1. କୃଷି ଖବର

ଜୁଲାଇ ମାସରେ 28% କମିଛି ଟ୍ରାକ୍ଟର ବିକ୍ରି, ମହିନ୍ଦ୍ରା ମାର୍କେଟ ଶେୟର ହ୍ରାସ

ଜୁଲାଇ ମାସରେ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି । ଗତ ମାସ ଅର୍ଥାତ ଜୁଲାଇରେ 59,586 ୟୁନିଟର ବିକ୍ରି କରିଛି ଭାରତୀୟ ଟ୍ରିକ୍ଟର ଉଦ୍ୟେଗ ।

Shuvanshu Kar
Shuvanshu Kar
Retail Tractor Sales Registered 28% Drop in July 2022

Retail Tractor Sales Registered 28% Drop in July 2022

ପ୍ରତି ମାସ ଭାରତୀୟ ବଜାରରେ ବିକ୍ରି ହୁଏ ହଜାର ହଜାର ଟ୍ରାକ୍ଟର(Tractor) । ଏହି ଟ୍ରାକ୍ଟର କୃଷି ଓ କୃଷକଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଜରିଆ । ମହିନ୍ଦ୍ରା(Mahindra & Mahindra), ସୋନାଲିକା(Sonalika Tractor), ଟାଫେ(TAFE), ଏଇଚର, ଏସ୍କୋର୍ଟ୍ସ(Escorts Group), ଜନ ଡିୟର, କୁବୋତା ଓ ଫୋର୍ସ ମୋଟର୍ସ ଭଳି ଟ୍ରାକ୍ଟରର ଭାରତରେ ଭଲ ବିକ୍ରି ହୋଇଥାଏ । ହେଲେ ଜୁଲାଇ ମାସରେ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି ।

ଗତ ମାସ ଅର୍ଥାତ ଜୁଲାଇରେ 59,586 ୟୁନିଟର ବିକ୍ରି କରିଛି ଭାରତୀୟ ଟ୍ରିକ୍ଟର ଉଦ୍ୟେଗ । ଗତ ବର୍ଷ ତୁଳନାରେ ଏହା ବହୁତ କମ ଥିବା ଜଣାପଡିଛି । ଗତ ବର୍ଷ ଜୁଲାଇରେ 80,980 ୟୁନିଟ ବିକ୍ରି ହୋଇଥିଲା ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜରାଟରେ ଗତ ମାସ ଟ୍ରାକ୍ଟର ବିକ୍ରି ସର୍ବାଧିକ ରହିଛି । ହେଲେ ଗତ ବର୍ଷ ରେକର୍ଡ ତୁଳନାରେ ଏବର୍ଷ ଟ୍ରାକ୍ଟର ବିକ୍ରି କମ ହୋଇଛି ।

FADA ପକ୍ଷରୁ ପ୍ରକାଶିତ ଟ୍ରାକ୍ଟର ବିକ୍ରୟ ତଥ୍ୟ ଅନୁଯାୟୀ, ଖରିଫ ଋତୁରେ ଅନିୟମିତ ମୌସୁମୀ ଜୁଲାଇର ଖୁଚୁରା ଟ୍ରାକ୍ଟର ବିକ୍ରିକୁ ପ୍ରଭାବିତ କରିଛି । ଫଳସ୍ୱରୂପ ଜୁଲାଇ 2022ରେ 59,573 ୟୁନିଟ୍ ବିକ୍ରି ହୋଇଛି । ତେବେ ଗତ ବର୍ଷ ତୁଳନାରେ ଟ୍ରାକ୍ଟର ବିକ୍ରିରେ 27.72% ହ୍ରାସ ଘଟିଛି ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଜୁଲାଇ 2022 ଖୁଚୁରା ଟ୍ରାକ୍ଟର ବିକ୍ରିରେ 29.29% ହ୍ରାସ ଘଟିଥିବାର ଦର୍ଶାଉଛି । ଜୁଲାଇ 2022ରେ କମ୍ପାନୀ 14,295 ୟୁନିଟ୍ ବିକ୍ରି କରିଥିଲା ​​ଏବଂ ଜୁଲାଇ 2021 ରେ ବିକ୍ରୟ 20217 ରହିଥିଲା । ସେହି ଅନୁଯାୟୀ କମ୍ପାନୀ ବଜାର ଅଂଶରେ 0.53% ହ୍ରାସ ଘଟିଛି ।

ସେହିପରି ସ୍ୱରାଜ ଡିଭିଜନ୍ ଏହାର ବ୍ରାଣ୍ଡ ମୂଲ୍ୟ ପାଇଁ ଜଣାଶୁଣା । ହେଲେ ଏଥର କମ୍ପାନୀ 19.61% କ୍ଷତି ରେକର୍ଡ କରିଛି । ସ୍ୱରାଜଙ୍କ ଖୁଚୁରା ଟ୍ରାକ୍ଟର ବିକ୍ରି ଜୁଲାଇ 2022ରେ 10,542 ୟୁନିଟ୍ ଥିଲା ଏବଂ ଜୁଲାଇ 2021ରେ କମ୍ପାନୀ 13,114 ୟୁନିଟ୍ ବିକ୍ରି କରିଥିଲା ।

ଜୁଲାଇ 2022 ରେ ସୋନାଲିକା ଟ୍ରାକ୍ଟର ବିକ୍ରି ପ୍ରାୟ 18.96% ହ୍ରାସ ପାଇଛି ଏବଂ ଜୁଲାଇ 2021ରେ 9,139 ୟୁନିଟ୍ ତୁଳନାରେ 7,406 ୟୁନିଟ୍ ବିକ୍ରି ହୋଇଛି। ଟାଫେର ମଧ୍ୟ ଖୁଚୁରା ଟ୍ରାକ୍ଟର ବିକ୍ରିରେ 34.23% ହ୍ରାସ ହୋଇଛି । କମ୍ପାନୀ ଜୁଲାଇ 2022ରେ 6,615 ୟୁନିଟ୍ ଏବଂ ପୂର୍ବ ବର୍ଷ ସମାନ ମାସରେ 10,058 ୟୁନିଟ୍ ବିକ୍ରି କରିଥିଲା ​​। ଫଳସ୍ୱରୂପ କମ୍ପାନୀର ବଜାର ଅଂଶ 1.1% ହ୍ରାସ ପାଇଛି ।

ITOTY ଆଓ୍ବାର୍ଡ 2022: ଜାଣନ୍ତୁ କେଉଁ ଟ୍ରାକ୍ଟର ହେଲା ସର୍ବଶ୍ରେଷ୍ଠ ବିଜେତା

ITOTY ଆଓ୍ବାର୍ଡ 2022 : ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments