
ICL Launches ICLeaf and ICL Crop Advisor in Maharashtra
ଅଗ୍ରଣୀ ବିଶ୍ୱସ୍ତରୀୟ ସ୍ୱତନ୍ତ୍ର ଖଣିଜ ପଦାର୍ଥ ଏବଂ ରାସାୟନିକ କମ୍ପାନୀ ଆଇସିଏଲ୍ ଗ୍ରୁପ୍ ଲିମିଟେଡ୍(ICL Group Ltd) ବୁଧବାର ପୁଣେରେ ICLeaf ଏବଂ ICL Crop ପରାମର୍ଶଦାତା ଲଞ୍ଚ କରିଛି ।
ମହାରାଷ୍ଟ୍ରର ଡ. ବାଲାସାହେବ କୋଙ୍କଣ କୃଷି ବିଦ୍ୟାପୀଠ ଦପୋଲିର କୁଳପତି ଡଃ. ଏସ.ଡି ସାଓ୍ବନ୍ତ ICLeaf ଏବଂ ICL Crop ପରାମର୍ଶଦାତା ଉପକରଣର ଉଦଘାଟନ ତଥା ଉନ୍ମୋଚନ କରିଛନ୍ତି । ଏହି ସମୟରେ ଓଆରଓ ଭୋଲକାନି ଇନଷ୍ଟିଚ୍ୟୁଟର ଅନ୍ତରୀଣ ମୁଖ୍ୟ ପ୍ରଫେସର ଉରି ୟର୍ମିଆହୁ, ୟୁରୋପ ଏବଂ ତୁର୍କୀ ଆଞ୍ଚଳିକ କୃଷି ବିଜ୍ଞାନୀ ମୀନାଚେମ ଅସରଫ, Agmitax Israelର ସାଗି କାଟଜ ଓ ଲିରନ ସାମୁଏଲ ଉପସ୍ଥିତ ଥିଲେ ।
ICLeaf ହେଉଛି ବିଶେଷଜ୍ଞ ମାର୍ଗଦର୍ଶନ, ସୁପାରିଶର ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା କୃଷକମାନଙ୍କୁ କୀଟନାଶକ ପରିଚାଳନା ଉପରେ ଅବଗତ କରାଏ । ଫସଲର ପତ୍ରରେ ଥିବା ବିଭିନ୍ନ ପୋଷକ ତତ୍ତ୍ୱକୁ ICLeaf ଲାବୋରେଟୋରୀରେ XRF (ଏକ୍ସ-ରେ ଫ୍ଲୋରୋସେନ୍ସ) ଏବଂ NIR ଉପକରଣ ବ୍ୟବହାର କରି ବିଶ୍ଳେଷଣ କରାଯାଇପାରିବ । ଫସଲ ପରାମର୍ଶଦାତା ମାଧ୍ୟମରେ ବୈଜ୍ଞାନିକ ଅଧ୍ୟୟନ ଚାଷୀଙ୍କ ନିକଟକୁ ପଠାଯିବ ।
ଫସଲ ଉପଦେଷ୍ଟା ରିପୋର୍ଟରେ ପୋଷକ ତତ୍ତ୍ବର ଅଭାବ ଦୂର କରିବା ପଦ୍ଧତିଗୁଡ଼ିକ ଉଲ୍ଲେଖ କରାଯିବ । ଏଥିସହ, ଫସଲ ଅଭିବୃଦ୍ଧିର ବିଭିନ୍ନ ପର୍ଯ୍ୟାୟରେ ପୋଷକତତ୍ତ୍ବର ପରିଚାଳନା ICLeaf ମାଧ୍ୟମରେ ଫସଲର ଆବଶ୍ୟକତା ଅନୁଯାୟୀ ସଠିକ୍ ଭାବରେ କରାଯାଇପାରିବ ।
ପୂର୍ବ ପଦ୍ଧତି ତୁଳନାରେ, ଏହି କୌଶଳ ପୋଷକତତ୍ତ୍ବର ସଠିକ ଏବଂ ଶୀଘ୍ର ନିରାକରଣ ତଥା ଫସଲ ସାର ପରିଚାଳନାକୁ ବହୁ ସରଳ କରିଥାଏ ।
ସିଇଓ ତଥା ଆଇସିଏଲ ଇଣ୍ଡିଆର ଅଧ୍ୟକ୍ଷ ଅନନ୍ତ କୁଲକର୍ଣ୍ଣି କୃଷକମାନଙ୍କୁ କମ୍ପାନୀର ପଦକ୍ଷେପ ଏବଂ ଉତ୍ପାଦ ବିଷୟରେ ସୂଚନା ଦେଇ ଏହି ସୁଯୋଗ ହାତେଇବାକୁ ଅନୁରୋଧ କରିଛନ୍ତି। ସମସ୍ତ ଜୀବନ ପର୍ଯ୍ୟାୟକୁ ପୂରଣ କରିବା ଏବଂ ଏକ ସୁସ୍ଥ ଓ ସ୍ଥାୟୀ ଭବିଷ୍ୟତ ପାଇଁ ବିଶ୍ବକୁ ରୂପାନ୍ତର କରିବା ଲାଗି ଅଭିନବ ଉତ୍ପାଦ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବା ICL ର ଦୃଷ୍ଟିକୋଣ ।
ପିପିପି ପ୍ରକଳ୍ପ ପାଇଁ ବଡ ପଦକ୍ଷେପ, FICCI ସହ ମିଶି ପିଏମୟୁ ଲଞ୍ଚ କଲା କୃଷିମନ୍ତ୍ରଣାଳୟ
ଦିଲ୍ଲୀରେ ACFI ପଞ୍ଚମ ବାର୍ଷିକ ସାଧାରଣ ବୈଠକ, ସ୍ଥାୟୀ କୃଷିରେ ଫସଲ ସୁରକ୍ଷା ରାସାୟନିକର ଭୂମିକା ଉପରେ ଆଲୋଚନା
Share your comments