News

ସକ୍ରିୟ ହେଲା ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

ଲଘୁଚାପ ସକ୍ରିୟ ହେବା ଫଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି । ଏନେଇ 8 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି ହୋଇଥିବାବେଳେ 11 ଜିଲ୍ଲାକୁ ୟେଲୋ ଓ 2 ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣି ରହିଛି ।

07 August, 2022 5:52 PM IST By: Shuvanshu Kar

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ(low pressure) ସକ୍ରିୟ ହୋଇଛି । ଏହା ବର୍ତ୍ତମାନ ବଙ୍ଗୋପସାଗର ଏବଂ ଏହାର ଆଖପାଖ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ରହିଛି । ତେବେ ଏହା ଆସନ୍ତା 48 ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଓଡିଶା ଓ ଛତିଶଗଡ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଲଘୁଚାପ ସକ୍ରିୟ ହେବା ଫଳରେ ପ୍ରବଳରୁ ଅତିପ୍ରବଳ ବର୍ଷା(heavy rainfall) ଆଶଙ୍କା ରହିଛି । ଏନେଇ 8 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି ହୋଇଥିବାବେଳେ 11 ଜିଲ୍ଲାକୁ ୟେଲୋ ଓ 2 ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣି ରହିଛି । କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅତି ପ୍ରବଳରୁ ଅତିପ୍ରବଳ ବର୍ଷାର ହେବାର ଆଶଙ୍କା ରହିଛି ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି, ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାଗୁଡିକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ପାଣିପାଗର ସୂଚନା ଅନୁଯାୟୀ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, କଟକ, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ ଜୋନରେ ରହିଛି ।

ଶନିବାର ରାଜଧାନୀ ଭୁବନେଶ୍ବର ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷାରେ ସମ୍ପୂର୍ଣ୍ଣ ଉବୁଟୁବୁ ଭୁବନେଶ୍ବର । ଏମିତିକି ରାଜଧାନୀବାସୀଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । କିଛି ସ୍ଥାନରେ ବସ ବୁଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ରାଜ୍ୟରେ ବଢିବ ବର୍ଷା, ଆସୁଛି 2ଟି ଲଘୁଚାପ

ଅଗଷ୍ଟ ୫ ଯାଏଁ ବର୍ଷା ନାହିଁ,ଅଗଷ୍ଟ ୬ରେ ଲଘୁଚାପ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)