1. କୃଷି ଖବର

Weather Update: ବର୍ଷାରେ ଭିଜିବ ଏହି ଜିଲ୍ଲା

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାରଦ ୪ ରୁ ୬ ଡିଗ୍ରୀ ବଢିବ ବୋଲି ସୂଚନା....

Tanushree Mahapatra
Tanushree Mahapatra
Imd issues heatwave in odisha for next 2 days, image source - pixeles

Imd issues heatwave in odisha for next 2 days, image source - pixeles

ରାଜ୍ୟରେ ଏବେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ଶନିବାର ଦିନ ପଶ୍ଚିମବଙ୍ଗରୁ ଏକ ସାମୁଦ୍ରିକ ଘୁର୍ଣ୍ଣି ଝଡ଼ର ପ୍ରଭାବ ରହିଛି ରାଜ୍ୟରେ । ମଙ୍ଗଳବାର ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଦୃଶ୍ୟମାନ ହେଉଥିବା ଟର୍ଫଲାଇନ ପ୍ରଭାବହୀନ ହୋଇଛି । ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରଭାବ ନଥିବା କୁହାଯାଉଛି ।

ତେବେ ଉପକୂଳ ଅଞ୍ଚଳରେ ଏକ ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ପ୍ରଭାବ ରହିଛି । ଏଣୁ ଗତାକାଲିଠାରୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା କୁହାଯାଇଛି । ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି ।

ଅନ୍ୟପଟେ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହୋଇଛି। ଯାହା ଫଳରେ ରାଜ୍ୟରେ ତାତି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି ରାଜ୍ୟବାସୀଙ୍କୁ ।  ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାରଦ ୪ ରୁ ୬ ଡିଗ୍ରୀ ମଧ୍ୟରେ ବଢିବ ବୋଲି ସୂଚନା ରହିଛି । ସେହିପରି, ଧୀରେ ଧୀରେ ରାଜ୍ୟରେ ଆହୁରି ୩ ରୁ ୪ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସୀମାନ୍ତ ଜିଲ୍ଲାରେ ପାରଦ ୩୯ ଡିଗ୍ରୀ ରୁ ୪୦ ଡିଗ୍ରୀ ରେକର୍ଡ କରାଯିବ ଆଗାମୀ ସପ୍ତାହରେ। ଗୁରୁଚାପ ବଳୟ ଦୁର୍ବଳ ହେବା ଯୋଗୁଁ ରାଜ୍ୟ ଭିତରକୁ ଏବେ ପଶ୍ଚିମପଟୁ ଶୁଷ୍କ ତଥା ଆଦ୍ର ବାୟୁର ପ୍ରବାହ  ଆରମ୍ଭ ହୋଇଥିବା କୁହାଯାଉଛି ।  ଯାହା ଫଳରେ ରାଜ୍ୟରେ ପ୍ରବଳ ଗରମ ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।

ସେହିପରି ସୋମବାର ଦିନ ରାଜ୍ୟର ୧୪ ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ରହିଥିଲା । ଅନ୍ୟପଟେ ୪ ସ୍ଥାନରେ ପାରଦ ୩୭ ଡିଗ୍ରୀ ଟପିଥିବା ବେଳେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନୁସାରେ, ମଙ୍ଗଳବାର ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ୩୯ ଡିଗ୍ରୀ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୧୫ ତାରିଖ ଯାଏଁ ପ୍ରବଳ ଖରା ଅନୁଭୂତ ହେବ । ତେବେ ମାର୍ଚ୍ଚ ୧୪ ତାରିଖ ଦିନ ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲା ମଧ୍ୟରେ  ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା ରହିଛି । 

Mahtari Vandan Yojana: ମହିଳାଙ୍କୁ ଡିବିଟିରେ ମାସିକ ୧୦୦୦

Amrapali Mango: ମାର୍ଚ୍ଚ ଏପ୍ରିଲରେ ଲଗାନ୍ତୁ ଆମ୍ରପଲ୍ଲୀ ଆମ୍ବ ଗଛ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments