News

କଟକରେ ଆରମ୍ଭ ହେଲା ICRO ଅମୃତ ଇଣ୍ଟର୍ନସିପ୍ ପ୍ରୋଗ୍ରାମ

କଟକରେ ଆଜିଠୁ ଆୟୋଜିତ ହେଉଛି ଇଣ୍ଡିଆନ ପୋଟସ ଲିମିଟେଡ ସେଣ୍ଟର ଫର ରୁରାଲ ଆଉଟରିଚର ଅମୃତ ଇଣ୍ଟର୍ଣ୍ଣ ଓରିଏଣ୍ଟେସନ ପ୍ରୋଗ୍ରାମ ।

06 September, 2022 2:37 PM IST By: Shuvanshu Kar

କଟକରେ ଆଜିଠୁ ଆୟୋଜିତ ହେଉଛି ଇଣ୍ଡିଆନ ପୋଟସ ଲିମିଟେଡ ସେଣ୍ଟର ଫର ରୁରାଲ ଆଉଟରିଚର ଅମୃତ ଇଣ୍ଟର୍ଣ୍ଣ ଓରିଏଣ୍ଟେସନ ପ୍ରୋଗ୍ରାମ IPL Centre for Rural Outreach (ICRO) । ଜାତୀୟ ଧାନ ଗବେଷଣା ସଂସ୍ଥା(National Rice Research
Institute )ରେ ଆୟୋଜିତ ଏହି କାର୍ଯ୍ୟକ୍ରମ 7 ସେପ୍ଟେମ୍ବର ଯାଏ ଚାଲିବ ।

ଗ୍ରାମୀଣ ପ୍ରସାର ଏବଂ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ କୃଷକ ଏବଂ ଯୁବକମାନଙ୍କର ବିକାଶ ପାଇଁ ଜାତୀୟ ଉତ୍ପାଦନ ପରିଷଦ (NPC) ସହିତ ହାତ ମିଳାଇଛି INDIAN POTASH LIMITED (IPL) ।

ଇଣ୍ଡିଆନ ପୋଟସ ଲିମିଟେଡ ସେଣ୍ଟର ଫର ରୁରାଲ ଆଉଟରିଚ ନିଜର କର୍ପୋରେଟ ସୋସିଆଲ ଅଂଶ ଭାବରେ ଏପିସିର ଭାଗିଦାରୀ ଓ ବୈଶୟିକ ବିଶେଷଜ୍ଞତା ସହିତ ଗ୍ରାମାଞ୍ଚଳରେ ପହଞ୍ଚ ପାଇଁ ଆଇପିଏଲ୍ କେନ୍ଦ୍ର ପ୍ରତିଷ୍ଠା କରିଛି । ଏହାସହିତ ଦାୟିତ୍ବବୋଧ ଏବଂ ICRO ଅମୃତ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଆରମ୍ଭ କରାଯାଇଛି ।

କୃଷି ଉତ୍ପାଦକତା ବୃଦ୍ଧି ସୁନିଶ୍ଚିତ କରିବାକୁ ସଚେତନତା ସୃଷ୍ଟି କରିବା, ପରିବେଶ ସ୍ଥିରତା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ନେଇ ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

କୃଷି କ୍ଷେତ୍ରର ହେବ ଡିଜିଟାଇଜେସନ, କ୍ଲାଉଡ ପ୍ଲାଟଫର୍ମ ଲଞ୍ଚ କଲା କ୍ରପିନ

ନୟାଗଡ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ଉପରେ ରୋକ ଲଗାଇଲେ NGT

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)