1. କୃଷି ଖବର

ବାତିଲ ହୋଇଯିବ ରାସନ କାର୍ଡ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ...

ଯଦି ଆପଣ ରାସନ କାର୍ଡର ହିତାଧିକାରୀ ତେବେ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣ ଦୀର୍ଘ ସମୟ ଧରି ନିଜ ରାସନ କାର୍ଡର ବ୍ୟବହାର ଖାଦ୍ୟ ଶସ୍ୟ ନେବା ପାଇଁ କରିନାହାଁନ୍ତି, ତେବେ ଆପଣଙ୍କର କାର୍ଡ ବାତିଲ ହୋଇପାରେ ।

Sudesna Nayak
Sudesna Nayak
new ration card rules now easily update ration card

new ration card rules now easily update ration card

ଯଦି ଆପଣ ରାସନ କାର୍ଡର ହିତାଧିକାରୀ ତେବେ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣ ଦୀର୍ଘ ସମୟ ଧରି ନିଜ ରାସନ କାର୍ଡର ବ୍ୟବହାର ଖାଦ୍ୟ ଶସ୍ୟ ନେବା ପାଇଁ କରିନାହାଁନ୍ତି, ତେବେ ଆପଣଙ୍କର କାର୍ଡ ବାତିଲ ହୋଇପାରେ ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର (State Government) ସମୟ ସମୟରେ ରାସନ କାର୍ଡ ତାଲିକାକୁ ଅପଡେଟ୍ କରନ୍ତି । ଯଦି ଏଥିରେ କୌଣସି ଅସଙ୍ଗତି ଦେଖାଯାଏ ତେବେ ରାସନ କାର୍ଡ ମଧ୍ୟ ବାତିଲ ହୋଇଯାଏ । ଏହା ଅନ୍ତର୍ଗତ ଯଦି ଆପଣ ଦୀର୍ଘ ସମୟ ଧରି ନିଜ ରାସନ କାର୍ଡର ବ୍ୟବହାର ଖାଦ୍ୟ ଶସ୍ୟ ନେବା ପାଇଁ କରିନାହାଁନ୍ତି, ତେବେ ଆପଣଙ୍କର କାର୍ଡ ବାତିଲ ହୋଇପାରେ ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (National Food Security Scheme) ଅଧୀନରେ ରାସନ କାର୍ଡ ଧାରକଙ୍କ ହିଁ ପରିବାରକୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ଏଥିରେ ପବ୍ଲିକ ବିତରଣ ସିଷ୍ଟମ (Public Distribution System) ଅନ୍ତର୍ଗତ ପରିବାରର ସଦସ୍ୟମାନଙ୍କ ସଂଖ୍ୟାକୁ ଆଧାର କରି ହିଁ ସରକାର ଲୋକଙ୍କୁ ଶସ୍ତା ଦରରେ ରାସନ ଯୋଗାଉଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଗରିବ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ।

ବାସ୍ତବରେ, ନିୟମ ଅନୁଯାୟୀ, ଯଦି ଆପଣଙ୍କ ନାମରେ ଏକ ରାସନ କାର୍ଡ ଅଛି ତେବେ ଆପଣ PDS ରେ ଖାଦ୍ୟ ଶସ୍ୟ ପାଇବେ । କିନ୍ତୁ, ସମ୍ପ୍ରତି ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଏହିପରି ସମସ୍ତ ରାସନ କାର୍ଡ ବାତିଲ କରାଯାଇଛି, ଯାହା ଦୀର୍ଘ ସମୟ ଧରି ବ୍ୟବହୃତ ହୋଇନଥିଲା ।

କହିବାକୁ ଗଲେ, ବିଭାଗ ଅନୁଯାୟୀ, ଯଦି ଏକ ରାସନ କାର୍ଡଧାରୀ ୬ ମାସ ଧରି ରାସନ ଗ୍ରହଣ କରିନାହାଁନ୍ତି, ତେବେ ନିୟମ ଅନୁଯାୟୀ ହିଁ ଏହା ପ୍ରମାଣିତ ହୋଇଛି ଯେ ଶସ୍ତା ଦରରେ ଉପଲବ୍ଧ ଖାଦ୍ୟଶସ୍ୟର ଆବଶ୍ୟକତା ନାହିଁ କିମ୍ବା ଅନ୍ୟଥା ସେ ରାସନ ନେବାକୁ ଯୋଗ୍ୟ ନୁହଁନ୍ତି । ଏଭଳି ପରିସ୍ଥିତିରେ ଯିଏ ୬ ମାସ ଧରି ରାସନ ଗ୍ରହଣ କରି ନାହାଁନ୍ତି, ତାହାକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ (Ration Card) ରଦ୍ଦ କରିହେବ । ରାଜଧାନୀ ଦିଲ୍ଲୀ (Delhi),ବିହାର Bihar ଏବଂ ଝାଡ଼ଖଣ୍ଡ (Jharkhand)ରେ ରାସନକୁ ନେଇ ସମାନ ନିୟମ ଲାଗୁ ରହିଛି ।

ପ୍ରକାଶ ଥାଉ ଯେ, ଏପରି ପରିସ୍ଥିତିରେ ଯଦି ଆପଣଙ୍କର ରାସନ କାର୍ଡ (Ration Card) ବାତିଲ ହୁଏ, ତେବେ ଆପଣ ଏହାକୁ ପୁନର୍ବାର ସକ୍ରିୟ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ ରାଜ୍ୟରେ AePDS ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି କିଛି ଔପଚାରିକତା କରିବାକୁ ପଡିବ । କେବଳ ଏତିକି ନୁହେଁ, ଆପଣ ସମଗ୍ର ଭାରତରେ AePDS ରାସନ କାର୍ଡ ପୋର୍ଟାଲ ଭିଜିଟ କରି ଏହାକୁ ସକ୍ରିୟ ବା ଆକ୍ଟିଭ କରିପାରିବେ ।

ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ରଦ୍ଦ ହୋଇଯିବ ରାସନ କାର୍ଡ, ଜାଣନ୍ତୁ ନୂଆ ନିୟମ...

Ration Card: ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ ନଚେତ ପଡିବେ ଅସୁବିଧାରେ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments