News

କୃଷି ଜାଗରଣ ଚୌପାଲରେ India GI Fair ଅଂଶଗ୍ରହଣକାରୀ

କୃଷି ଜାଗରଣ ଚୌପାଲରେ ଯୋଗଦେଇଛନ୍ତି ଦିଲ୍ଲୀରେ ଆୟୋଜିତ India GI Fair ମେଳାର ଅଂଶଗ୍ରହଣକାରୀ ।

29 August, 2022 4:13 PM IST By: Shuvanshu Kar

କୃଷି ଜାଗରଣ ଚୌପାଲରେ ଯୋଗଦେଇଛନ୍ତି ଦିଲ୍ଲୀରେ ଆୟୋଜିତ India GI Fair ମେଳାର ଅଂଶଗ୍ରହଣକାରୀ । ଭୌଗଳିକ ମାନ୍ୟତାପ୍ରାପ୍ତ ଉତ୍ପାଦ ଗୁଡିକର ଗୁରୁତ୍ବ ସମ୍ପର୍କରେ ଏହି ଅଂଶଗ୍ରହଣକାରୀମାନେ ଆଲୋଚନା କରିଛନ୍ତି ।

ରସଗୋଲାର ଜିଆଇ ଟ୍ୟାଗର ବିଷୟ ଏହି କାର୍ଯ୍ୟକ୍ରମରେ ଉଠିଥିଲା । କିଭଳି ବହୁ ଆଲୋଚନା ଓ ପ୍ରତ୍ୟାଲୋଚନା ପରେ ରସଗୋଲାର ଜିଆଇ ଟ୍ୟାଗ ସମ୍ଭନ୍ଧୀୟ ବିବାଦ ଏକ ସମାଧାନର ମୂଳ ବିନ୍ଦୁକୁ ଆସିଥିଲା, ଏନେଇ ମଧ୍ୟ ଅଂଶଗ୍ରହଣକାରୀ ମତ ରଖିଥିଲେ । ସେହିଭଳି ଅନେକ ଉତ୍ପାଦର ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ହେଉଥିବା ବିଳମ୍ବକୁ ନେଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି ।

ରାଜଧାନୀ ଦିଲ୍ଲୀ ଏନସିଆର ସ୍ଥିତ ଗ୍ରେଟର ନୋଏଡାରେ ଆୟୋଜିତ ହୋଇଯାଇଛି Indias Geografically Indicated Products Fair । ଏହି ମେଳାରେ କୃଷି ଜାଗରଣ ଟିମର ଉପସ୍ଥିତି ଓ ଖବର କଭରେଜକୁ ଅଂଶଗ୍ରହଣକାରୀମାନେ ପ୍ରଶଂସା କରିଛନ୍ତି ।

ଭାରତର ସର୍ବୋତ୍ତମ ଜିଆଇ ଟ୍ୟାଗଡ୍ ଉତ୍ପାଦଗୁଡିକ India GI Fair ରେ ପ୍ରଦର୍ଶିତ ହୋଇଥିଲା । ନିର୍ଦ୍ଦିଷ୍ଟ ଭୌଗୋଳିକ ଉତ୍ପତ୍ତି ଥିବା ଉତ୍ପାଦନଗୁଡିକ ସେହି ଅଞ୍ଚଳର ଗୌରବର ପ୍ରତୀକ । ଦିଲ୍ଲୀ-ଏନସିଆର ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟ ଗ୍ରେଟର ନୋଏଡାଠାରେ ଆୟୋଜିତ ହୋଇଥିବା India GI Fair 2022 ରେ ଅନେକ ରାଜ୍ୟ ଅଂଶଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ଫଳ, ଶସ୍ୟ, ହସ୍ତତନ୍ତ ଆଦି ଉତ୍ପାଦ ପ୍ରଦର୍ଶିତ ହୋଇଥିଲା ।

India GI Fair 2022: ପ୍ରଶଂସା ସାଉଁଟୁଛି ଦେଶର କୋଣ ଅନୁକୋଣର ଭୌଗଳିକ ମାନ୍ୟତା ପ୍ରାପ୍ତ ଉତ୍ପାଦ

କାଇ ଚଟଣିକୁ ମିଳିବ GI Tag ମାନ୍ୟତା !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)