1. କୃଷି ଖବର

India GI Fair 2022: ପ୍ରଶଂସା ସାଉଁଟୁଛି ଦେଶର କୋଣ ଅନୁକୋଣର ଭୌଗଳିକ ମାନ୍ୟତା ପ୍ରାପ୍ତ ଉତ୍ପାଦ

India GI Fair ମେଳା ଆଜି ଶେଷ ହେବ । କୃଷି ଜାଗରଣ ଟିମ ଏହି ମେଳାରେ ଉପସ୍ଥିତ ରହିଛି ।

Shuvanshu Kar
Shuvanshu Kar
India GI fair 2022 sees huge participation at Delhi-NCR

India GI fair 2022 sees huge participation at Delhi-NCR

ଭୌଗଳିକ ମାନ୍ୟତା ପ୍ରାପ୍ତ ଉତ୍ପାଦଗୁଡିକର ପ୍ରୋତ୍ସାହନ ପାଇଁ ରାଜଧାନୀ ଦିଲ୍ଲୀ ଏନସିଆର ସ୍ଥିତ ଗ୍ରେଟର ନୋଏଡାରେ ଆୟୋଜିତ ହୋଇଛି Indias Geografically Indicated Products Fair । ଏହି ବିଶାଳ ମେଳାରେ ଦେଶର କୋଣ ଅନୁକୋଣରୁ ବିଭିନ୍ନ ହସ୍ତତନ୍ତ ସମେତ ଅନେକ ଉତ୍ପାଦର ପ୍ରଦର୍ଶନୀ ସାମିଲ ହୋଇଛି । 26 ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି India GI Fair ମେଳା ଆଜି ଶେଷ ହେବ । କୃଷି ଜାଗରଣ ଟିମ ଏହି ମେଳାରେ ଉପସ୍ଥିତ ରହିଛି ।

ଭାରତର ସର୍ବୋତ୍ତମ ଜିଆଇ ଟ୍ୟାଗଡ୍ ଉତ୍ପାଦଗୁଡିକ India GI Fair ରେ ପ୍ରଦର୍ଶିତ ହୋଇଛି । ଏହା ଲୋକମାନଙ୍କୁ ଉତ୍ପାଦ ପ୍ରତି ଆକର୍ଷିତ କରିଛି, ଯାହାକି ସେମାନଙ୍କ ଉତ୍ପତ୍ତି ଅଞ୍ଚଳର ଗର୍ବ ଆଉ ଗୌରବର ପ୍ରତୀକ ।

GI ମୂଳତଃ ଏକ ପ୍ରତୀକ । ଏହା ଉତ୍ପାଦଗୁଡ଼ିକରେ ବ୍ୟବହୃତ ହୁଏ ଯାହାର ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଉତ୍ପତ୍ତି ରହିଛି । ଏହିପରି ଉତ୍ପାଦଗୁଡିକ ଏହି ଅଞ୍ଚଳର ଅମୂଲ୍ୟ ସମ୍ପତ୍ତି ଅଟେ ଏବଂ ସେଗୁଡିକ କିଣିବା ପାଇଁ ଆତ୍ମବିଶ୍ୱାସ ବଢିଥାଏ । ନିକଟରେ ବିହାରର ମିଥିଳା ମଖାନାକୁ କେନ୍ଦ୍ର ସରକାର ଜିଆଇ ଟ୍ୟାଗ୍ ପ୍ରଦାନ କରିଥିଲେ। ବିହାରର ମଖାନା ହେଉଛି ପଞ୍ଚମ ଉତ୍ପାଦ ଯାହାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି । ଅନ୍ୟ ଚାରୋଟି ମଧ୍ୟରେ ଜର୍ଦାଲୁ ଆମ୍ବ, କାତରନୀ ଧାନ, ମଗହୀ ପାନ ଏବଂ ଶାହି ଲିଚି ସାମିଲ ରହିଛି ।

ଜିଆଇ ମେଳାର ଉଦ୍ଦେଶ୍ୟ ହେଉଛି ଅମୂଲ୍ୟ ଦେଶୀ ଉତ୍ପାଦ ପ୍ରତି ବିଶ୍ୱ ବଜାର ଓ ସଂଗ୍ରାହକମାନଙ୍କୁ ଆକୃଷ୍ଟ କରିବା । ଏହି ମେଳାରେ ସାମୂହିକ ବୌଦ୍ଧିକ ଐତିହ୍ୟ ଏବଂ ଜିଆଇ ଟ୍ୟାଗ ଉତ୍ପାଦଗୁଡିକର ଲୋକାଚାରକୁ ପ୍ରଦର୍ଶିତ କରାଯାଇଛି ।

GI କ'ଣ?

GI ଏକ ଭୌଗୋଳିକ ସୂଚକାଙ୍କ ଯାହା ଏକ ଚିହ୍ନ ରୂପେ ଉତ୍ପାଦରେ ବ୍ୟବହୃତ ହୁଏ । ଏହାର ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଉତ୍ପତ୍ତି ଥାଏ ଏବଂ ଗୁଣ କିମ୍ବା ଏକ ପ୍ରତିଷ୍ଠା ରହିଥାଏ ଯାହା ସେହି ଉତ୍ପତ୍ତି ହେତୁ ହୋଇଥାଏ ।


ଅଗଷ୍ଟ 26ରୁ ଦିଲ୍ଲୀ-ଏନସିଆର ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟ ଗ୍ରେଟର ନୋଏଡାଠାରେ ଆୟୋଜିତ ହୋଇଥିବା India GI Fair 2022 ରେ ଅନେକ ରାଜ୍ୟ ଅଂଶଗ୍ରହଣ କରିଛନ୍ତି । ମେଳାରେ ପ୍ରଦର୍ଶିତ ହୋଇଥିବା କିଛି ସାମଗ୍ରୀ ମଧ୍ୟରେ ଚଖାଓ (black rice), କାଚାଇ ଲେମ୍ବୁ, ତାମେଙ୍ଗଲଙ୍ଗ କମଳା ଆଦି ସାମିଲ ରହିଛି ।

କାଇ ଚଟଣିକୁ ମିଳିବ GI Tag ମାନ୍ୟତା !

ଆପଣଙ୍କ ରାଜ୍ୟର ଫଳକୁ ମିଳିଛି କି GI TAG? ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments