି। ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ, ସେତେବେଳକୁ ଲି ଜଓଙ୍ଗଓ୍ବେଇ ଦୁଇଜଣ ଜାମିନକର୍ତ୍ତାଙ୍କୁ ଆଣିବେ । ଉଭୟ ଜାମିନକର୍ତ୍ତା ଭାରତୀୟ ନାଗରିକ ହୋଇଥିବା ଉଚିତ ବୋଲି କହିଛନ୍ତି କୋର୍ଟ ।

ଭାରତରେ କମିଲା ପାମ ତେଲ ଆମଦାନୀ , ସୋୟା 125% ରେକର୍ଡ ବୃଦ୍ଧି

ଜୁଲାଇ ମାସରେ 28% କମିଛି ଟ୍ରାକ୍ଟର ବିକ୍ରି, ମହିନ୍ଦ୍ରା ମାର୍କେଟ ଶେୟର ହ୍ରାସ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)