1. କୃଷି ଖବର

ପଦ୍ମଶ୍ରୀ ଡାକ୍ତର ଅଜୟ ପରିଡାଙ୍କ ପରଲୋକ

ILS ଭୁବନେଶ୍ବରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ପରଲୋକ । ହୃଦଘାତ କାରଣରୁ ଡାକ୍ତର ପରିଡାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି ।

Shuvanshu Kar
Shuvanshu Kar
ILS Director Padma Shri Dr Ajay Parida passes away

ILS Director Padma Shri Dr Ajay Parida passes away

ଖ୍ୟାତିସମ୍ପନ୍ନ ଭାରତୀୟ ଜୀବବିଜ୍ଞାନୀ ତଥା ଇନଷ୍ଟିଚ୍ୟୁଟ ଅଫ ଲାଇଫସାଇନ୍ସ Institute of Life Sciences (ILS) ଭୁବନେଶ୍ବରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡା(Dr Ajay Parida )ଙ୍କ ପରଲୋକ । ହୃଦଘାତ କାରଣରୁ ଡାକ୍ତର ପରିଡାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗୌହାଟୀର ଏକ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ ଡାକ୍ତର ପରିଡା ।

ହୃଦଘାତ ପରେ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତର ଅଜୟ କୁମାର ପରିଡାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଡାକ୍ତର ପରିଡାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି ।

ଆମ ରାଜ୍ୟ ଓଡିଶା ଓ ଦେଶର ବିଜ୍ଞାନ କ୍ଷେତ୍ରରେ ଡାକ୍ତର ଅଜୟ କୁମାର ପରିଡାଙ୍କ ଅତୁଳନୀୟ ଯୋଗଦାନ ରହିଛି । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଡାକ୍ତର ଅଜୟ କୁମାର ପରିଡାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଅଜୟଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି ଯେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ତଥା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍) ର ନିର୍ଦ୍ଦେଶକ ଅଜୟ ପାରିଡାଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ତେବେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଖ୍ୟାତିସମ୍ପନ୍ନ ଭାରତୀୟ ଜୀବବିଜ୍ଞାନୀ, ଆଇଏଲ୍ଏସର ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡ଼ା. ଅଜୟ କୁମାର ପରିଡ଼ାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । କରୋନା ସଂକ୍ରମଣ ବଢୁଥିବା ବେଳେ ସେ ସମୟରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ ଥିଲା । ଡ଼ା. ପରିଡ଼ାଙ୍କ ବିୟୋଗରେ ଆମ ରାଜ୍ୟ ଓ ଦେଶ ବିଜ୍ଞାନ କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ରଖିଥିବା ଜଣେ ବିଶିଷ୍ଟ ଜୀବବିଜ୍ଞାନୀଙ୍କୁ ହରାଇଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ।

ଯାଜପୁର ଜିଲ୍ଲା ଭଗବାନପୁରରେ ଡାକ୍ତର ଅଜୟ ପରିଡାଙ୍କ ଜନ୍ମ । ବିଜ୍ଞାନ ଓ କୃଷି କ୍ଷେତ୍ରରେ ସର୍ବୋଚ୍ଚ ଅବଦାନ କାରଣରୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଅନେକ ଗବେଷଣା କରି କୃଷିକୁ ଏକ ନୂଆ ଦିଗ ଦେଇଥିଲେ ଡାକ୍ତର ଅଜୟ ପରିଡା । ମହାମାରୀ କୋରୋନା ସମୟରେ ତାଙ୍କର ବଡ ଭୂମିକା ରହିଥିଲା ।

ଚାଷୀଙ୍କ ପାଇଁ ବଡ ଖବର, MSP ଉପରେ କମିଟି ଗଠନକଲେ ସରକାର

କାହିଁକି ପ୍ୟାକେଜ୍ ସାମଗ୍ରୀ ଉପରେ ଲାଗୁ ହୁଏ ଜିଏସଟି ? ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments