News

ରାଜ୍ୟରେ ପ୍ରକୃତିର ତାଣ୍ଡବ; ଆଜି ସାତ ଜିଲ୍ଲରେ ରୌଦ୍ର ତାପ,୧୦ ଜିଲ୍ଲାରେ ବର୍ଷା

ବୁଧବାର ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓ ଉତ୍ତର ଓଡିଶାରେ ଝଡତୋଫାନ ସହ ବର୍ଷା ହେବ ବୋଲି ସୂଚନା ମିଳିଛି ।

27 April, 2022 10:00 AM IST By: Sudesna Nayak

ବୁଧବାର (Wednesday)ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା (Rain)ସମ୍ଭାବନା ଅଛି । ଦକ୍ଷିଣ ଓ ଉତ୍ତର ଓଡିଶା (ODISHA)ରେ ଝଡତୋଫାନ (Thunderstorm)ସହ ବର୍ଷା (Rain)ହେବ ବୋଲି ସୂଚନା ମିଳିଛି । ଦକ୍ଷିଣ ଓଡିଶାର ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ବର୍ଷା (Rain)ହେବ ।

ସୂଚନା ଅନୁଯାୟୀ, ରାଜ୍ୟରେ ଲଗାତର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ପଶ୍ଚିମ ଓଡିଶାରେ ନିଆଁ ବର୍ଷା ହୋଇଛି । ବୁଧବାର ମଧ୍ୟ ସମାନସ୍ଥିତି ରହିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆଜି ବୁଧବାର (Wednesday) ରାଜ୍ୟର ୭ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ (Heat Wave) ଅନୁଭୁତ ହେବ । ଉତ୍ତର ଓ ଦକ୍ଷିଣ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ଝଡତୋଫାନ ସହ ବର୍ଷା (Rain)ହେବା ସମ୍ଭାବନା ଅଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର (IND) ପକ୍ଷରୁ ମିଳିଥିବା ସୂଚନାନୁସାରେ, ଓଡିଶାର ପଶ୍ଚିମାଞ୍ଚଳରେ ହିଟ୍ ୱେଭ୍ (Heat Wave)ବା ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ବଲାଙ୍ଗିର ଜିଲ୍ଲା, ସୋନପୁର ଜିଲ୍ଲା, ଅନୁଗୋଳ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେଓଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ସୁନ୍ଦରଗଡ ଜିଲ୍ଲାରେ ତାପମାତ୍ରା ଅଧିକ ରହିପାରେ । ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ଆସନ୍ତା ୪ ଦିନ ମଧ୍ୟରେ ପଶ୍ଚିମାଞ୍ଚଳରେ ସାମାନ୍ୟ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ । ଏହା ଅନ୍ତଃରୀଣ ଜିଲ୍ଲାରେ ୨ରୁ ୩ ଡିଗ୍ରୀ ରହିବ । ଦିନ ବେଳେ ଶୁଷ୍କ ପବନ ପ୍ରବାହିତ ହେବ, ତେଣୁ ଅଧିକ ଗରମ ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଅନ୍ୟପଟେ ବୁଧବାର ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା (Rain) ସମ୍ଭାବନା ଅଛି। ଦକ୍ଷିଣ ଓ ଉତ୍ତର ଓଡିଶାରେ ଝଡତୋଫାନ (Thunderstorm) ସହ ବର୍ଷା (Rain)ହୋଇପାରେ । ଦକ୍ଷିଣ ଓଡିଶାର ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ବର୍ଷା (Rain) ହେବ । ନୟାଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହେବା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାରେ ବର୍ଷା ଲାଗି ରହିବ । ଏହି ସମୟରେ ପଶ୍ଚିମ ଓଡିଶାରେ ନିଆଁ ବର୍ଷା ହେବ । ତେଣୁ ଉଭୟ ବର୍ଷା ଓ ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ସତର୍କ କରାଯାଇଛି ।

ପ୍ରକାଶ ଥାଉ ଯେ, ବୁଧବାର (Wednesday)ଠାରୁ ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଗୁଜୁରାଟରେ ହିଟ ୱେଭ୍ (Heat Wave) ପରିସ୍ଥିତି ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ଛତିଶଗଡ ସମେତ ଆହୁରି ଅନେକ ଅଞ୍ଚଳରେ ଉତ୍ତାପ ବଢିପାରେ । ସ୍ୱଚ୍ଛ ଆକାଶ ଯୋଗୁଁ ସୂର୍ଯ୍ୟର ଉତ୍ତାପ ବୃଦ୍ଧି ପାଇବ । ଏପ୍ରିଲ୍ ପ୍ରଥମ ୧୯ ଦିନରେ ରାଜଧାନୀ ଦିଲ୍ଲୀ ଆଠଟି ହିଟ ୱେଭ୍ ର ସମ୍ମୁଖୀନ ହୋଇଛି । ମାସ ଶେଷ ସୁଦ୍ଧା ଏହାର ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଶେଷ ଥର ପାଇଁ ଏପ୍ରିଲ୍ ୨୦୧୦ରେ ମୋଟ ୧୧ଟି ହିଟୱେଭ୍ ଥିଲା । ତେଣୁ ଏବେ ଏହି ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି ।

ସାବଧାନ! ୫ ଦିନ ପ୍ରବଳ ତାତି, ଚାଷୀଙ୍କୁ ଦିଆଗଲା ପରାମର୍ଶ

ତାତିରୁ ନିସ୍ତାର ନାହିଁ: ୨୭ ତାରିଖ ଦିନ ଏସବୁ ଜିଲ୍ଲାରେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)