1. କୃଷି ଖବର

ସାବଧାନ! ୫ ଦିନ ପ୍ରବଳ ତାତି, ଚାଷୀଙ୍କୁ ଦିଆଗଲା ପରାମର୍ଶ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । କେଉଁଠି ଅସହ୍ୟ ଗୁଳୁଗୁଳି କେଉଁଠି ତତଲା ପବନରେ ସନ୍ତୁଳି ହେଉଛନ୍ତି ଲୋକେ । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ଆଗାମୀ ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ।

Sudesna Nayak
Sudesna Nayak
forecast heat wave to continue making life miserable at various parts of odisha

forecast heat wave to continue making life miserable at various parts of odisha

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ (Heat Wave) ଜାରି ରହିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । କେଉଁଠି ଅସହ୍ୟ ଗୁଳୁଗୁଳି କେଉଁଠି ତତଲା ପବନରେ ସନ୍ତୁଳି ହେଉଛନ୍ତି ଲୋକେ । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ଆଗାମୀ ୫ ଦିନ ଯାଏଁ ତାତି (HOT)ରୁ ନିସ୍ତାର ମିଳିବ ନାହିଁ ।

ସୂଚନା ଅନୁଯାୟୀ, ବିଶେଷ କରି ଆଭ୍ୟନ୍ତରୀଣ ଓଡିଶା (ODISHA)ର ୫-୬ଟି ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ (Heat Wave Alert) ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦିନ ୧୧ଟା ପରେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

କିଛିଦିନ ହେଲା ପ୍ରବଳ ଖରା (HOT)ଓ ସୂର୍ଯ୍ୟ ତାପରେ ସନ୍ତୁଳି ହେଉଛି ସାରା ଓଡିଶା (ODISHA) । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଦିନ ୧୧ଟାରୁ ୩ଟା ଭିତରେ ଆକାଶରୁ ନିଆଁ ବର୍ଷୁଛି । ବାହାରକୁ ବାହାରିଲେ ଖରା ତାତିରେ ଦେହ, ମୁହଁ ଶିଝି ଯାଉଛି । ଉତର-ପଶ୍ଚିମ ଓ ପଶ୍ଚିମ ଗରମ ବାୟୁ ପ୍ରବାହିତ ହେବା ତାତି ବଢିବାର କାରଣ କୁହାଯାଉଥିବାବେଳେ କାଳବୈଶାଖୀ ବର୍ଷା (RAIN)ର ଦେଖାନାହିଁ ।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆଗାମୀ ୨ ଦିନ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ଆଶଙ୍କା । ଏଭଳି ସ୍ଥିତି ଏପ୍ରିଲ ଶେଷ ପର୍ଯ୍ୟନ୍ତ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପ୍ରଚଣ୍ଡ ସୂର୍ଯ୍ୟତାପ ସାଙ୍ଗକୁ ଗରମ ବାୟୁ ପ୍ରବାହ ଫଳରେ ସୋମବାର ତାତିରେ ଆଉଟୁ ପାଉଟୁ ହୋଇଛି ଆଭ୍ୟନ୍ତରୀଣ ଓଡିଶା । ଅନୁଗୁଳ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ, ନୟାଗଡ ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ସୋନପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମତାପ ଅନୁଭୂତ ହୋଇଛି । ୨୬ ଏପ୍ରିଲ ଅର୍ଥାତ ମଙ୍ଗଳବାର ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ବଲାଙ୍ଗିର ଜିଲ୍ଲା ଓ ଅନୁଗୁଳ ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ (Heat Wave Alert) ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ୨୭ ତାରିଖ ଅର୍ଥାତ ବୁଧବାର ପାଇଁ ଝାରସୁଗୁଡା ଜିଲ୍ଲା , ସମ୍ବଲପୁର ଜିଲ୍ଲା, ସୋନପୁର ଜିଲ୍ଲା , ବୌଦ୍ଧ ଜିଲ୍ଲା , ବଲାଙ୍ଗିର ଜିଲ୍ଲା ଓ ଅନୁଗୁଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, ଦିନ ୧୧ ଟାରୁ ୩ ଟା ମଧ୍ୟରେ ସୂର୍ଯ୍ୟତାପ ଅଧିକ ରହୁଥିବାରୁ ଏହି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ବାହାରକୁ ନବାହାରିକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଛୋଟ ପିଲା, ବୟସ୍କ ଓ ରୋଗୀମାନଙ୍କୁ ଖରାରୁ ଦୂରେଇ ରହିବାକୁ କୁହାଯାଇଛି । ଏପଟେ ପ୍ରବଳ ଖରା ଗରମକୁ ଦୃଷ୍ଟିରେ ରଖି ସରକାର ଆଗୁଆ ୫ ଦିନ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି । ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହାବାଦ୍ ଖରାରେ ଫସଲ ଓ ପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କା ଥିବାରୁ ଏହି ସମୟରେ ଆବଶ୍ୟକ ଜଳ ସେଚନ କରିବା ପାଇଁ ଚାଷୀମାନଙ୍କୁ(FARMERS)ପରାମର୍ଶ ଦିଆଯାଇଛି ।

ତାତିରୁ ନିସ୍ତାର ନାହିଁ: ୨୭ ତାରିଖ ଦିନ ଏସବୁ ଜିଲ୍ଲାରେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି

ଆଜି ଏସବୁ ଜିଲ୍ଲାରେ ହେବ ବର୍ଷା; ୨୩ ତାରିଖରେ କାଳବୈଶାଖୀ ଆଶଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments