1. କୃଷି ଖବର

ପ୍ରଶାସନିକ ସ୍ତରରେ ବଡ ଅଦଳବଦଳ, ଅରବିନ୍ଦ ପାଢୀଙ୍କୁ ବୟନ ବିଭାଗର ଅତିରିକ୍ତ ଦାୟିତ୍ବ

ପ୍ରଶାସନିକ ସ୍ତରରେ ବଡ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ବୟନ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

Shuvanshu Kar
Shuvanshu Kar
IAS reshuffle: Arabinda Padhee given additional charge

IAS reshuffle: Arabinda Padhee given additional charge

ପ୍ରଶାସନିକ ସ୍ତରରେ ବଡ ଅଦଳ ବଦଳ(IAS reshuffle) କରିଛନ୍ତି ରାଜ୍ୟ ସରକାର । କୃଷି ସଚିବ ଅରବିନ୍ଦ ପାଢ଼ୀ(Arabinda Padhee)ଙ୍କୁ ବୟନ ଓ ହସ୍ତତନ୍ତ ବିଭାଗ(Handlooms, Textiles and Handicrafts department)ର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ସୁରେଶ ବଶିଷ୍ଠ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବ ଦାୟିତ୍ବରେ ନିଯୁକ୍ତ ହୋଇଛନ୍ତି ।

ନିକଟରେ ଅରବିନ୍ଦ ପାଢୀ ହୋଇଥିଲେ କୃଷି ବିଭାଗର ସଚିବ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢୀଙ୍କୁ ଏହି ନୂଆ ଦାୟିତ୍ବ ମିଳିଥିଲା ।

ଶାଳିନୀ ପଣ୍ଡିତଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସଚିବ ଭାବରେ ଦାୟିତ୍ବ ମିଳିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରୁଥିବା ପଣ୍ଡିତ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ଥିଲେ । ପ୍ରଶାସନିକ ସ୍ତରରେ ଅଦଳବଦଳ କରି ସରକାର 10 ଜଣ ବରିଷ୍ଠ ଆଇଏଏସଙ୍କୁ ଅତିରିକ୍ତ ଦ୍ବାୟିତ୍ବ ପ୍ରଦାନ କରିଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ ଶକ୍ତି ବିଭାଗର ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏହା ସହିତ ସେ ଓଡିଶାର ଗ୍ରୀଡ୍ କର୍ପୋରେସନ୍ (Gridco)ର ଚେୟାରମ୍ୟାନ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ରହିବେ ।

ଅନ୍ୟପକ୍ଷେ ଓରମାସ୍ ସିଇଓ ପୁନମ ତାପସ କୁମାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି । ଡି. ବୃନ୍ଦାଙ୍କୁ ସରକାର ଏନଏଚଏମର ମିଶନ ଡାଇରେକ୍ଟର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ସେହିଭଳି ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲର ଏମଡି ଓ ସରୋଜ କୁମାର ମିଶ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି ।

କୃଷି ବିଭାଗର ପ୍ରମୁଖ ସଚିବ ହେଲେ IAS ଅରବିନ୍ଦ ପାଢୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments