News

ରାସନ ଦେବାକୁ ମନାକରୁଛନ୍ତି କି ଡିଲର ? ଲଗାନ୍ତୁ ଏହି ନମ୍ବର...

ରାସନ ଦୋକାନ ଚଳାଉଥିବା ଲୋକଙ୍କ ଏପରି ଅନିୟମିତତା ବିଷୟରେ ଆପଣ ସହଜରେ ଅଭିଯୋଗ କରିପାରିବେ । ଏଥିପାଇଁ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

19 July, 2022 2:45 PM IST By: Shuvanshu Kar

ଦେଶର ଜନସଂଖ୍ୟାର ଏକ ବଡ ଅଂଶକୁ ସବସିଡିଯୁକ୍ତ ରାସନ(ration) ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ଖାଦ୍ୟ ସୁରକ୍ଷା(food security)ର ଲକ୍ଷ୍ୟ ହାସଲ କରିବାକୁ ସରକାର କମ୍ ମୂଲ୍ୟରେ ଲୋକଙ୍କୁ ଖାଦ୍ୟ ଶସ୍ୟ ପ୍ରଦାନ କରନ୍ତି। ଏହି ସହାୟତା ରାସନ ଦୋକାନ ମାଧ୍ୟମରେ ଗରିବ ଲୋକଙ୍କୁ ଦିଆଯାଏ ।

ବେଳେବେଳେ ଲୋକଙ୍କୁ ରାସନ ଯୋଗାଣରେ ଅନିୟମିତତା ମାମଲା ସାମ୍ନାକୁ ଆସେ । ରାସନ ପାଇନଥିବା କିମ୍ବା ଓଜନ କମ ଥିବା ଲୋକେ ଅନେକ ସମୟରେ ଅଭିଯୋଗ କରନ୍ତି । ସରକାର ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇଛନ୍ତି । ରାସନ ଦୋକାନ ଚଳାଉଥିବା ଲୋକଙ୍କ ଏପରି ଅନିୟମିତତା ବିଷୟରେ ଆପଣ ସହଜରେ ଅଭିଯୋଗ କରିପାରିବେ । ଏଥିପାଇଁ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

ମହାମାରୀ କୋରୋନା ପରେ ସରକାର 'ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନା' ଆରମ୍ଭ କରିଥିଲେ । ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା । ଏହି ଯୋଜନା ଅଧୀନରେ ଦେଶର ପ୍ରାୟ ଅଧାରୁ ଅଧିକ ଲୋକ ମାଗଣାରେ ରାସନ ପାଇପାରୁଛନ୍ତି ।

ଏହି ଯୋଜନାରେ ସରକାର ହିତାଧିକାରୀଙ୍କୁ ଚାଉଳ, ଗହମ, ଡାଲି ଏବଂ ଚିନି ଦେଉଛନ୍ତି। ଏହି ଯୋଜନା ଆରମ୍ଭ ହେବା ପରେ, ଏପରି ଅନେକ ଅଭିଯୋଗ ଆସିଥିଲା ​​ଯେ ରାସନ ଦୋକାନୀମାନେ ହିତାଧିକାରୀଙ୍କୁ ଖାଦ୍ୟ ରାସନ ଦେବାକୁ ମନା କରୁଛନ୍ତି ଏବଂ ଏହାକୁ ଚଢା ଦରରେ ଅନ୍ୟମାନଙ୍କୁ ବିକ୍ରି କରୁଛନ୍ତି । ଏଭଳି ମାମଲା ସାମ୍ନାକୁ ଆସିବା ପରେ ସରକାର ରାଜ୍ୟ ଅନୁଯାୟୀ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ।

ଅଫିସିଆଲ୍ ୱେବସାଇଟ୍ https://nfsa.gov.in/ ରେ ରାଜ୍ୟ ଅନୁଯାୟୀ ହେଲ୍ପଲାଇନ ନମ୍ବରଗୁଡିକର ଏକ ତାଲିକା ଦିଆଯାଇଛି । ଏହି ୱେବସାଇଟରେ ଲଗଇନ କରି, ଆପଣ ନିଜ ରାଜ୍ୟ ଅନୁଯାୟୀ ହେଲ୍ପଲାଇନ ନମ୍ବର ପାଇପାରିବେ ।ଏହି ନମ୍ବରଗୁଡ଼ିକୁ କଲ କରି ଆପଣ ଡିଲରଙ୍କ ବିଷୟରେ ଅଭିଯୋଗ କରିପାରିବେ । ଓଡିଶା ପାଇଁ ହେଲ୍ପଲାଇନ ନମ୍ବର 1800-345-6724 / 6760 ରହିଛି ।

ଅଭିଯୋଗ ପଞ୍ଜୀକୃତ ହେବା ପରେ ସରକାର ଡିଲରଙ୍କ ବିରୋଧରେ ମାମଲା ରୁଜୁ କରିବେ  ଏବଂ ଯଦି ତାଙ୍କୁ ସେ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ଡିଲରଙ୍କଠାରୁ କେବଳ ଡିଲରସିପ୍ ଛଡାଇନିଆଯିବ ନାହିଁ, ବରଂ ଜୋରିମାନା ଓ ଜେଲ୍ ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି ।

Ration card: ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର; ଜାଣନ୍ତୁ...

ବାତିଲ ହୋଇଯିବ ରାସନ କାର୍ଡ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)