1. କୃଷି ଖବର

ରାଜ୍ୟରେ ବଢିବ ବର୍ଷା, ଆସୁଛି 2ଟି ଲଘୁଚାପ

ରାଜ୍ୟରେ ବଢ଼ିବ ବର୍ଷା । ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ । ପ୍ରଥମ ଲଘୁଚାପ ଆସନ୍ତା 7 ତାରିଖ ବେଳକୁ ଆସିପାରେ । ଏହାପରେ 2ଟି ଆସନ୍ତା 13/14 ତାରିଖ ବେଳକୁ ଆସିବ ।

Sudesna Nayak
Sudesna Nayak
rain in odisha august

rain in odisha august

ରାଜ୍ୟରେ ବଢ଼ିବ ବର୍ଷା (Rain)। ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ (low pressure) । ପ୍ରଥମ ଲଘୁଚାପ (low pressure)ଆସନ୍ତା 7 ତାରିଖ ବେଳକୁ ଆସିପାରେ । ଏହାପରେ 2ଟି ଆସନ୍ତା 13/14 ତାରିଖ ବେଳକୁ ଆସିବ ।

ସୂଚନା ଅନୁଯାୟୀ, ଲଘୁଚାପ (low pressure)ପ୍ରଭାବରେ ଭଲ ବର୍ଷା (Rain) ହେବ । ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା 7 ତାରିଖ ବେଳକୁ ଏକ ଲଘୁଚାପ (low pressure) ସୃଷ୍ଟି ହୋଇପାରେ ।

ବର୍ତ୍ତମାନ ମୌସୁମୀ (Mansoon) ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା (Rain) ସମ୍ଭାବନା ଅଛି । କେତେକ ଜାଗାରେ ପ୍ରବଳ ବର୍ଷା (Rain) ହୋଇପାରେ ।

5 ତାରିଖ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା (Rain)ହେବ । ଦକ୍ଷିଣ ଓଡ଼ିଶା (Odisha)ର କେତେକ ଜାଗାରେ ପ୍ରବଳ ବର୍ଷା (Rain) ହୋଇପାରେ । 6 ତାରିଖ ମଧ୍ୟ ସମାନ ସ୍ଥିତି ରହିପାରେ । 7 ତାରିଖରୁ ବର୍ଷା ବଢ଼ିବ ।

ପ୍ରକାଶ ଥାଉ ଯେ, ଅଧିକାଂଶ ସ୍ଥାନରେ ବର୍ଷା (Rain)ସମ୍ଭାବନା ଥିବାବେଳେ ଦକ୍ଷିଣର ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା (Rain) ହୋଇପାରେ ।

ଆସନ୍ତା ୫ରୁ ବଢିବ ବର୍ଷା,୧୪ ଜିଲ୍ଲାରେ କାଚିବ

ଅଗଷ୍ଟରେ ଓଡ଼ିଶାରେ କମ୍ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments